27.8 C
Bhubaneswar
Thursday, April 18, 2024
Homeଓଡିଶାଦେଶର ମେରୁଦଣ୍ଡକୁ ମଜବୁତ୍ କରିବା ପାଇଁ ଐତିହାସିକ ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ

ଦେଶର ମେରୁଦଣ୍ଡକୁ ମଜବୁତ୍ କରିବା ପାଇଁ ଐତିହାସିକ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ

– ୧ ଲକ୍ଷ କୋଟି କୃଷି ଭିତିଭୂମି ପାଣ୍ଠି ଦେଶର କୃଷି ଭିତିଭୂମିକୁ ମଜବୁତ୍ କରିବ
– ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୨୦ ହଜାର କୋଟି ମତ୍ସ୍ୟ ଚାଷୀଙ୍କ ଜୀବିକାକୁ ଗତି ଦେବ
– ୧୫ ହଜାର କୋଟି ପଶୁପାଳନ ଭିତିଭୂମି ବିକାଶ ପାଣ୍ଠି ଦୁଗ୍ଧ ଶିଳ୍ପକୁ ପ୍ରୋତ୍ସାହନ ଦେବ
-ଲଘୁ ଖାଦ୍ୟ ଉଦ୍ୟୋଗ ପାଇଁ ୧୦ ହଜାର କୋଟି ସ୍ଥାନୀୟ ଉତ୍ପାଦର ପ୍ରଚାରପ୍ରସାରରେ ବଡ ଭୂମିକା ନେବ
– ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ସଂଶୋଧନ ଚାଷୀଙ୍କ ଉତ୍ପାଦକୁ ବଢାଇବ ଏବଂ ଚାଷୀଙ୍କୁ ତାଙ୍କର ଉପଯୁକ୍ତ ପ୍ରାପ୍ୟ
ମିଳିବ
ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମଭାରତ ଯୋଜନାର ତୃତୀୟ ଦିନରେ
କୃଷି ଓ ଏସମ୍ପର୍କୀତ କ୍ଷେତ୍ର ପାଇଁ ଯେଉଁ ସବୁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ତାହା ଦେଶର ମେରୁଦଣ୍ଡ କୃଷି
କ୍ଷେତ୍ରକୁ ମଜବୁତ୍ କରିବା ଦିଗରେ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର କୃଷି ଉତ୍ପାଦକୁ ବଢାଇବା ଲକ୍ଷ୍ୟରେ ତଥା କୃଷି ଭିତିଭୂମିକୁ ସଦୃଢ କରିବା
ପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ କୃଷି ଭିତିଭୂମି ପାଣ୍ଠି ଘୋଷଣା କରିଛନ୍ତି । ଏତଦଦ୍ୱାରା କୃଷକ ମାନଙ୍କୁ ଗୋଦାମ,
ଶୀତଳ ଭଣ୍ଡାରର ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଯଦ୍ୱାରା ଦେଶର ଲକ୍ଷ ଲକ୍ଷ ଅନ୍ନଦାତା ଲାଭ
ପାଇବେ ଏବଂ କୃଷି ଭିତିଭୂମି ସୁଦୃଢ ହେବ ।
ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆରମ୍ଭ କରାଯିବ ଏବଂ ଏହି ଯୋଜନାର ୨୦ ହଜାର କୋଟି ଟଙ୍କା ଘୋଷଣା
ହୋଇଛି । ଏହି ପଦକ୍ଷେପ କରୋନା ମହାମାରୀ ସମୟରେ ଦେଶର ୫୫ ଲକ୍ଷ ମତ୍ସ୍ୟ ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବ
ଏବଂ ସେମାନଙ୍କ ଜୀବନଜୀବିକାକୁ ମଧ୍ୟ ଗତି ଦେବ । ଅପରପକ୍ଷରେ ୧୫ ହଜାର କୋଟିର ପଶୁପାଳନ ଭିତିଭୂମି
ବିକାଶ ପାଣ୍ଠି ଦୁଗ୍ଧ ଶିଳ୍ପକୁ ପ୍ରୋତ୍ସାହନ ଦେବ । ଦୁଗ୍ଧ ପ୍ଲାଂଟରେ କ୍ଷୀର ଉତ୍ପାଦନ ବଢିବା ସହ ନିଯୁକ୍ତି ସୃଷ୍ଟି ହେବ ଏବଂ
ସ୍ଥାନୀୟ ଅର୍ଥନୀତି ସୁଦୃଢ ହେବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଲଘୁ ଖାଦ୍ୟ ଉଦ୍ୟୋଗ ଗୁଡିକୁ ସଂଗଠିତ କରିବା ପାଇଁ ୧୦ ହଜାର କୋଟି ଘୋଷଣା
କରାଯାଇଛି । ଏହା ଦେଶର ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାର କରିବ ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଲୋକାଲ୍‌
ପାଇଁ ଭୋକାଲ୍‌କୁ ବଡ ଗତି ଦେବ । ଏହା ଲଘୁ ଖାଦ୍ୟ ଉଦ୍ୟୋଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଲାଭ ଦେବା ଓ ଚାଷୀଙ୍କ
ଆୟ ମଧ୍ୟ ବଢିବ ।
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦୁଗ୍ଧ ସମବାୟ ସମିତିକୁ ବାର୍ଷିକ ୨ ପ୍ରତିଶତ କମ ସୁଧରେ ମିଳିବ । ତୁରନ୍ତ ଦେୟ
ପାଇଁ ଅତିରିକ୍ତ ୨ ପ୍ରତିଶତ କମ ମିଳିବ । ଲକ୍ ଡାଉନ ସମୟରେ ଏହା ଘୋଷଣା କରାଯାଇଥିଲା ଏବଂ ଏଥିପାଇଁ ୫
ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ଏବଂ ପ୍ରାୟ ୨ କୋଟି ଦୁଗ୍ଧ ଚାଷୀ ଏହି ନିଷ୍ପତି ଦ୍ୱାରା ଉପକୃତ ହେବେ
ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଅପରପକ୍ଷରେ ମହୁ ଚାଷର ଭିତିଭୂମିକୁ ମଜବୁତ କରିବା ପାଇଁ ୫୦୦ କୋଟି ଟଙ୍କା
ଘୋଷଣା କରାଯାଇଛି । ଏହା ୨ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରିବ ଓ ସ୍ଥାନୀୟ ମହୁ ସଂଗ୍ରହକାରୀ ମହିଳା ଚାଷୀଙ୍କୁ
ମଧ୍ୟ ଆର୍ଥିକ ସବଳ କରିବ ।
ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ସଂଶୋଧନ ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ଘୋଷଣା ଚାଷୀଙ୍କ ଉତ୍ପାଦକୁ ବଢାଇବ ଏବଂ
ସେମାନଙ୍କୁ ଉଚିତ୍ ପ୍ରାପ୍ୟ ମିଳିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆଜିର ଘୋଷଣା କୃଷି, ପଶୁ ପାଳନ, ଦୁଗ୍ଧ ଚାଷ,
ମତ୍ସ୍ୟଚାଷୀଙ୍କୁ ବହୁତ ବଡ ସହାୟତା ପ୍ରଦାନ କରିବ ଏବଂ ଦେଶର ଅର୍ଥନୀତିରେ ମଧ୍ୟ ପ୍ରଗତି କରେଇବାରେ ସହାୟକ
ହେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking