22.1 C
Bhubaneswar
Sunday, January 23, 2022
Homeଦେଶ ବିଦେଶକତାର୍ ଉର୍ଜା ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୈଠକ

କତାର୍ ଉର୍ଜା ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୈଠକ

 ହାଇଡ୍ରୋକାର୍ବନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବଢାଇବା ପାଇଁ ସହମତି
 ଗ୍ୟାସ ଆଧାରିତ ଅର୍ଥନୀତି ହେବା ଦିଗରେ ଦ୍ରୁତ ଅଗ୍ରସର ହେଉଛି ଭାରତ
ନୂଆଦିଲ୍ଲୀ/ଭୁବନେଶ୍ୱର – ନୂଆଦିଲ୍ଲୀ ଠାରେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ ଏବଂ କତାର୍‌ର ଉର୍ଜା ମନ୍ତ୍ରୀ ଇଆର. ସାଦ୍ ଶେରିଦା ଅଲ୍‌-କାବିଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ
ହୋଇଯାଇଛି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ
ଆହୁରି ବଢାଇବା ପାଇଁ ସହମତି ପ୍ରକାଶ ପାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କତାର ଭାରତର ଜଣେ ଭଲ ସହଯୋଗୀ ରାଷ୍ଟ୍ର । ଭାରତ ପାଇଁ କତାର
ଦୀର୍ଘକାଳୀନ ଉର୍ଜା ସହଯୋଗୀ ଦେଶ । ଦୁଇ ଦେଶ ମଧ୍ୟରେ ହାଇଡ୍ରୋକାର୍ବନ ମାଧ୍ୟମରେ ଉର୍ଜାର
ଚାହିଦାକୁ ଆହୁରି ଅଧିକ ବଢାଯାଇପାରିବ । ଉର୍ଜା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହେବ ବୋଲି
ଶ୍ରୀ ପ୍ରଧାନ କହିଛନ୍ତି ।
ସେ କହିଛନ୍ତି ଯେ ଏଲ୍‌ଏନ୍‌ଜି କ୍ଷେତ୍ରରେ ଭାରତ ପାଇଁ ଅଧିକ ଭାଗ କତାରରେ ରହିଛି । ଭାରତରେ
ଉର୍ଜା ବିଶେଷ ଭାବରେ ଗ୍ୟାସ ହାର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଦେଶର ୭୦ ପ୍ରତିଶତ
ଜନସଂଖ୍ୟାଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ଗ୍ୟାସ ଆଧାରିତ ଅର୍ଥନୀତି ହେବା ଦିଗରେ
ଦ୍ରୁତ ଅଗ୍ରସର ହେଉଛି । ଦେଶର ଗ୍ୟାସ ଭିତିଭୂମିକୁ ସଜାଡିବାରେ ୬୦ ବିଲିୟନ ଡଲାର ପୁଞ୍ଜିନିବେଶ
ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଏହି ବୈଠକରେ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ
ଇସ୍ପାତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ହେବା ସହ ଅନ୍ୟ ଏହି ସମ୍ପନ୍ଧିୟ ବିଭାଗର
ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking