ଓଡିଶାର ପୁଞ୍ଜିକୁ ବିଶ୍ୱ ସ୍ତରରେ ପହଁଚାଇବା ଆମର ଲକ୍ଷ୍ୟ ହେବା ଦରକାର – ଧର୍ମେନ୍ଦ୍ର ପ୍ରଧାନ

= ସମ୍ବଲପୁରୀ ମାସ୍କକୁ ଅଧିକ ଜନାଦୃତ କରିବାକୁ ପଡିବ
= ରଙ୍ଗବତି ଗୀତ ଦୀର୍ଘ ଦଶନ୍ଧି ଧରି ଦେଶ ଓ ବିଶ୍ୱରେ ଆଦୃତ ହୋଇପାରିଛି

ନୂଆଦିଲ୍ଲୀ/ଭୁବନେଶ୍ୱର, – ଟେକ୍ସଟାଇଲ୍‌, ପର୍ଯ୍ୟଟନ ଏବଂ କୃଷି କ୍ଷେତ୍ର ଓଡିଶାର ମୂଳ
ପୁଞ୍ଜି । ସେହିପରି ରାଜ୍ୟର ସଂସ୍କୃତି ଓ ପରମ୍ପରା ମଧ୍ୟ ଆମର ଭିନ୍ନ ଏକ ପୁଞ୍ଜି । ତେବେ ଏହି ସବୁ ପୁଞ୍ଜିକୁ
ବିଶ୍ୱସ୍ତରରେ ପହଁଚାଇବା ଆମର ଲକ୍ଷ୍ୟ ହେବା ଦରକାର ବୋଲି ରବିବାର ଗ୍ଲୋବାଲ୍ ୱେଷ୍ଟର୍ଣ୍ଣ ଓଡିଶା ପକ୍ଷରୁ
ଆୟୋଜିତ ନୂଆଁଖାଇ ଭେଟଘାଟ୍‌ରେ ଭିଡିଓ କନଫରେନ୍ସିଂ ଜରିଆରେ ଲୋ ppଯୋଗଦେଇ ଆହ୍ୱାନ କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆଁଖାଇ ଚାଷଭିତିକ ଏକ ସାଂସ୍କୃତିକ-ସାମାଜିକ ମହାନ ଗଣପର୍ବ । ଚାଷ ଆଧାରିତ
ଅର୍ଥନୀତିକୁ ସଦୃଢ କରି ରଖିବାର ମହତ ବାର୍ତା ନୂଆଁଖାଇ ଦିଏ । ଭାରତ ସରକାର ଚାଷର ଉନ୍ନତି, କୃଷକଙ୍କ
କଲ୍ୟାଣ ଏବଂ ଚାଷ-ଆଧାରିତ ଅର୍ଥନୀତିର ସୁଦୃଢୀକରଣକୁ ପ୍ରଧାନ୍ୟ ଦେଇଛନ୍ତି ।
ସେ କହିଛନ୍ତି ମହାମାରୀ ସମୟରେ ସମ୍ବଲପୁରୀ ମାସ୍କର ଚାହିଦା ବୃଦ୍ଧି ପାଉଛି । ଏହାକୁ ଆହୁରି ଜନାଦୃତ
କରିବାକୁ ପଡିବ । ସେହିପରି ପ୍ରସିଦ୍ଧ ରଙ୍ଗବତି ଗୀତ ଦୀର୍ଘ ଦଶନ୍ଧି ଧରି ଦେଶ ଓ ବିଶ୍ୱରେ ଆଦୃତ
ହୋଇପାରିଛି । ଏହିପରି ଭାବରେ ଆମର ସଂସ୍କୃତି ଓ ପରମ୍ପରାକୁ ବିଭିନ୍ନ ସଂଗଠନର ଉଦ୍ୟମରେ ବିଶ୍ୱସ୍ତରୀୟ
କରିବାର ଆବଶ୍ୟକତା ରହିଛିା
ବର୍ତ୍ତମାନ କରୋନା ମହାମାରୀ ଦ୍ୱାରା ଓଡିଶା ସମେତ ସାରାଦେଶ ପ୍ରଭାବିତ ହୋଇଛି । ତେବେ ଆଜିର
ସମୟରେ ଡିଜିଟାଲ ସଂଯୋଗ ବୃଦ୍ଧି ପାଇଛି । ଗ୍ରାମାଂଚଳ ସମେତ ଅଧିକରୁ ଅଧିକ ଲୋକମାନେ ଡିଜିଟାଲ
ପ୍ଲାଟଫର୍ମର ଯୋଡିହୋଇଛନ୍ତି । ବର୍ତମାନର ମୂଳ ବିଷୟ ହେଉଛି ସମସ୍ତଙ୍କ ଜୀବନକୁ ସୁରକ୍ଷିତ କରିବାର ଓ
କରୋନାରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବାର । ବିଶ୍ୱରେ ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥା
ସ୍ୱାଭାବିକ ହେବ । ଏହି ସକରାତ୍ମକ ଚିନ୍ତାଧାରା ନେଇ ସମସ୍ତଙ୍କୁ ଆଗକୁ ବଢିବା ଦରକାର ବୋଲି ଶ୍ରୀ ପ୍ରଧାନ
କହିଛନ୍ତି । ଉଲ୍ଲେଖନୀୟ ଯେ, ଆଜିର ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶରୁ ପଶ୍ଚିମ ଓଡିଶାର
ପ୍ରତିନିଧିମାନେ ଯୋଗଦେଇ ଓଡିଶାର ଅନନ୍ୟ ଗଣପର୍ବ ନୂଆଁଖାଇ ସଂସ୍କୃତି ଓ ପରମ୍ପରା ଉପରେ ଆଲୋଚନା
କରିଥିଲେ ।

LEAVE A REPLY

Please enter your comment!
Please enter your name here