37.1 C
Bhubaneswar
Thursday, March 28, 2024
HomeUncategorizedଭାରତ ସରକାରଙ୍କ ଉଦ୍ୟମ ଓଡ଼ିଶାରେ ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରିବ – ଧର୍ମେନ୍ଦ୍ର ପ୍ରଧାନ

ଭାରତ ସରକାରଙ୍କ ଉଦ୍ୟମ ଓଡ଼ିଶାରେ ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରିବ – ଧର୍ମେନ୍ଦ୍ର ପ୍ରଧାନ

– ଭାରତ ସରକାର ଜୈବ ବିବିଧତା ସଂରକ୍ଷଣ ପାଇଁ ପ୍ରତିଶ୍ରୁତିବଦ୍ଧ
– ବିଲୁପ୍ତପ୍ରାୟ ପ୍ରଜାତି ଗୁଡ଼ିକର ସୁରକ୍ଷାକୁ ଭାରତ ସରକାରଙ୍କ ପ୍ରାଧାନ୍ୟ
– ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶା ପୂର୍ବ ଭାରତର ଜୈବ-ବିବିଧତା ହଟସ୍ପଟ୍ ମଧ୍ୟରୁ ଅନ୍ୟତମ
– ବାଘ ପ୍ରକଳ୍ପ ଦେଶରେ ବଡ଼ ସଫଳତାର ସହ ଦୁଇ ବର୍ଷ ମଧ୍ୟରେ ବାଘ ସଂଖ୍ୟାକୁ ଦୁଇ ଗୁଣା କରିଛି
– ଡଲଫିନ୍ ପ୍ରକଳ୍ପ ରାଜ୍ୟର ଡଲଫିନ ଏବଂ ଅଲିଭ୍ ରିଡଲେ କଇଁଛଙ୍କୁ ସୁରକ୍ଷା ଦେବ
– ଓଡ଼ିଶାରେ ସବୁଜବଳୟକୁ ବୃଦ୍ଧି କରିବା ପାଇଁ ଅଭୁତପୂର୍ବ ସମର୍ଥନ ଦେଇଛନ୍ତି ଭାରତ ସରକାର
– ଗତ ଥର କାମ୍ପା ପାଣ୍ଠି ଅଧୀନରେ ଓଡ଼ିଶାକୁ ମିଳିଛି ୫୯୩୩.୯୮ କୋଟି ଟଙ୍କା
ନୂଆଦିଲ୍ଲୀ/ଭୁବନେଶ୍ୱର,  – ଓଡ଼ିଶା ରାଜ୍ୟ ବିଭିନ୍ନ ପ୍ରକାରର ଜୈବ ବିବିଧତା ସହ ଦେଶରେ
ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳି ହେବାର କ୍ଷମତା ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ
ଭାରତ ସରକାରଙ୍କ ସଂରକ୍ଷଣ ପାଇଁ ଉଦ୍ୟମ ଏବଂ ଜୈବ-ବିବିଧତାକୁ ସଶକ୍ତ କରିବାର ପ୍ରଚେଷ୍ଟା ରାଜ୍ୟରେ
ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମୋଦି ସରକାର ବନ୍ୟଜନ୍ତୁ ସଂରକ୍ଷଣ ଏବଂ ଜଙ୍ଗଲ ସୁରକ୍ଷା ପାଇଁ ନେଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରସଙ୍ଗରେ
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ସହାବସ୍ଥାନ ଭାରତର ସାଂସ୍କୃତିକ ବୈଶିଷ୍ଟ୍ୟର
ଏକ ଅଙ୍ଗ ଭାବେ ରହିଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଜୈବ ବିବିଧତା
ସଂରକ୍ଷଣ ପ୍ରତି ଅଧିକ ସମ୍ବେଦନଶୀଳ ଏବଂ ଏହାର ପ୍ରୋତ୍ସାହନ ଓ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ । ଉଦ୍ଭିଦ
ଓ ଜୀବଜନ୍ତୁଙ୍କ ସମ୍ଭାରରେ ପରିପୂର୍ଣ୍ଣ ଭାରତ ବିଶ୍ୱର ଜୈବ-ବିବିଧତାର ପ୍ରାୟ ୭ ରୁ ୮ ପ୍ରତିଶତ ଅଟେ ।
ବନ୍ୟଜନ୍ତୁ ଓ ଜୈବ ବିବିଧତାର ସଂରକ୍ଷଣ, ପରିଚାଳନା ତଥା ସୁରକ୍ଷା ସମ୍ବନ୍ଧରେ ଭାରତ ଅନେକ ପ୍ରମୁଖ
ଆନ୍ତର୍ଜାତୀୟ ସମ୍ମିଳନୀରେ ଚୁକ୍ତିସ୍ୱାକ୍ଷର କରିଛି ।
ଭାରତ ସରକାରଙ୍କ ବାଘ ପ୍ରକଳ୍ପ ଦେଶରେ ବଡ଼ ସଫଳତାର ସହ ଦୁଇ ବର୍ଷ ମଧ୍ୟରେ ବାଘ ସଂଖ୍ୟାକୁ ଦୁଇ ଗୁଣା
କରି କୃତିତ୍ୱ ହାସଲ କରିପାରିଛି । ଭାରତ ସରକାର କ୍ରମାଗତ ଭାବରେ ସନ୍ତସନ୍ତିଆ ଅଞ୍ଚଳ ଓ ବିଲୁପ୍ତପ୍ରାୟ
ପ୍ରଜାତି ଗୁଡ଼ିକର ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି ଅପାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶା ପୂର୍ବ ଭାରତର ଜୈବ-ବିବିଧତା ହଟସ୍ପଟ୍
ମଧ୍ୟରୁ ଅନ୍ୟତମ । ଶିମିଳିପାଳ ଅଭୟାରଣ୍ୟ, ଗନ୍ଧମାର୍ଦ୍ଦନ ପର୍ବତ, ଚିଲିକା, ଭିତରକନିକା ଏବଂ ଦେଓମାଳ
ପର୍ବତରେ ୨୭୦୦ରୁ ଅଧିକ ପ୍ରଜାତିର ପ୍ରାଣୀ ବାସ କରନ୍ତି । ସେ କହିଛନ୍ତି ନଦୀକୂଳ ଅଞ୍ଚଳର ଇକୋସିଷ୍ଟମ
ବା ପରିସଂସ୍ଥାନ ପରିବେଶ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚିତ କରେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ
ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଡଲଫିନ୍ ପ୍ରକଳ୍ପ ସାମୁଦ୍ରିକ ପରିସଂସ୍ଥାନ ସଂରକ୍ଷଣର ଉଦ୍ୟମକୁ
ପୁନଃଉଦ୍ଧାର କରିବା ସହ ଓଡ଼ିଶାର ଇରାୱାଡ଼ି ଡଲଫିନ ଏବଂ ଅଲିଭ୍ ରିଡଲେ କଇଁଛଙ୍କ ପାଇଁ ବରଦାନ ସଦୃଶ
ହେବ ।
ଉତ୍ସର୍ଗୀକୃତ ବୃକ୍ଷରୋପଣ କାର୍ଯ୍ୟ ଯୋଗୁଁ ଓଡ଼ିଶାରେ ଦ୍ରୁତ ଗତିରେ ଜଙ୍ଗଲ ସଂଖ୍ୟା ବୃଦ୍ଧି ପାଇଛି । ଓଡ଼ିଶାରେ
ସବୁଜବଳୟକୁ ବୃଦ୍ଧି କରିବା ପାଇଁ ଭାରତ ସରକାର ଅଭୁତପୂର୍ବ ସମର୍ଥନ ଦେଇଛନ୍ତି । ଗତ ଥର କାମ୍ପା ପାଣ୍ଠି
ଅଧୀନରେ କେନ୍ଦ୍ର ସରକାର ବୃକ୍ଷରୋପଣ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାକୁ ୫୯୩୩.୯୮ କୋଟି
ଟଙ୍କା ମଞ୍ଜୁର କରିଛନ୍ତି ।
ସଂରକ୍ଷଣ, ସ୍ଥାୟୀ ଜୀବନଶୈଳି, ସବୁଜ ଅର୍ଥନୀତି ମଡ଼େଲ୍ ନିର୍ମାଣର ମୂଲ୍ୟ ଆଧାରରେ ଭାରତ ଜଳବାୟୁ
କ୍ରିୟାରେ କୃତିତ୍ୱ ହାସଲ କରିଛି । ପରିବେଶକୁ କ୍ଷତି ନପହଞ୍ଚାଇ ସ୍ଥିର ବିକାଶ ଓ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା
ଦିଗରେ ମୋଦି ସରକାର ବିଶ୍ୱାସ କରନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking