22.1 C
Bhubaneswar
Sunday, January 23, 2022
HomeUncategorizedପୂର୍ବ ଭାରତକୁ ଇସ୍ପାତ୍‌ର ପେଣ୍ଠସ୍ଥଳି କରିବା ପାଇଁ ରୋଡମ୍ୟାପ୍ - ଧର୍ମେନ୍ଦ୍ର ପ୍ରଧାନ

ପୂର୍ବ ଭାରତକୁ ଇସ୍ପାତ୍‌ର ପେଣ୍ଠସ୍ଥଳି କରିବା ପାଇଁ ରୋଡମ୍ୟାପ୍ – ଧର୍ମେନ୍ଦ୍ର ପ୍ରଧାନ

ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର,  – ପୂର୍ବ ଭାରତକୁ ଇସ୍ପାତ୍‌ର ପେଣ୍ଠସ୍ଥଳି କରିବା ପାଇଁ ଭବିଷ୍ୟତର
ରୋଡମ୍ୟାପ୍ ଉପରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତି ସୁବ୍ରମଣିଅନଙ୍କ
ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ପୂର୍ବ ଭାରତକୁ
ଆଗେଇ ନେବାର ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ପୂର୍ବଦୋୟ ଯୋଜନା ପୂର୍ବ ଭାରତକୁ
ଜାତୀୟ ଅଭିବୃଦ୍ଧିରେ ଆଗେଇ ନେବ । ଆଗାମୀ ଦିନରେ ପୂର୍ବ ଭାରତ ସମ୍ପୂର୍ଣ୍ଣ ଇସ୍ପାତ୍‌ର ପେଣ୍ଠସ୍ଥଳି
ହେଲେ ସ୍ଥାନୀୟ ଅଂଚଳରେ ଅର୍ଥନୀତି ସୁଦୃଢ ହେବ ଏବଂ ଯୁବକଙ୍କ ପାଇଁ ଗୋଟିଏ ବଡ ଆକାରର
ସୁଯୋଗ ସୃଷ୍ଟି ହେବ । ଏହି ଯୋଜନା ଆତ୍ମନିର୍ଭର ଭାରତ ତିଆରି କରିବାରେ ମଧ୍ୟ ଯୋଗଦାନ ରହିବ
ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପୂର୍ବ ଭାରତରେ ଇସ୍ପାତ୍ କ୍ଷେତ୍ରକୁ ମଜବୁତ୍ କରିବାର ଲକ୍ଷ୍ୟ ନେଇ ହୋଇଥିବା ଏହି ବୈଠକରେ ଇସ୍ପାତ୍‌
ମନ୍ତ୍ରାଳୟ ଓ ସିପିଏସଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଇସ୍ପାତ୍‌ର
ରପ୍ତାନୀ ବୃଦ୍ଧି, ଉଚ୍ଚକୋଟୀର ସାମଗ୍ରୀ ଉତ୍ପାଦନରେ ଉନ୍ନତି, ଆମଦାନୀ, ମୂଲ୍ୟ ଏବଂ ଇସ୍ପାତ୍ କ୍ଲଷ୍ଟର
ଉପରେ ଭବିଷ୍ୟତର ରୋଡମ୍ୟାପ୍ ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking