30.1 C
Bhubaneswar
Wednesday, April 24, 2024
Homeଓଡିଶାଓଡିଶାରେ ବନ୍ୟା ଦୃଷ୍ଟିରୁ ଆହୁରି ଅଧିକ ପ୍ରସ୍ତୁତ ଓ ସତର୍କ ରହିବାକୁ ଜନସାଧାରଣଙ୍କୁ ଅନୁରୋଧ କଲେ...

ଓଡିଶାରେ ବନ୍ୟା ଦୃଷ୍ଟିରୁ ଆହୁରି ଅଧିକ ପ୍ରସ୍ତୁତ ଓ ସତର୍କ ରହିବାକୁ ଜନସାଧାରଣଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

– ଲୋକମାନଙ୍କୁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଆଗେଇ ଆସିବାକୁ ଦଳର କାର୍ଯ୍ୟକର୍ତାଙ୍କୁ ଆହ୍ୱାନ

ଭୁବନେଶ୍ୱର, – ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଜନସାଧାରଣଙ୍କୁ ଆହୁରି ଅଧିକ ପ୍ରସ୍ତୁତ ଓ ସତର୍କ ରହିବାକୁ ଅନୁରୋଧ
କରିଛନ୍ତି । ସେହିପରି ଦଳର ଅଧିକରୁ ଅଧିକ କାର୍ଯ୍ୟକର୍ତ୍ତା ଏହି କାମରେ ସହଯୋଗୀ ହୋଇ
ଲୋକମାନଙ୍କୁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ବିଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ପ୍ରବାହିତ ନଦୀ
ଗୁଡ଼ିକର ଜଳସ୍ତର ବଢ଼ିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ
ଉପର ମୁଣ୍ଡରେ ବର୍ଷାର ପୂର୍ବାନୁମାନ ଥିବାରୁ ବନ୍ୟା ସମ୍ଭାବନା ଦୃଷ୍ଟିରୁ ଆହୁରି ଅଧିକ ପ୍ରସ୍ତୁତ ଓ ସତର୍କ
ରହିବା ନିତାନ୍ତ ଆବଶ୍ୟକ ।
ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଆପଣମାନେ ସତର୍କ ଥିବେ, ମାତ୍ର ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ
ଅନୁରୋଧ । ଏଭଳି ପରିସ୍ଥିତିରେ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ
କରିବା କାମରେ ଲାଗିଛନ୍ତି । ଅଧିକରୁ ଅଧିକ କାର୍ଯ୍ୟକର୍ତ୍ତା ଏହି କାମରେ ସହଯୋଗୀ ହୋଇ
ଲୋକମାନଙ୍କୁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଆଗେଇ ଆସିବାକୁ ଅନୁରୋଧ କରୁଛି ବୋଲି ଶ୍ରୀ ପ୍ରଧାନ
ଟ୍ୱିଟ୍ କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking