31.1 C
Bhubaneswar
Tuesday, April 23, 2024
Homeଓଡିଶାଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଦ୍ୱାରା ଓଡିଶାର ସମ୍ଭାବନା ସୁଯୋଗରେ ପରିଣତ ହୋଇପାରିବ - ଧର୍ମେନ୍ଦ୍ର ପ୍ରଧାନ

ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଦ୍ୱାରା ଓଡିଶାର ସମ୍ଭାବନା ସୁଯୋଗରେ ପରିଣତ ହୋଇପାରିବ – ଧର୍ମେନ୍ଦ୍ର ପ୍ରଧାନ

ବିଦେଶରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର,  – ଓଡିଶା ବୌଦ୍ଧିକ କ୍ଷମତାର ପେଣ୍ଠସ୍ଥଳି । ଏହାକୁ ଧ୍ୟାନରେ
ରଖି ଓଡିଆ ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଉପଯୋଗ କରି କରୋନା ପରବର୍ତୀ ଦୃଶ୍ୟପଟ୍ଟରେ ଓଡିଶା ଓ
ଭୁବନେଶ୍ୱରରେ ଥିବା ନୂଆ ସମ୍ଭାବନାକୁ ସୁଯୋଗରେ ପରିଣତ କରାଯାଇପାରିବ ବୋଲି ବିଦେଶରେ
ରହୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଲାଷ୍ଟ୍ ମାଇଲ୍ ଏନର୍ଜି ଆକ୍ସେସ୍ ଇନ୍ ଇଣ୍ଡିଆ ଉପରେ ଆୟୋଜିତ ୱେବିନାରରେ ଓଡିଆ ଛାତ୍ରଛାତ୍ରୀଙ୍କ
ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ
ଅର୍ଥନୀତି ହେବା ପାଇଁ ଯାଉଛି । ଓଡିଶା ତଥା ଭୁବନେଶ୍ୱରରେ ଅପାର ସମ୍ଭାବନା ରହିଛି । କରୋନାର
ପରବର୍ତୀ ସମୟରେ ଓଡିଶା ତଥା ଭୁବନେଶ୍ୱରକୁ ବିକଶିତ କରିବା ପାଇଁ ଯୁବ ସମ୍ବଳକୁ ଉପଯୋଗ
କରାଯିବ ଏବଂ ନୂଆ ମାର୍ଗ ଓ ନୂଆ ମଡେଲ୍ ଦିଗରେ ଭାରତ ସରକାର କାର୍ଯ୍ୟ କରିବା ପାଇଁ ଯୋଜନା
ରଖିଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଉର୍ଜା ଚାହିଦାରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି । ଚୀନ ଓ
ଆମେରିକା ପରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର ହୋଇଛି । ଉର୍ଜା କ୍ଷେତ୍ରରେ
ବର୍ତମାନ ଦେଶରେ ଗ୍ୟାସର ସେୟାର ୬.୨ ପ୍ରତିଶତ ରହିଛି ଏବଂ ୨୦୩୦ ସୁଦ୍ଧା ଏହାକୁ ୧୫
ପ୍ରତିଶତ କରାଇବାର ଲକ୍ଷ୍ୟ ରଖାଯାଇଛି । ନିକଟରେ ପ୍ରଥମ ଅନଲାଇନ୍ ବିତରଣ ଆଧାରିତ ଗ୍ୟାସ
ଟ୍ରେଡିଂ ପ୍ଲାଟଫର୍ମ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ ହୋଇଛି । ଏହି ପ୍ଲାଟଫର୍ମ
ଦେଶକୁ ପ୍ରାକୃତିକ ଗ୍ୟାସର ଫ୍ରି ମାର୍କେଟିଂ ପ୍ରାଇସିଂ ଦିଗରେ ଆଗେଇ ନେବାରେ ସାହାଯ୍ୟ କରିବ ।
ସେହିପରି ନିକଟରେ ଦେଶର ବିଭିନ୍ନ ଅଂଚଳରେ ୫୬ଟି ସିଏନଜି ଷ୍ଟେସନର ଲୋକାର୍ପଣ ହୋଇଯାଇଛି
ା ଏହା ସିଜିଡି ବା ସିଟି ଗ୍ୟାସ ବିତରଣ କ୍ଷେତ୍ରରେ ଦେଶର ଜନସଂଖ୍ୟାର ୭୦ ପ୍ରତିଶତ ଏବଂ ୫୩
ପ୍ରତିଶତ ଭୌ÷ଗଳିକ କ୍ଷେତ୍ରକୁ ଆଚ୍ଛାଦିତ କରୁଛି । ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ଏହା
ସହାୟକ ହେବ । ଦେଶର ଉର୍ଜା ଆମଦାନୀକୁ ହ୍ରାସ କରିବା ପାଇଁ ଭାରତ ସରକାର କାମ କରୁଛନ୍ତି
ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଜୈବ ଅର୍ଥନୀତିର ବିକାଶ ପାଇଁ ଭାରତ ପାଖରେ ଅପାର ସମ୍ଭାବନା ରହିଛି । ଉର୍ଜାର ନିରନ୍ତର ଯୋଗାଣ
ସୁନିଶ୍ଚିତ କରିବା ପାଇଁ ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଦେଶର
ନୂଆ ଜୈବ ଉର୍ଜା ନୀତି ଦେଶର ଅନ୍ନଦାତା କୃଷକଙ୍କୁ ଉର୍ଜାଦାତା କରିବା ପାଇଁ ବିଧିବଦ୍ଧ ଯୋଜନା
କ୍ରିୟାନ୍ୱିତ କରାଯାଉଛି । ଆଜି ଦିନରେ ଭାରତର ମୁଣ୍ଡପିଛା କାର୍ବନ ଗ୍ୟାସ୍ ନିଗର୍ମନ ବିଶ୍ୱର ହାରାହାରି
ହାର ଠାରୁ କମ୍ ରହିଛି ଏବଂ ଏହାକୁ ଆହୁରି କମ୍ କରିବା ପାଇଁ ଜୈବଇନ୍ଧନ ଉପଯୁକ୍ତ ମାଧ୍ୟମ । ତୈଳ
ଆମଦାନୀକୁ ହ୍ରାସ କରିବାରେ ମଧ୍ୟ ଜୈବଇନ୍ଧନ ଏକ ଭଲ ମାଧ୍ୟମ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା କୋଟି କୋଟି ଗରିବ ମହିଳାଙ୍କ ଜୀବନଶୈଳିକୁ ପରିବର୍ତନ କରିଛି । ଏହି
ଯୋଜନାରେ ଗରିବ ଘରେ ଗ୍ୟାସ ପହଁଚିପାରିଛି । ସବୁ ଭାରତୀୟ ଲୋକମାନେ ସ୍ୱଚ୍ଛ, ସୁଲଭ, ନିରନ୍ତର
ଉର୍ଜା ପାଇପାରିବେ ସେ ଦିଗରେ ଭାରତ ସରକାରଙ୍କ ପକ୍ଷରୁ ନିରନ୍ତର ଉଦ୍ୟମ ଜାରୀ ରହିଛି ବୋଲି ଶ୍ରୀ
ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ବିଶ୍ୱର କାର୍ଲିଫର୍ଣ୍ଣିଆ, ପ୍ରିନ୍ସଟନ, କେମ୍ବ୍ରିଜ୍‌, ଟୋରୋଂଟୋ ସମେତ ୪୦ରୁ ଉର୍ଦ୍ଧ୍ୱ
ବିଶ୍ୱବିଦ୍ୟାଳୟର ଭାରତୀୟ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲା ବେଳେ ଏଥିରେ ଓଡିଆ ଦୁଇ
ଛାତ୍ର ସୋନିକ କିରନ ଦାଶ ଏବଂ ସୌମେନ୍ ମହାପାତ୍ର ସାମିଲ ଓ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ସାମିଲ
ଥିଲେ । ବୈଷୟିକ ଶିକ୍ଷା, ରାଜନୀତି ବିଜ୍ଞାନ, ଅର୍ଥନୀତି, ସାମାଜିକ ବିଜ୍ଞାନରେ ପାରଙ୍ଗମ ଥିବା
ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking