28.1 C
Bhubaneswar
Saturday, April 20, 2024
Homeଓଡିଶାରାଜ୍ୟ ସରକାର ଯଥାଶୀଘ୍ର ଏସଇବିସି ଓ ଓବିସିଙ୍କୁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ...

ରାଜ୍ୟ ସରକାର ଯଥାଶୀଘ୍ର ଏସଇବିସି ଓ ଓବିସିଙ୍କୁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ସ୍ଥାନ ସଂରକ୍ଷଣ ଦିଅନ୍ତୁ : ଧର୍ମେନ୍ଦ୍ର ପ୍ରଧାନ

 ଏହି ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ଓଡ଼ିଶାର ବହୁସଂଖ୍ୟକ ଲୋକ ଲାଭବାନ ହେବେ
 ମୋଦି ସରକାରରେ ଦେଶରେ ଲାଗୁ ହୋଇଥିବା ଆର୍ôଥକ ଅନଗ୍ରସର ସବର୍ଣ୍ଣଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତିରେ
୧୦ ପ୍ରତିଶତର ସ୍ଥାନ ସଂରକ୍ଷଣ ମଧ୍ୟ ଦିଆଯାଉ
 ଏହି ସମନ୍ଧରେ ତିନି ତିନି ଥର ଚିଠି ଲେଖି ଅନୁରୋଧ କରିବା ପରେ ମଧ୍ୟ ଉପଯୁକ୍ତ ପଦକ୍ଷେପ କାହିଁକି
ନିଆଯାଉନାହିଁ ?
 ‘ଦାସେ ଆଇଲେ ମୂଳରୁ ଗା’ ନୀତିକୁ ଛାଡ଼ି ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରନ୍ତୁ
ରାଜ୍ୟ ସରକାର
 ଏହା ରାଜନୈତିକ ନୁହେଁ ବରଂ ସାମାଜିକ ନ୍ୟାୟ, ସାମାଜିକ ସଶକ୍ତିକରଣ ଓ ସାମାଜିକ ସମରସତାର
ପ୍ରସଙ୍ଗ
 ଓଡ଼ିଶାରେ ପାଖାପାଖି ୨୧୦ଟି ସମୁଦାୟକୁ ଏସଇବିସି ବର୍ଗରେ ଚିହ୍ନଟ କରାଯାଇଛି
 ଏହାର ବିଜ୍ଞପ୍ତି ୧୯୯୩ ମସିହାରୁ ଆରମ୍ଭ କରି ୨୦୧୭ ମସିହା ପର୍ଯ୍ୟନ୍ତ ପ୍ରକାଶିତ ହୋଇଛି
 ଏହାର ଦିବାଲୋକରେ ସ୍ପଷ୍ଟ ଯେ ଓଡ଼ିଶା ସରକାରଙ୍କ ପାଖରେ ପଛୁଆ ବର୍ଗଙ୍କର ତାଲିକା ରହିଛି
 ଓବିସି ଏବଂ ଏସଇବିସିଙ୍କ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦିଆଯାଇ ସେମାନଙ୍କ ସାମାଜିକ ଓ
ଅର୍ଥନୈତିକ ବିକାଶ କରିବା ଜରୁରୀ
 କେନ୍ଦ୍ର ସରକାରଙ୍କ ପାଖରେ ଗୋଟିଏ ଓବିସି ତାଲିକା ରହିଥିବା ବେଳେ ରାଜ୍ୟ ପାଖରେ ମଧ୍ୟ ଏସଇବିସି
ତାଲିକା ରହିଛି
 ରାଜ୍ୟ ସରକାର ନିଜସ୍ୱ ଏସଇବିସି ତାଲିକା ଏବଂ କେନ୍ଦ୍ରର ଓବିସି ତାଲିକାକୁ ନେଇପାରିବେ ଯାହା ଶିକ୍ଷା
ଏବଂ ରୋଜଗାର କ୍ଷେତ୍ରରେ ସଂରକ୍ଷଣ ଯୋଗାଇବା ପାଇଁ ଉପଯୋଗୀ ହୋଇପାରିବ
 ବହୁସଂଖ୍ୟକ ସମାଜକୁ ଏହି ସାମ୍ବିଧାନ ଅଧିକାର ପାଇବାରୁ ବଂଚିତ କରାନଯାଉ
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟ ସରକାର ଯଥାଶୀଘ୍ର ଓଡ଼ିଶାର ବହୁସଂଖ୍ୟକ ସାମାଜ ତଥା ସାମାଜିକ ଓ
ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ଉଭୟ
ଚାକିରି ଓ ଶିକ୍ଷା କ୍ଷେତ୍ରରେ ଖୁବ ଶୀଘ୍ର ସମ୍ବିଧାନ ଅନୁମୋଦିତ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ
କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମୋଦି ସରକାରରେ ଦେଶରେ ଆର୍ôଥକ ଅନଗ୍ରସର ସବର୍ଣ୍ଣଙ୍କ ପାଇଁ ଶିକ୍ଷା
ଓ ନିଯୁକ୍ତିରେ ୧୦ ପ୍ରତିଶତର ସ୍ଥାନ ସଂରକ୍ଷଣ ହୋଇଥିବା ବେଳେ ଏହାକୁ ମଧ୍ୟ ଓଡ଼ିଶାରେ ଲାଗୁ କରିବା ପାଇଁ ମଖ୍ୟମନ୍ତ୍ରୀ
ସକରାତ୍ମକ ପଦକ୍ଷେପ ନେବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ନୂଆଦିଲ୍ଲୀ ଠାରେ ଗୁରୁବାର ସାମ୍ବାଦିକ ସମ୍ବିଳନୀ ଜରିଆରେ ପୁଣି ଥରେ ଏହି ଦୀର୍ଘଦିନର ଦାବୀକୁ ଦୋହରାଇବା ସହ ଶ୍ରୀ
ପ୍ରଧାନ କହିଛନ୍ତି ଯେ ରାଜ୍ୟର ମୋଟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ । ତେବେ ଏହି
ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗରୁ ବଂଚିତ ହେବା କାରଣରୁ ସେମାନଙ୍କ ସାମାଜିକ ଓ
ଅର୍ଥନୈତିକ ବିକାଶ ହୋଇପାରିନାହିଁ । ଏଥିପାଇଁ ସେ ପୂର୍ବରୁ ତିନି ଥର ଅର୍ଥାତ୍ ଜୁଲାଇ ୨୫,୨୦୧୯, ଜାନୁଆରୀ
୧୫, ୨୦୨୦ ଏବଂ ଡିସେମ୍ବର ୩୧,୨୦୨୦ରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦୀର୍ଘ ଦିନର ଦାବୀ ତଥା ଓବିସିଙ୍କୁ
ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ଆର୍ôଥକ ଦୃଷ୍ଟିରୁ ପଛୁଆ ବର୍ଗ ଏସ୍‌ଓବିସି ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ
ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଛନ୍ତି । ଦେଶରେ ଦୀର୍ଘ ତିନି ଦଶନ୍ଧି ଧରି ଏହା ଲାଗୁ ହେଲା ପରେ ମଧ୍ୟ ଓଡିଶା
ସରକାର କାହିଁକି ଏହି କ୍ଷେତ୍ରରେ ସଂରକ୍ଷଣ ଦେଉନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଦେଶର ଅନେକ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ,
ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ସେସବୁ ରାଜ୍ୟ ଗୁଡିକରେ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ
କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏହି ଜାତିଙ୍କ
ପାଇଁ ଅଧିକ ପ୍ରତିଶତ ସଂରକ୍ଷଣ ଦେବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ୍‌
ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ
ବୋଲି ରାୟ ପ୍ରକାଶ କରିଥିଲେ । ମହାରାଷ୍ଟ୍ରରେ ବିଜେପି ସରକାର ବା ଦେବେନ୍ଦ୍ର ଫର୍ଣ୍ଣାଡ଼ିସ କ୍ଷମତାରେ ଥିବା ବେଳେ
ରାଜ୍ୟରେ ପଛୁଆ ଶ୍ରେଣୀର ଲୋକମାନଙ୍କ ପାଇଁ ଏପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏହାକୁ ମାନ୍ୟବର ବମ୍ବେ ହାଇକୋର୍ଟ
ବୈଧ ଭାବରେ ସାମ୍ବିଧାନିକ ଅନୁମତି ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କର ସୀମା ଉପରେ ବିଶେଷ କାରଣ ଯୋଗୁଁ
ସଂରକ୍ଷଣ ବଢାଇବାର ଅଧିକାରକୁ ସମ୍ମତି ପ୍ରଦାନ କରିଥିଲେ ।
ଓଡ଼ିଶାରେ ପାଖାପାଖି ୨୧୦ଟି ସମୁଦାୟକୁ ଏସଇବିସି ବର୍ଗରେ ଚିହ୍ନଟ କରାଯାଇଛି । ଯାହାର ବିଜ୍ଞପ୍ତି ୧୯୯୩ ମସିହାରୁ
ଆରମ୍ଭ କରି ୨୦୧୭ ମସିହା ପର୍ଯ୍ୟନ୍ତ ପ୍ରକାଶିତ ହୋଇଛି । ଏହାର ଅର୍ଥ ସ୍ପଷ୍ଟ ଦିବାଲୋକରେ ସ୍ପଷ୍ଟ ଯେ ଓଡ଼ିଶା
ସରକାରଙ୍କ ପାଖରେ ପଛୁଆ ବର୍ଗଙ୍କର ତାଲିକା ରହିଛି । ‘ଦାସେ ଆଇଲେ ମୂଳରୁ ଗା’ ନୀତିକୁ ଛାଡ଼ି ପଛୁଆ ବର୍ଗଙ୍କ
ପାଇଁ ରାଜ୍ୟ ସରକାର ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରନ୍ତୁ ।
ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପାଖରେ ଗୋଟିଏ ଓବିସି ତାଲିକା ରହିଥିବା ବେଳେ ରାଜ୍ୟ ପାଖରେ ମଧ୍ୟ
ଏସଇବିସି ତାଲିକା ରହିଛି । ରାଜ୍ୟ ସରକାର ନିଜସ୍ୱ ଏସଇବିସି ତାଲିକା ଏବଂ କେନ୍ଦ୍ରର ଓବିସି ତାଲିକାକୁ ନେଇପାରିବେ
ଯାହା ଶିକ୍ଷା ଏବଂ ରୋଜଗାର କ୍ଷେତ୍ରରେ ସଂରକ୍ଷଣ ଯୋଗାଇବା ପାଇଁ ଉପଯୋଗୀ ହୋଇପାରିବ । ତେଣୁ ବହୁସଂଖ୍ୟକ
ସମାଜକୁ ଏହି ସାମ୍ବିଧାନ ଅଧିକାର ପାଇବାରୁ ବଂଚିତ କରାନଯାଉ ।
ସମ୍ବିଧାନର ଧାରା ୧୫(୪) ଓ ୧୬(୪) ଅଧୀନରେ ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣର ବ୍ୟବସ୍ଥା
ଥିଲେ ମଧ୍ୟ ଓଡିଶା ସରକାର ସଂରକ୍ଷଣ ବ୍ୟବସ୍ଥା କରୁନାହାନ୍ତି । ଏହା ରାଜନୈତିକ ପ୍ରସଙ୍ଗ ନୁହେଁ, ସାମାଜିକ, ସାମାଜିକ
ନ୍ୟାୟ, ସାମାଜିକ ସଶକ୍ତିକରଣ ଓ ସାମାଜିକ ସମରସତାର ପ୍ରସଙ୍ଗ । ତେଣୁ ମୁଖ୍ୟମନ୍ତ୍ରୀ ରାଜନୈତିକ ବାଦବିବାଦରୁ
ବାହାରକୁ ଯାଇ ଏସଇବିସି ଓ ଓବିସି ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ସାମ୍ବିଧାନିକ ଅଧିକାର ପ୍ରଦାନ
କରନ୍ତୁ । ଏହା ଦ୍ୱାରା ସମାଜରେ ସାମାଜିକ ଓ ଆର୍ôଥକ ବୈଷମ୍ୟତା ଦୂର ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking