31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଘାଟି ତଳକୁ ଖସିଲା ମିନି ବସ୍ : ୮ ଛାତ୍ର ଗୁରୁତର

ଘାଟି ତଳକୁ ଖସିଲା ମିନି ବସ୍ : ୮ ଛାତ୍ର ଗୁରୁତର

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମରରେ ବଡ ଅଘଟଣ । ରାଜ୍ୟର ଉଦ୍ଧମପୁରରେ ଏକ ମିନି ବସ୍ ଘାଟି ତଳକୁ ଖସି ପଡିଛି । ଏଥିରେ ସ୍କୁଲ ଛାତ୍ର ଥିଲେ । ତେବେ ଅଘଟଣରେ ୮ ଜଣ ଛାତ୍ର ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ସ୍ଥାନୀୟ ଲୋକଙ୍କ ସହୟତାରେ ସ୍କୁଲ ଛାତ୍ରଙ୍କୁ ଉଦ୍ଧାର କରିଥିଲା । ଅଘଟଣ ପରେ ସେଠାରେ ଲୋକଙ୍କ ଗହଳି ବଢିଥିଲା । ସବୁଠାରୁ ବଡ କଥା ହେଉଛି ଯେ ଦୁର୍ଘଟଣାରେ କୌଣସି ଜୀବନ ହାନୀ ହୋଇନାହିଁ ।କୁହାଯାଉଛି ଯେ, ମିନି ବସରେ ୮ ଜଣ ଛାତ୍ର ବସିଥିଲେ । ବସଟି ବରମୀନ ଗ୍ରାମରୁ ଉଦ୍ଧମପୁର ଯାଉଥିଲା । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହା ଘଟି ତଳକୁ ଖସି ପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking