34.1 C
Bhubaneswar
Friday, March 29, 2024
Homeଓଡିଶାଲଘୁ ଖଣିଜ ପଦାର୍ଥ ଚୋରି ଓ ଦାଦାବଟିକୁ ନେଇ 5Tର ଅଭିଯାନ

ଲଘୁ ଖଣିଜ ପଦାର୍ଥ ଚୋରି ଓ ଦାଦାବଟିକୁ ନେଇ 5Tର ଅଭିଯାନ

ଭୁବନେଶ୍ୱର:ବିଶେଷ କରି ଦ୍ୱୈତ ନଗରୀରେ ଦାଦାବଟି ବଢ଼ୁଥିବା ନେଇ ତଥ୍ୟ ମିଳିବା ପରେ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ଆସନ୍ତା ୪୫ ଦିନରେ କେଉଁଠି ଲଘୁ ଖଣିଜ ପଦାର୍ଥ ଚୋରି ଓ ଦାଦାବଟି ଅଭିଯାନ ଅଧିକ ହେଉଛି ତାର ତାଲିକା ପ୍ରସ୍ତୁତ କରାଯାଉଛି ।ବିଶେଷ କରି ଦ୍ୱୈତ ନଗରୀରେ ଦାଦାବଟି ବଢ଼ୁଥିବା ନେଇ ତଥ୍ୟ ମିଳିଥିଲା । ତୃତୀୟ ପକ୍ଷ ସର୍ଭେ କରି ଏନେଇ ସୂଚନା ଦେଇଥିଲା । ଦାଦବଟିକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ଜୋରସୋରରେ ପ୍ରୟାସ ଆରମ୍ଭ କରିଛି । ଏହି ସୂଚନା ଆଧାରରେ ଚୋରି ଓ ବଟି ଆଦାୟ ରୋକିବାକୁ ତିଆରି ହୋଇଛି ବ୍ଲୁ-ପ୍ରିଣ୍ଟ । ଏଥିପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଏକ ଆଣ୍ଟି ଏକ୍ସଷ୍ଟର୍ସନ ଫୋର୍ସ ଗଠନ କରାଯାଇଛି । ଏହି ଟିମ୍‌ ଦ୍ୱାରା ଦୁଇ ଦିନରେ ୧୪ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ସମେତ ଜଣେ ବସ୍‌ ମାଲିକ ଓ ଅନ୍ୟ ଲୋକାଲ ଗୁଣ୍ଡା ସାମିଲ ଅଛନ୍ତି । ବରମୁଣ୍ଡାରେ ବସ୍‌ ମାଲିକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ବସ୍‌ ମାଲିକ ଭରତ ପ୍ରଧାନ ଆଣ୍ଡ କୋ ଗିରଫ ହୋଇଛନ୍ତି ।ଏହା ପରେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଦୁଇ ଦାଦା ଅଖାଡୁ ଓରଫ ଗଣେଶ ସାମନ୍ତରାୟ ଏବଂ ସିଲୁ ଭୋଇକୁ ଏୟାର ଫିଲ୍‌ଡ ଥାନା ପୋଲିସ ଗିରଫ କରିଥିବା ବେଳେ ବଟି ଆଦାୟ ଅଭିଯୋଗରେ ରାଜା ଓରଫ ଶୁଭ୍ରାଂଶୁ ଭଞ୍ଜକୁ ବଡ଼ଗଡ଼ ଥାନା ପୋଲିସ ଗିରଫ କରିଛି । ସେହିଭଳି କଟକ ମଙ୍ଗଳାବାଗ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking