32.1 C
Bhubaneswar
Thursday, March 28, 2024
Homeଓଡିଶାରାସ୍ତାରେ ପଡିଛି ଲକ୍ଷାଧିକ ଟଙ୍କାର ସରକାରୀ ଔଷଧ

ରାସ୍ତାରେ ପଡିଛି ଲକ୍ଷାଧିକ ଟଙ୍କାର ସରକାରୀ ଔଷଧ

ନର୍ଲା : ସରକାରୀ ଔଷଧର ଅପ ବ଼୍ଯବହାର l ରୋଗୀଙ୍କୁ ଦିଆ ନଯାଇ ଲକ୍ଷାଧିକ ଟଙ୍କାର ଫୋପଡା ଯାଉଛି l କିଛି ଔଷଧ ରାସ୍ତାରେ ଫୋପଡା ଯାଇଥିବା ବେଳେ ଆଉ କିଛି ଜଙ୍ଗଲରେ ଫୋପଡା ଯାଇଛି l ଏଭଳି ଘଟଣା ସମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ଭଟାଙ୍ଗପଦର ପଂଚାୟତ ଖକସି ଗାଁରେ l ଅଭିଯୋଗ ଅନୁସାରେ, କିଛି ଲୋକ ସେହି ଗାଁ ରାସ୍ତା ଦେଇ ଯାଉଥିବା ବେଳେ ରାସ୍ତାରେ ଏକାଧିକ ଔଷଧ ପଡିଥିବା ଦେଖିବାକୁ ପାଇଥିଲେ l ଗାଡିରୁ ଉହ୍ଲାଇ ଦେଖିବା ପରେ କିଛି ମେଡିସିନ୍ ଏକ୍ସପାୟାର୍ ସରି ଯାଇଥିବା ବେଳେ ଆଉ କିଛି ଔଷଧର ଏକ୍ସପାୟାର୍ ଡେଟ୍ ଥିବା ଦେଖିବାକୁ ମିଲିଥିଲା l ତେବେ ଏଥି ମଧ଼୍ଯରୁ ଅଧିକାଂଶ ଗର୍ଭବତୀ ଓ ଶିଶୁଙ୍କ ପାଇଁ ଥିବା କୁହାଯାଉଛି l କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଂଚଳ ହୋଇଥିବା ବେଳେ ଅଧିକାଂଶ ଲୋକେ ସରକାରୀ ଡାକ୍ତରଖାନା ଉପରେ ନର୍ଭର କରିଥାନ୍ତି l ତେବେ ରୋଗୀଙ୍କୁ ସରକାରୀ ଔଷଧ ଦିଆ ନଯାଇ ଏଭଳି ଫୋପଡା ଦିଆ ଯାଉଥିବା ଅଭିଯୋଗ ହେଉଛି l ତେବେ ଏହି ଔଷଧ କିଏ ଫୋପାଡିଲା ତାହାର ତଦନ୍ତ କରାଯିବା ସହ ସେହି ବ଼୍ଯକ୍ତି ଙ୍କ ଉପରେ କାର୍ଯ଼୍ଯାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି l ଏପଟେ ଘଟଣା ଜାଣିବା ପରେ ତଦନ୍ତ କରାଯାଇ କାର୍ଯ଼୍ଯାନୁଷ୍ଠାନ ନିଆଯିବ ବୋଲି କଳାହାଣ୍ଡି ସିଡିଏମ୍ଓ କହିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking