31.1 C
Bhubaneswar
Friday, March 29, 2024
Homeବିଜିନେସ୍୫ ବର୍ଷରେ ଦୁଗ୍ଧ ଉତ୍ପାଦନ ୧୮ ହଜାର କୋଟି ଛୁଇଁବ

୫ ବର୍ଷରେ ଦୁଗ୍ଧ ଉତ୍ପାଦନ ୧୮ ହଜାର କୋଟି ଛୁଇଁବ

ନୂଆଦିଲ୍ଲୀ : ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ଦୁଗ୍ଧ ଉତ୍ପାଦନ ତିନିଗୁଣା ବୃଦ୍ଧି ପାଇ ୧୮ ହଜାର କୋଟିରେ ପହଞ୍ଚିବ ବୋଲି ଏନ୍‌ଡିଡିବି (ନ୍ୟାସନାଲ ଡେୟାରୀ ଡେଭେଲପ୍‌ମେଣ୍ଟ ବୋର୍ଡ) ଅଧ୍ୟକ୍ଷ ମିନେଶ ଶାହ କହିଛନ୍ତି । ୨୦୨୧-୨୨ ଆର୍ôଥକବର୍ଷରେ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀଗୁଡିକ ୫୫୭୫ କୋଟି ଟଙ୍କାର ବ୍ୟବସାୟ କରିଥିଲେ । ଆଗାମୀ ପାଞ୍ଚବର୍ଷରେ ଏନଡିଡିବି ପକ୍ଷରୁ ଦେଶରେ ଅଧିକ ସଂଖ୍ୟକ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ଖୋଲାଯିବାର ଯୋଜନା ରହିଛି ବୋଲି ସେ କହିଛନ୍ତି । ବର୍ତ୍ତମାନ ଦେଶରେ ୭.୫ ଲକ୍ଷ ଚାଷୀଙ୍କ ଦ୍ୱାରା ୨୦ଟି ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ କାର୍ଯ୍ୟ କରୁଛି । ଏମାନଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ମହିଳା । ବ୍ୟବସାୟ ଆରମ୍ଭ କରିବାପରଠାରୁ ଏହି ଚାଷୀମାନେ ୨୭,୫୦୦ କୋଟି ଟଙ୍କା ରୋଜଗାର କରିସାରିଥିବା ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking