40.1 C
Bhubaneswar
Thursday, April 25, 2024
Homeଓଡିଶା୨୫୦କି.ମି ଚାଲି ଚାଲି ଆସିଲେ ୩ ଦାଦନ ଶ୍ରମିକ

୨୫୦କି.ମି ଚାଲି ଚାଲି ଆସିଲେ ୩ ଦାଦନ ଶ୍ରମିକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ଗ୍ରାମର ୩ ଜଣ ଯୁବକ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ବିଜୟନଗରମର ଇଟାଭାଟିରେ କାମ କରିବାକୁ ଯାଇଥିଲେ। ତେବେ କରୋନା ସଂକ୍ରମଣର ମୁକାବିଲା ପାଇଁ ଇଟାଭାଟି ମାଲିକ ଭାଟି ବନ୍ଦ କରିଦେବା ସହ ଶ୍ରମିକମାନଙ୍କୁ ନିଜ ଘରକୁ ଫେରିଯିବାକୁ କହିବାରୁ ସେମାନେ ବାଧ୍ୟ ହୋଇ ପ୍ରାୟ ୨୫୦ କିଲୋମିଟରରୁ ଊର୍ଦ୍ଧ୍ବ ବାଟ ଚାଲିଚାଲି ଆସି ଘରେ ପହଞ୍ଚିଛନ୍ତି। ଏହି ଶ୍ରମିକମାନେ ହେଲେ ପର୍ଲା ଗ୍ରାମର ହରିନାଥ ଗୋପାଳ (୩୫), ଜଗଦୀଶ ଗୋପାଳ (୨୪) ଓ ପୁନୀ ଗୋପାଳ (୫୦)। ଇଟାଭାଟି ମାଲିକ କାମ ବନ୍ଦ କରାଇବା ସହ ଘରକୁ ଫେରିଯିବାକୁ କହିଥିବା ବେଳେ ଗାଡ଼ି ଚଳାଚଳ ସୁବିଧା ନଥିବାରୁ ଏହି ଶ୍ରମିକମାନେ ଚାଲିଚାଲି ଘରକୁ ଫେରିଥିବା କହିଛନ୍ତି ।
https://onakhabar.com/2020/03/25/hostel-student-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking