34.1 C
Bhubaneswar
Friday, March 29, 2024
Homeଓଡିଶାପ୍ରବାସୀଙ୍କ ଜାତୀୟ ରାଜପଥ ଅବରୋଧ

ପ୍ରବାସୀଙ୍କ ଜାତୀୟ ରାଜପଥ ଅବରୋଧ

ବ୍ରହ୍ମପୁର : ତୁରନ୍ତ ଘରକୁ ପଠାଇବାର ବ୍ୟବସ୍ଥା ଦାବି କରି ୧୬ ନଂ ଜାତୀୟ ରାଜପଥ ଅବରୋଧ କରି ଧାରଣାରେ ବସିଛନ୍ତି ଶତାଧିକ ପ୍ରବାସୀ । ବ୍ରହ୍ମପୁର ଉପକଣ୍ଠ ହଲାଦିଅପଦର ବସଷ୍ଟାଣ୍ଡ ଠାରେ ଆଜି ସକାଳୁ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଫେରୁଥିବା ପ୍ରବାସୀଙ୍କୁ ହଲାଦିଅପଦର ବସଷ୍ଟାଣ୍ଡ ଠାରେ ରଖାଯିବା ପରେ ବସ ଯୋଗେ ପର୍ଯ୍ୟାୟ କ୍ରମେ ନିଜ ଅଞ୍ଚଳକୁ ପଠାଯାଉଛି । ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡା ଭଳି ଜିଲ୍ଲାର ପ୍ରବାସୀ ଏଠାକୁ ଆସିଛନ୍ତି । ସେଠାରେ ଦିନରାତି ପୁଲିସ ଓ ସରକାରୀ କର୍ମଚାରୀ ନିୟୋଜିତ ଅଛନ୍ତି । ତେବେ ଏହି ପ୍ରବାସୀଙ୍କୁ ଠିକ ଭାବେ ଖାଇବାକୁ ଦିଆ ଯାଉନଥିବା ଓ ନିଜ ଅଞ୍ଚଳକୁ ପଠାଇବାରେ ବିଳମ୍ବ କରାଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ଶତାଧିକ ପ୍ରବାସୀ ବସଷ୍ଟାଣ୍ଡରୁ ବାହାରି ଜାତୀୟ ରାଜପଥକୁ ଆସି ଧାରଣା ଦେଇଛନ୍ତି । ଫଳରେ ରାଜପଥ ଉପରେ ବର୍ତ୍ତମାନ ବହୁ ଗାଡ଼ି ମଟର ଅଟକିବା ସହ ଆନ୍ଧ୍ରପ୍ରଦେଶ-ଭୁବନେଶ୍ୱର ଯାତାୟାତ ବନ୍ଦ ହୋଇଛି ।
https://onakhabar.com/2020/06/04/migrant-worker-stayed-in-quarentine-dead-in-soro/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking