31.1 C
Bhubaneswar
Friday, March 29, 2024
Homeଓଡିଶାଫେରିଲେ ବାଟହୁଡ଼ି ତାମିଲନାଡୁରୁ ନାଗପୁର ଯାଇଥିବା ଓଡ଼ିଆ​‌ ପ୍ରବାସୀ

ଫେରିଲେ ବାଟହୁଡ଼ି ତାମିଲନାଡୁରୁ ନାଗପୁର ଯାଇଥିବା ଓଡ଼ିଆ​‌ ପ୍ରବାସୀ

ଝାରସୁଗୁଡ଼ା : କରୋନା ମହାମାରୀ ପାଇଁ ପ୍ରବାସୀ ଶ୍ରମିକଙ୍କ ପଳାୟନ ଲାଗି ରହିଛି। ଏମିତିରେ ଅନେକ ପ୍ରବାସୀ ବିଭିନ୍ନ ଶ୍ରମିକ ଟ୍ରେନରେ ନିଜର ଗନ୍ତବ୍ୟ ସ୍ଥାନକୁ ନଯାଇ ଅନ୍ୟତ୍ର ଚାଲି ଯାଉଛନ୍ତି। ଫଳରେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ାରେ। ତାମିଲନାଡ଼ୁରେ ଶ୍ରମିକ ଭାବରେ କାମ କରୁଥିବା ୩୬ ଜଣ ଶ୍ରମିକ ଓଡ଼ିଶାର ବରଗଡ଼, ବଲାଙ୍ଗିର ଓ ସମ୍ବଲପୁରକୁ ଆସିବା ପାଇଁ ରେଳଷ୍ଟେସନରେ ଅପେକ୍ଷା କରିଥିଲେ। ସେମାନେ ଅଜାଣତରେ ଅନ୍ୟ ଏକ ଶ୍ରମିକ ଟ୍ରେନରେ ବସି ପଡ଼ିବାରୁ ଓଡ଼ିଶା ଫେରିବା ପରିବର୍ତ୍ତେ ମହାରାଷ୍ଟ୍ରର ନାଗପୁରକୁ ଚାଲି ଯାଇଥିଲେଫ ପାଖରେ ପଇସା ନଥିବା ଓ ରେଳ ଷ୍ଟେସନରେ ଖାଇବାକୁ କିଛି ମିଳୁନଥିବାରୁ ବହୁ କଷ୍ଟରେ କିିଛିଦିନ ପଡ଼ି ରହିଥିଲେ।
ନାଗପୁରର ରେଳବାଇ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ନାଗପୁରରୁ ଝାରସୁଗୁଡ଼ା ଦେଇ ହାୱଡ଼ାକୁ ଯାଉଥିବା ଅନ୍ୟ ଏକ ଶ୍ରମିକ ଟ୍ରେନରେ ବସାଇ ଦେଇଥିଲେ। ଏହି ଶ୍ରମିକମାନେ ବୁଧବାର ଝାରସୁଗୁଡ଼ା ରେଳ ଷ୍ଟେସନରେ ଓହ୍ଲାଇଥିଲେ। ଏଥିରେ ​ବଲାଙ୍ଗିର ଜିଲ୍ଲାର ୧୭ ଜଣ, ବରଗଡ଼ ଜିଲ୍ଲାର ୧୩ ଜଣ ଓ ସମ୍ବଲପୁର ଜିଲ୍ଲାର ୬ ମୋଟଙ୍କୁ ମିଶାଇ ୩୬ ଜଣ ସମେତ ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, କନ୍ଧମାଳ ଅଞ୍ଚଳର ମୋଟ ୮୬ ଜଣ ଅଛନ୍ତି। ଏହି ପ୍ରବାସୀ ମାନଙ୍କୁ ତାଙ୍କ ଘରେ ପହଞ୍ଚାଇବାକୁ ୩ଟି ବସ୍ ଓ ଗୋଟିଏ ମିନି ବସ୍ ବ୍ୟବସ୍ଥା କରାଯାଇଥିବା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା କୋଲାବିରା ତହସିଲଦାର ଗୋଲକ ବିହାରୀ ମଙ୍ଗରାଜ କହିଛନ୍ତି। ସମସ୍ତ ପ୍ରବାସୀଙ୍କୁ ସ୍କାନିଂ କରି ନିଜ ନିଜ ଜିଲ୍ଲାକୁ ଛଡ଼ାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking