30.1 C
Bhubaneswar
Thursday, April 25, 2024
Homeଓଡିଶାସୁରଟରୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ମୃତ୍ୟୁ

ସୁରଟରୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ମୃତ୍ୟୁ

ଭୁବନେଶ୍ୱର: ଲକ ଡାଉନ କାରଣରୁ ଏବେ ବିଭିନ୍ନ ରାଜ୍ୟରେ ପ୍ରବାସୀ ଓଡିଆ ଫସି ରହିଛନ୍ତି । ସେମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ ଏହି ପରିପ୍ରେକ୍ଷୀରେ ଏକ ଘଟଣା ସାମ୍ନାକୁ ଆସିଛି । ଗୁଜୁରାଟ ସୁରତରୁ ଓଡିଶା ଫେରୁଥିବା ପ୍ରବାସୀ ଓଡିଆଙ୍କ ବସରେ ଜଣେ ଯୁବକଙ୍କ ଅଚାନକ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ସୋରଡା ଅନ୍ତର୍ଗତ ନାରାୟଣପୁର ଗାଁର ବୋଲି ଜଣାପଡିଛି । ବର୍ତମାନ ସୁରଟରୁ ଓଡିଶା ଅଭିମୁଖେ ଆସିଥିବା ଏହି ବସଟିକୁ ଛତିଶଗଡ ପୋଲିସ ଅଟକ ରଖିଛି । ତେବେ କିଭଳି ଏବଂ କେଉଁ କାରଣ ପାଇଁ ଯୁବକଙ୍କ ମୃତ୍ୟୁ ହେଲା ତାର ଖୋଳତାଡ ପୋଲିସ ଆରମ୍ଭ କରିଥିବା ସୂଚନା ମିଳିଛି ।
https://onakhabar.com/2020/05/02/another2-positive-case-from-jajapur/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking