ନିର୍ଯ୍ୟାତିତ ଦାଦନ ଶ୍ରମିକଙ୍କୁ ତେଲେଙ୍ଗାନାରୁ ଉଦ୍ଧାର 

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମ ପଞ୍ଚାୟତର ଲିଆଡ ଗାଁର ହରିଜନ ପଡା ଓ ନନ୍ଦୀଗାଁ,ଗୋଲାମୁଣ୍ଡା ବ୍ଲକ କାଲାପୁରର ଶ୍ରମିକମାନେ ଆଇକେନ୍ କମ୍ପାନୀରେ କାମ କରି ନିର୍ଯ୍ୟାତିତ ହେଉଥିବା ଦର୍ଶାଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସାମାଜିକ ମିଡ଼ିଆରେ ଅନୁରୋଧ କରିବା ପରେ ତତ୍ପରତା ପ୍ରକାଶ ପାଇଛି । ଉଦ୍ଧାର ପାଇଁ ଆବେଦନ କରିଥିବା ସତ୍ୟ ମଙ୍ଗରାଜ,ଚନ୍ଦ୍ରମଣି ତାଣ୍‌ତି ଓ ତାଙ୍କର ୧୭ ଜଣ ସହଯୋଗୀଙ୍କୁ ଫୋନଯୋଗେ ଯୋଗାଯୋଗ କରି ଭାରତ ମଜଦୁର ସଂଘ ନୂଆପଡା ଜିଲ୍ଲାର ସମ୍ପାଦକ,ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକର ରାଜ୍ୟ ସାଧାରଣ ସମ୍ପାଦକ ଓ ଡେପୁଟି ଲେବର କମିସନ କଳାହାଣ୍ଡି ଓ ଲେବର କମିଶନର ଓଡିଶା ସହାୟତାରେ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକ ମାନଙ୍କ ପାଖରେ ବିଜେଡି ସାଧାରଣ ସମ୍ପାଦକ ଓ ଆଇନଜୀବୀ ଦିନେଶ ପ୍ରସାଦ ତିୱାରୀ ,ସମାଜସେବୀ ଶ୍ୟାମ ଅଗ୍ରୱାଲ ,ଏଲ ଓ ଦିବ୍ୟଶଙ୍କର ଧରୁଆ, ସତ୍ୟ କଟା, ମଦନ ସଲମା, ଦିବାକର ଖମାରି , ମଜଦୁର ସଂଘ ର ନୂଆପଡା ଜିଲ୍ଲା ସାଧାରଣ ସମ୍ପାଦକ କୁଞ୍ଜକଟା ଓ ଚନ୍ଦନ ସାହୁ, ଦେବସିଂ ମାଝି ପହଞ୍ଚି ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here