34.1 C
Bhubaneswar
Thursday, April 25, 2024
Homeଓଡିଶା୯ ଦାଦନ ଉଦ୍ଧାର :୨ ଦଲାଲ ଫେରାର

୯ ଦାଦନ ଉଦ୍ଧାର :୨ ଦଲାଲ ଫେରାର

ନୂଆପଡ଼ା : ବାହାର ରାଜ୍ୟକୁ ଚାଲାଣ ହେଉଥିବାବେଳେ ଖଡ଼ିଆଳ ଥାନା ଡୁଆଝର ଗାଁରୁ ଛତିଶଗଡ଼ର ୯ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିଛି । ଶ୍ରମିକମାନେ ଛତିଶଗଡ଼ ଗରିଆବନ୍ଧର ରୁପସିଂ ମାଝୀ, ଗିରଧର ପଠା , ରତ୍ନେ ପଠା , ମଥୁଲା ନେତାମ , ଶ୍ୟାମ ସୁନ୍ଦର ପଠା , ଜଗତରାମ ନେତାମ , ଖୁସବୁ ନେତାମ , ପୁରବୀ ପଠା, ନୟନ ପଠା, ଗୁନସାଗର ପଠା ବୋଲି ଚିହ୍ନଟ କରାଯାଇଛି । ସେମାନଙ୍କୁ ଚାଲାଣ କରୁଥିବା ଦୁଇ ଦଲାଲ ସିନାପାଲି ବ୍ଲକର ନୀଲାମ୍ବର ମାଝୀ ଓ ଖଡ଼ିଆଳ ବ୍ଲକ ଦାବରୀ ଗାଁର ଉଜ୍ଜ୍ୱଳ ମାଝୀ ଫେରାର ମାରିଥିବା ପୁଲିସ ସୂଚନା ଦେଇଛି ।
ସୂଚନା ଅନୁଯାୟୀ, ଦାଦନଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରିବା ଲାଗି ଦୁଇ ଦଲାଲ ଡୁଆଝର ପାଖରେ ରଖିଥିଲେ । ସେଠାରୁ ସେମାନଙ୍କୁ କଣ୍ଟାବାଞ୍ଜି ନେଇ ଟ୍ରେନ୍ ଯୋଗେ ଆନ୍ଧ୍ରପ୍ରଦେଶ ନେଇଥା’ନ୍ତେ । ଖବରପାଇ ଖଡ଼ିଆଳ ଥାନା ଆଇଆଇସି କୈଳାଶ ଚନ୍ଦ୍ର ସେଠୀ, ଏସଆଇ ଜିତୁ ମୋହନ ବେଶ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ଚଢଉ କରି ସମସ୍ତଙ୍କୁ ଉଦ୍ଧାର କରିଥିଲା । ସମସ୍ତଙ୍କୁ ଥାନାରେ ରଖିପଚରାଉଚୁରା କରାଯାଇଥିଲା । ଶନିବାର ସମସ୍ତଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । ୨ ଜଣ ଶ୍ରମିକ ଦଲାଲ ନୀଲାମ୍ବର ମାଝୀ ଓ ଉଜ୍ଜ୍ୱଳ ମାଝୀ ଫେରାରଥିବା ବେଳେ ସେମାନଙ୍କୁ ଧରିବା ଉଦ୍ୟମ କରାଯାଉଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking