31.1 C
Bhubaneswar
Friday, March 29, 2024
Homeଅପରାଧ୪ ଦାଦନ ଶ୍ରମିକ ଉଦ୍ଧାର : ଦଲାଲ ଗିରଫ

୪ ଦାଦନ ଶ୍ରମିକ ଉଦ୍ଧାର : ଦଲାଲ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଲଖନା ଥାନା ପୁଲିସ ଦାଦନ ଚାଲାଣ ବେଳେ ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏହାସହ ବେଆଇନ ଦାଦନ ଚାଲାଣ  ଅଭିଯୋଗରେ ଲଖନା ଥାନା ଡୋଙ୍ଗରପଡ଼ାର ଶ୍ରମିକ ଦଲାଲ ରଞ୍ଜିତ ବାଗ (୨୩)କୁ ଗିରଫ କରିଛି । ଲଖନା ଅଞ୍ଚଳରେ କାମଧନ୍ଦା ଅଭାବରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଶତାଧିକ ଲୋକ ଦାଦନ ଖଟିବାକୁ ଯାଇଥାନ୍ତି । ମଧ୍ୟାହ୍ନରେ ଲଖନା ଥାନା ମୁରଲିବାହାଲି ଗାଁର ସୁବଳ ବାଗ(୫୮), ସ୍ତ୍ରୀ ଶ୍ୟାମା ବାଗ (୫୫), ହରେକୃଷ୍ଣ ସୁନା(୪୫), ସ୍ତ୍ରୀ ଚମ୍ପା ସୁନା (୪୦) ପ୍ରମୁଖ ୪ ଜଣ ଦାଦନ ଶ୍ରମିକ ଡୋଙ୍ଗରପଡ଼ାର ଶ୍ରମିକ ଦଲାଲ ରଞ୍ଜିତଙ୍କ ଜରିଆରେ ରାଜ୍ୟ ବାହାରକୁ ଦାଦନ ଖଟିଯିବାକୁ ବାହାରିଥିଲେ । ଦାଦନ ଦଲାଲ ଶ୍ରମିକଙ୍କୁ କୁରୁମପୁରିରୁ ବସ୍‌ରେ ବସାଇ ରାୟପୁର ନେବାକୁ ଯୋଜନା କରିଥିଲେ । ସେଠାରୁ ଟ୍ରେନ ଯୋଗେ ଆନ୍ଧ୍ରପ୍ରଦେଶ ୱାରଙ୍ଗଲ ଜିଲ୍ଲାକୁ ଚାଲାଣ କରିବାକୁ ସ୍ଥିର କରିଥିଲେ । ମଧ୍ୟାହ୍ନରେ ଦାଦନ ଶ୍ରମିକମାନେ କୁରୁମପୁରି ଛକ ନିକଟରେ ବସ୍‌କୁ ଅପେକ୍ଷା କରିଥିଲେ । ଲଖନା ପୁଲିସ କୌଣସି ସୂତ୍ରରୁ ଖବରପାଇ ଆଇଆଇସି ତପନ ଦାସଙ୍କ ନେତୃତ୍ୱରେ ଏକ ପୁଲିସ ଟିମ କୁରୁମପୁରି ବସ୍‌ଷ୍ଟାଣ୍ଡରେ ଚଢଉ କରିଥିଲେ । ସେଠାରେ ୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ବେଆଇନ ଶ୍ରମିକ ଚାଲାଣ ଅଭିଯୋଗରେ ଦଲାଲ ରଞ୍ଜିତକୁ ଗିରଫ କରିଥିଲେ ।  ଅଧିକ ତଦନ୍ତ କରି ଶ୍ରମିକଙ୍କୁ ତାଙ୍କ ଗାଁରୁ ପଠାଇ ଦେଇଥିବା ବେଳେ ରଞ୍ଜିତଙ୍କୁ କୋର୍ଟଚାଲାଣ କରିଛି । ତେବେ ରଞ୍ଜିତର ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଲଖନା ଆଇଆଇସି ତପନ ଦାସ ସୂଚନା ଦେଇଛନ୍ତି । 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking