34.1 C
Bhubaneswar
Friday, March 29, 2024
Homeଓଡିଶାଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ

ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ

ଗଞ୍ଜାମ : ଦାଦନ ଖଟିବାକୁ ଯାଇ ଦାଦନ ଶ୍ରମିକ ନିଖୋଜ ହୋଇଯାଇଥିବା ବୁଗୁଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୁଗୁଡା ଥାନା ଅଧିନସ୍ଥ ଅନ୍ତରପଡା ଗ୍ରାମରେ । କୈଳାସଙ୍କ ପରିବାର ଲୋକଙ୍କ କହିବାନୁଯାୟୀ କୈଳାସ ଗୁଜୁରାଟ ଯାଇ ଦାଦନ ଖଟି ଟଙ୍କା ପଠାଇଲେ ପାଞ୍ଚ ପ୍ରାଣୀ ପୋଷା ହୁଅନ୍ତି । କୈଳାସ ଗୁଜୁରାଟର ଅଞ୍ଜନିରେ ରହି କାମଧନ୍ଦା କରୁଥିଲେ । ସେ ରାକ୍ଷୀ ପୂର୍ଣ୍ଣମା ଦିନ ତାଙ୍କ ସ୍ତ୍ରୀ ପ୍ରଭାସିନୀ ସ୍ୱାଇଁ, ନବାଳିକା ଝିଅ, ନାବାଳକ ପୁଅ ସହିତ ଶେଷଥର ପାଇଁ କଥାହୋଇଥିଲେ । ମାତ୍ର ତା’ପରଠାରୁ ଆଉ କୈଳାସ ତାଙ୍କ ପରିବାର ସହିତ କୌଣସି ଯୋଗାଯୋଗ ହୋଇପାରିନି । ଏମିତି କେତେଦିନ ବିତିବା ପରେ କୋଦଳା ଗ୍ରାମ ନିକଟସ୍ଥ ଛଚିନା ଗ୍ରାମର ଅରୁଣ ନାମକ ଜଣେ ବ୍ୟକ୍ତିଙ୍କର କୈଳାସଙ୍କ ପରିବାରକୁ ଫୋନ୍ କଲ୍ ଆସିଥିଲା । ଫୋନ୍ ଯୋଗେ କୈଳାସଙ୍କ ନାବାଳିକା ଝିଅଙ୍କ ସହ କଥା ହୋଇଥିଲେ । ଅରୁଣ କହିଥିଲେ ଯେ କୈଳାସଙ୍କ ମୃତ୍ୟୁ ହୋଇସାରିଛି । କୈଳାସଙ୍କ ପରିବାର ଲୋକେ ବହୁ ଲୋକଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ ତାଙ୍କ ଖବର କିଛି ପାଇପାରିଲେ ନାହିଁ । କୈଳାସଙ୍କ ପୁଅଝିଅ ନାବାଳକ ହୋଇଥିବାରୁ ବାହାର ରାଜ୍ୟକୁ ଯାଇ ନିଜ ବାପା ଜୀବିତ ନା ମୃତ ତାହାର ଖବର ଜାଣିବା କଷ୍ଟସାଧ୍ୟ ହୋଇଛି । ଏନେଇ ଆଜି କୈଳାସଙ୍କ ସ୍ତ୍ରୀ, ନାବାଳକ ପୁଅ, ନାବାଳିକା ଝିଅ ବୁଗୁଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking