34.1 C
Bhubaneswar
Friday, March 29, 2024
Homeଓଡିଶାପ୍ରବାସୀଙ୍କ ଦୁଃଖ : ପର ରାଜ୍ୟରେ ସମ୍ମାନ, ନିଜ ରାଜ୍ୟରେ ଅସମ୍ମାନ

ପ୍ରବାସୀଙ୍କ ଦୁଃଖ : ପର ରାଜ୍ୟରେ ସମ୍ମାନ, ନିଜ ରାଜ୍ୟରେ ଅସମ୍ମାନ

ଗଞ୍ଜାମ: ଆନ୍ଧ୍ର ପ୍ରଦେଶର ଅଙ୍ଗୁଲୁ ଅଞ୍ଚଳରୁ ଚାଲି ଚାଲି ଆଜି ସକାଳେ ନିଜ ଗାଁ’କୁ ଫେରିଛନ୍ତ ଦିଗପହଣ୍ଡି ବ୍ଳକ କୋଟିନଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମର ୫ ଜଣ ଶ୍ରମିକ । ତାଙ୍କ ସାଥିରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଟିଗୁଡା ଓ ଆମ୍ବଗାଁର ୯ ଜଣ ଶ୍ରମିକ ମଧ୍ୟ ଅଛନ୍ତି । ମୋଟ ୧୪ ଜଣ ଶ୍ରମିକ ଆଜି ପହଞ୍ôଚବା ପରେ ଜକରାପଲ୍ଲୀ ଗ୍ରାମର ସମ୍ପୃକ୍ତ ପରିବାର ଲୋକେ ସେମାନଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରିଥିଲେ । କୋଟିନଡା ସରପଞ୍ଚ ନମିତା ବିଷୋୟୀଙ୍କ ପ୍ରତିନିଧି ଉମାକାନ୍ତ ବିଷୋୟୀଙ୍କ ପରାମର୍ଶ କ୍ରମେ ଶିକ୍ଷକ ସୁରେନ୍ଦ୍ର ବେହେରା ଓ ଅଙ୍ଗନବାଡି କର୍ମୀ ମାନିନୀ ବିଷୋୟୀଙ୍କ ସମେତ ଆଶାକର୍ମୀମାନଙ୍କ ସହଯୋଗରେ ଡଙ୍କାରି ସଂଗରୋଧ କେନ୍ଦ୍ରରେ ଥଇଥାନ କରାଯାଇଥିଲ । ଆନ୍ଧ୍ରଲୋକଙ୍କ ସାହାଯ୍ୟ ସହଯୋଗକୁ ସେମାନେ କେବେହେଲେ ଭୁଲିପାରିବେ ନାହିଁ ବୋଲି ଶ୍ରମିକମାନେ କହିଥିଲେ । ଓଡ଼ିଆଙ୍କ ଅପେକ୍ଷା ଅଣଓଡ଼ିଆ ଲୋକଙ୍କ ସାହାଯ୍ୟ ସହଯୋଗ ଅଧିକ ବୋଲି ସମ୍ପୃକ୍ତ ଶ୍ରମିକମାନଙ୍କ ଠାରୁ ଶୁଣିବାକୁ ମିଳୁଛି । ସେମାନେ ଆସିବା ସମୟରେ ଆନ୍ଧ୍ରର ଲୋକମାନେ ସେମାନଙ୍କ ପେଟକୁ ଯେପରି ଚିହ୍ନିଲେ ତାହା ଭୁଲି ହେବ ନାହିଁ । କିନ୍ତୁ ନିଜ ଅଞ୍ଚଳରେ ପହଞ୍ôଚବା ପରେ ଯେଉଁ ଯେଉଁ ଗାଁ’ ଦେଇ ସେମାନେ ଆସିଲେ ସମ୍ପୃକ୍ତ ଗାଁ’ ଲୋକଙ୍କ ହୀନଚକ୍ଷୁରେ ଦେଖୁଥିଲେ ତାହା ତାଙ୍କ ପ୍ରତି ବେଦନା ଦାୟକ ମନେହେଉଥିଲା । ସେମାନେ ଗାଁ’ ମାଟିରେ ପାଦ ଦେବା ପରେ ଗାଁ’ ଭିତରକୁ ନ ଯାଇ ନିକଟସ୍ଥ କେରାଣ୍ଡିମାଳ ପହାଡ ପାଦଦେଶରେ ଥିବା ଏକ ଆମ୍ବତୋଟାରେ ଖିଆପିଆ କରିଥିଲେ । ପରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ନିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking