ଚାଲାଣ ବେଳେ ୫୬ ଦାଦନ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ପୁଣି ଶ୍ରମିକ ଚାଲାଣ ବେଳେ ସେମାନଙ୍କୁ ଉଦ୍ଧାର କରିଛି ପୋଲିସ । କଣ୍ଟାବାଂଜି ଷ୍ଟସନରୁ ୫୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ମାତ୍ର ସର୍ଦ୍ଦାର ଫେରାର ହୋଇଯାଇଥିବା ସୂଚନା ମିଳିଛି । ହାଇଦ୍ରାବାଦ ଚାଲାଣ ବେଳେ କଣ୍ଟାବାଂଜି ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ଶ୍ରମିକଙ୍କ ମଧ୍ୟରେ ୨୫ ଜଣ ପୁରୁଷ, ୨୩ ଜଣ ମହିଳା ଓ ୮ ଜଣ ଶିଶୁ ରହିଥିବା ସୂଚନା ରହିଛି । ତେବେ ସମସ୍ତ ଶ୍ରମିକ ନୂଆପଡା ଜିଲ୍ଲା ସିନାପାଲି ଅଂଚଳର ବୋଲି ସୂଚନା ମିଳିଛି । ଏଥିରେ କେଉଁମାନଙ୍କ ସଂପୃକ୍ତି ରହିଛି , ଏହାର ଚେର କେଉଁ ଯାଏଁ ଲମ୍ବିଛି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here