27.1 C
Bhubaneswar
Thursday, April 25, 2024
Homeଓଡିଶାଇଟା ଭାଟିରେ ବନ୍ଧାପଡ଼ିଛନ୍ତି ୧୮ ଶ୍ରମିକ : ଉଦ୍ଧାର କରିବାକୁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଇଟା ଭାଟିରେ ବନ୍ଧାପଡ଼ିଛନ୍ତି ୧୮ ଶ୍ରମିକ : ଉଦ୍ଧାର କରିବାକୁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଧର୍ମଗଡ : ଫେଲ ମାରୁଛି ମନରେଗା ଯୋଜନା । ଗ୍ରାମାଞ୍ଚଳରେ ମିଳୁ ନାହିଁ କାମ । ଫଳରେ ଅନ୍ୟରାଜ୍ୟକୁ କାମ ଅନ୍ୱେଷଣରେ ଯାଇ ଶେଷରେ ନିର୍ଯାତନାର ଶିକାର ହେବା ହିଁ ସାର ହେଉଛି । ପେଟ ଚାଖଣ୍ଡକ ପାଇଁ ସୁଦୂର ତେଲେଙ୍ଗାନା ଯାଇ ସେଠାରେ ନିର୍ଯାତନାର ଶିକାର ହେବା ଓ ପରେ ଜୀବନ ବିକଳରେ ସେଠାରୁ ଲୁଚି ଚାଲି ଆସିବା ଭଳି ଏକ ଅଭାବନିୟ ଘଟଣାର ପୁନରାବୃତ୍ତି ହୋଇଛି । ଇଟାଭାଟିରେ ଅଟକ ଥିବା ଅନ୍ୟ ୧୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିର୍ଯାତିତ ଶ୍ରମିକ ରାଜମୋହନ ପରାଭୋଏ ।
ଧର୍ମଗଡ଼ ଉପଖଣ୍ଡ ଅନ୍ତର୍ଗତ କୋକସରା ଥାନା ଅଧୀନସ୍ଥ ଧଅଁରପୁର ଗ୍ରାମର ରାଜମୋହନ ପରାଭୋଏ (୩୦) ଆଜକୁ ପ୍ରାୟ ୩ ମାସ ତଳେ ପଡ଼ୋଶୀ ନୂଆପଡ଼ା ଜିଲ୍ଲାର ଜୈନେକ ଶ୍ରମିକ ଦଲାଲ ବିଶ୍ୱମ୍ବରର ପ୍ରରୋଚନାରେ ଅଧିକା ଉପାର୍ଜନ ଆଶାରେ ପ୍ରଲୋଭନର ବଶବର୍ତ୍ତୀ ହୋଇ ନିଜସ୍ତ୍ରୀ, ଶାଶୁ ଶ୍ୱଶୁର, ସଡୁ ଓ ଅନ୍ୟମାନଙ୍କ ସହ ମିଶି ତେଲେଙ୍ଗାନାର ପଏଦାପାଲ୍ଲି ଜିଲ୍ଲାର କରିମ ନଗରକୁ ଯାଇଥିଲେ । ସେଠାରେ ଦଲାଲ ବିଶ୍ୱମ୍ବର ସେମାନଙ୍କୁ ଦାଦନ ସର୍ଦ୍ଧାର ନରେଶ ସେଠଙ୍କ ନିକଟରେ ଛାଡ଼ି ଚାଲିଆସିଥିଲେ । ସେଠାରେ ସମସ୍ତେ କେକେଆର ଇଟା ଭାଟିରେ କାମ କରୁଥିଲେ । ଅଳ୍ପ ପାରିଶ୍ରମିକ ସହ ଅଧିକ ଖଟଣି ପାଇଁ ସେମାନଙ୍କୁ ବାଧ୍ୟ କରାଯିବାସହ ଦୈନିକ ୧୨ ରୁ ୧୪ ଘଣ୍ଟା କାମ କରିବାକୁ ବାଧ୍ୟ କରାଯିବାସହ ମାଡ଼ପିଟ ଭଳି ନିର୍ଯାତନା ମଧ୍ୟ ଦିଆଯାଉଥିଲା ବୋଲି ରାଜମୋହନ ପ୍ରକାଶ କରିଛନ୍ତି । ନିର୍ଯାତନା ଅସହ୍ୟ ହେବାରୁ ସେ ଗତ ୩୦ ତାରିଖ ମଧ୍ୟରାତିରେ ଲୁଚି ସେଠାରୁ ନିଜ ଗାଁ ଧଅଁରପୁରକୁ ପଲାଇ ଆସିଥିଲା । ସେଠାରେ ରହିଯାଇଥିବା ତାର ପରିବାରକୁ ସର୍ଦ୍ଧାର ନିର୍ଯାତନା ଦେଉଥିବାରୁ ଶାସନ ଏଥିରେ ହସ୍ତକ୍ଷେପ କରି ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛି ।
ବର୍ତ୍ତମାନ ସେଠାରେ ରାଜମୋହନ ପରାଭୋଏର ସ୍ତ୍ରୀ ଭବାନୀ ପରାଭୋଏ(୨୨), ଶ୍ୱଶୁର ଜଗତାନନ୍ଦ ପରାଭୋଏ(୫୫), ଶାଶୁ ପ୍ରେମଶିଳା ପରାଭୋଏ(୫୨) ଙ୍କ ସମେତ ଧଅରପୁର ଗ୍ରାମର ଗାୟତ୍ରି ପରାଭୋଏ(୧୪) ଭଗବାନ ପରାଭୋଏ(୪), ଆମ୍ବପାଣି ଥାନା ଅନ୍ତର୍ଗତ ଭୂର୍ଷାଗୁଡ଼ା ଗ୍ରାମର ଖିତି ପରାଭୋଏ(୬୦), କୁମାରୀ ପରାଭୋଏ(୫୮), ଫଗନୁ ପରାଭୋଏ(୩୦), ଦ୍ରୈପଦୀପ ରାଭୋଏ (୨୭), ଉମାକାନ୍ତ ପରାଭୋଏ (୧୨), ଯଶୋଦା ପରାଭୋଏ (୨) ଙ୍କ ସମେତ ତେନ୍ତୁଲିଆପଡ଼ାର କିଛି ଦାଦନ ଶ୍ରମିକମାନେ ଇଟାଭାଟିରେ ଅଟକ ରହିଛନ୍ତି । ଏ ସମ୍ପର୍କରେ ସହକାରୀ ଶ୍ରମଅଧିକାରୀ ଜୟନ୍ତ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ ତେଲେଙ୍ଗାନାରେ ଥିବା ଲିଆସନିଙ୍ଗ ଅଧିକାରୀ ଟି.ରମେଶଙ୍କ ସହିତ ଏ ବିଷୟରେ କଥା ହୋଇସାରିଥିବା ବେଳେ ସେଠାକାର ଲେବର କମିଶନରଙ୍କ ସହାୟତାରେ ପ୍ରଶାସନ ପକ୍ଷରୁ ଅଟକାଇଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି କହିଥିଲେ । ଏହି ପ୍ରକ୍ରିୟା ଦୁଇରୁ ତିନି ମଧ୍ୟରେ ଏହି ପ୍ରକ୍ରିୟା ସମ୍ପନ୍ନ ହେବ ବୋଲି ସେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking