27.1 C
Bhubaneswar
Thursday, April 25, 2024
Homeଓଡିଶାଦାଦନର ଆଉ ଏକ କରୁଣ କାହାଣୀ, କାମ କରୁଥିବା ବେଳେ ଆଖି ହରାଇଲେ

ଦାଦନର ଆଉ ଏକ କରୁଣ କାହାଣୀ, କାମ କରୁଥିବା ବେଳେ ଆଖି ହରାଇଲେ

ବଲାଙ୍ଗୀର : ଦାଦନର ଆଉ ଏକ କରୁଣ କାହାଣୀ ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି । ଦଲାଲ ମାଧ୍ୟମରେ ଦାଦନ ଖଟି ଯାଇଥିବା ଜଣେ ଯୁବକ ଚିକତ୍ସା ଅବହେଳାରୁ ତାଙ୍କର ଏକ ଆଖି ହରାଇଛନ୍ତି । ବର୍ତମାନ ଆଉ ଏକ ଆଖିରେ ମଧ୍ୟ ସମସ୍ୟା ଦେଖାଦେଇଛି । ଏଭଳି ପରିସ୍ଥିତିରେ ଯୁବକ ଜଣଙ୍କ ସହାୟତା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ଅନ୍ତର୍ଗତ ଡାହିମାଲ ପଂଚାୟତ ଖଣାଲଦରହୋ ଗାଁ’ର ଦେବାନନ୍ଦ ମାଝି (୨୮) ପାଟଣାଗଡ ଅଂଚଳର ଦାଦନ ସର୍ଦ୍ଧାର ସୁଶାନ୍ତ ପାତ୍ରଙ୍କ ମାଧ୍ୟମରେ ୮ ମାସ ତଳେ ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ । ସେଠାରେ ସେ ଏକ ଇଟାଭାଟିରେ କାମ କରୁଥିଲେ । ପ୍ରାୟ ୫ ମାସ ତଳେ କାମ କରୁଥିବା ସମୟରେ ଇଟା ତିଆରିରେ ବ୍ୟବହୃତ ହେଉଥିବା କିଛି କେମିକାଲ ସହିତ ଇଟାଗୁଣ୍ଡ ତାଙ୍କ ଆଖିରେ ପଶି ଯାଇଥିଲା । ସେ ସମୟରେ ତାଙ୍କର ଚିକିତ୍ସା କରିବା ପାଇଁ ମାଲିକଙ୍କୁ କହିଥିଲେ । ତେବେ ଚିକିତ୍ସା କରିବା ବଦଳରେ ଜୋରଜବରଦସ୍ତ କାମ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା ବୋଲି ଦେବାନନ୍ଦ କହିଛନ୍ତି । ଚିକିତ୍ସା କରାନଯିବାରୁ ଦେବାନନ୍ଦଙ୍କ ଗୋଟାଏ ଆଖି ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ବର୍ତମାନ ଆଉ ଏକ ଆଖିରେ ମଧ୍ୟ ସମସ୍ୟା ଦେଖାଦେଇଛି । ଦେବାନନ୍ଦ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ଆଖି ନଷ୍ଟ ହୋଇଯିବାରୁ ପରିବାର ସଙ୍କଟରେ ପଡି ଯାଇଛନ୍ତି । ତେଣୁ ଦେବାନନ୍ଦ ଆଜି ପରିବାର ସହିତ ଚିକିତ୍ସା ସହାୟତା ପ୍ରଦାନ ତଥା ଚିକିତ୍ସାରେ ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking