40.1 C
Bhubaneswar
Thursday, April 25, 2024
Homeଓଡିଶାଲକ୍‌ଡାଉନରେ ବି ଚାଲିଛି ଦାଦନଙ୍କ ଆତଯାତ: କେରଳରୁ ଆସିଲେ ୩, ଗଲେ ୫ 

ଲକ୍‌ଡାଉନରେ ବି ଚାଲିଛି ଦାଦନଙ୍କ ଆତଯାତ: କେରଳରୁ ଆସିଲେ ୩, ଗଲେ ୫ 

ଫୁଲବାଣୀ : କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଲକ୍‌ଡାଉନ ଓ ସଟ୍‌ଡାଉନ ଜାରି କରିଛନ୍ତି । ଏହି ସମୟ ଭିତରେ ଅଧିକାଂଶ କମ୍ପାନୀ ବନ୍ଦ ଯୋଗୁ ରାଜ୍ୟ ଏବଂ ରାଜ୍ୟ ବାହାରେ କାମ କରୁଥିବା ଦାଦନମାନେ ବେକାର ହୋଇପଡିଛନ୍ତି । ସେମାନେ ଦୁର୍ଦ୍ଦଶାଗ୍ରସ୍ତ ଜୀବନରୁ ମୁକ୍ତି ପାଇଁ ଭିଟାମାଟିକୁ ଫେରିବା ପାଇଁ ମନସ୍ଥ କରି ଫେରିବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ ରବିବାର ଜି.ଉଦୟଗିରିକୁ ୩ ଫେରିଥିବାବେଳେ ଏଠାରୁ ୫ଜଣ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ଖବର ମିଳିଛି ।

ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ଅନେକ ଲୋକ କାମ ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ସେମାନେ ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ କରୋନାର ଦ୍ୱିତୀୟ ଲହର ଯୋଗୁ ସରକାର ଲକ୍‌ଡାଉନ ଓ ସଟଡାଉନ୍ ଭଳି ନିୟମ ଲାଗୁ କରିଛନ୍ତି । କରୋନାରୁ ରକ୍ଷା ପାଇବା ପାଇଁ ଏହା ଉପଯୁକ୍ତ ହୋଇଥିବାବେଳେ ଦାଦନଙ୍କ ପେଟପାଟଣାକୁ ଶକ୍ତ ଧକ୍କା ଲାଗିଛି । ଅଧିକାଂଶ ଦାଦନ ବେରୋଜଗାର ହୋଇପଡିଥିବାରୁ ସେମାନେ ଭିଟାମାଟିକୁ ଫେରୁଛନ୍ତି । ତେବେ ଉଣାଅଧିକେ ପ୍ରତ୍ୟହ ନିଜ ଗାଁମୁହାଁ ହେଉଛନ୍ତି । ଯାନବାହାନ ବନ୍ଦ କାରଣରୁ ସେମାନେ ନିଜେ ବସ୍ କରି କିମ୍ବା ଟ୍ରେନ୍‌ରେ ଭିଟାମାଟିକୁ ଫେରୁଛନ୍ତି । କେରଳ, ତାମିଲନାଡୁ ଓ ସୂରତ ଭଳି ସୂଦୂର ସ୍ଥାନରେ କାର୍ଯ୍ୟରତ କନ୍ଧମାଳ ଜିଲ୍ଲାର ଲୋକେ ଫେରିବା ପାଇଁ ଅସୁବିଧା ଭୋଗିଛନ୍ତି । ରବିବାର କିଛି ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ବସ କେରଳରୁ ଆସି ଜି.ଉଦୟଗିରିରେ ପହଞ୍ôଚଥିଲା । ଏଥିରେ ମାତ୍ର ୩ଜଣ ଥିବାବେଳେ । ଡ୍ରାଇଭର ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ଛାଡ଼ି ଦେଇଥିବା କହିଥିଲେ । ଅନ୍ୟମାନଙ୍କୁ ସେ କେଉଁଠି ଓହ୍ଲାଇଲେ ତାହା ଜଣାପଡିନଥିବାବେଳେ ଏଠାରୁ ୫ଜଣଙ୍କୁ ନେଇ ଉକ୍ତ ବସ୍ କେରଳ ଯାଇଥିବା ଜଣାପଡିଛି । ଏ ନେଇ ଜିଲ୍ଲା ଶ୍ରମ ଅଧିକାରୀ ଶୁଭଦର୍ଶିନି ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ ଶହ ପ୍ରବାସୀ ଶ୍ରମିକ ଜିଲ୍ଲାକୁ ଫେରିଥିବା ଖବର ରହିଛି । ଜିଲ୍ଲାର ପ୍ରତ୍ୟେକ ପ୍ରବେଶ ପଥରେ ଚେକ ପୋଷ୍ଟ କରାଯାଇ କଡାକଡି ଯାଞ୍ଚ ଚାଲିଛି । ରାଜ୍ୟ ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସୂଚନା ରଖାଯାଉଛି ଏବଂ ସେମାନଙ୍କୁ ବାଧ୍ୟତା ମୂଳକ ଭାବେ ଆଇସୋଲେସନ କେନ୍ଦ୍ରରେ ରଖାଯାଉଛି ବୋଲି ସେ କହିଛନ୍ତି । ତେବେ ପ୍ରଶାସନର ଅଜାଣତରେ ମଧ୍ୟ କିଛି ଦାଦନ ଶ୍ରମିକ ଅନ୍ୟ ରାଜ୍ୟରୁ ଆସିଥିବା ଅନୁମାନ କରାଯାଉଛି । ଅପରପକ୍ଷରେ ଲକ ଡାଉନ ଯୋଗୁଁଁ ଏବେ ଜିଲ୍ଲାରେ ରୋଜଗାରର ସୁବିଧା ମଧ୍ୟ ନାହିଁ । ଜିଲ୍ଲାରେ ମନରେଗା ଯୋଜନା ରୋଜଗାର ଯୋଗାଉଥିବାବେଳେ କେତେକ ଅଞ୍ଚଳରେ ମେସିନରେ କାମ କରାଯାଉଥିବା ଅଭିଯୋଗ ମିଳିଛି । ଠିକ୍ ଭାବେ ଠିକାଦାରମାନେ ମଜୁରୀ ଦେଉନାହାନ୍ତି । ତେଣୁ ଏଠାରୁ ଫେରିଥିବା ଦାଦନମାନେ କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ମନସ୍ଥ କରିଛନ୍ତି । ଯାହାକି ରବିବାର କେରଳରୁ ଆସିଥିବା ବସ୍‌ରେ ୫ଜଣ ଫେରିଥିବା ଖବର ଏହାକୁ ସ୍ପଷ୍ଟ କରିଛି । ତେବେ ଏନେଇ ପ୍ରଶାସନ ପାଖରେ କୌଣସି ପ୍ରକାର ଖବର ନଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking