26.1 C
Bhubaneswar
Friday, March 29, 2024
HomeUncategorizedକରୋନାରୁ ବଳିଗଲାଣି ପେଟର ଜ୍ୱାଳା : ପ୍ରବାସୀଙ୍କ ଲେଉଟାଣୀ ପର୍ବ ଆରମ୍ଭ

କରୋନାରୁ ବଳିଗଲାଣି ପେଟର ଜ୍ୱାଳା : ପ୍ରବାସୀଙ୍କ ଲେଉଟାଣୀ ପର୍ବ ଆରମ୍ଭ

ବୌଦ୍ଧ : ସମଗ୍ର ଦେଶରେ କରୋନା ମହାମାରୀ କାୟା ବିସ୍ତାର ଆରମ୍ଭ କରୁଥିବା ସମୟରେ ଭୟଭିତ ହୋଇ ପ୍ରବାସୀ ଶ୍ରମିକମାନେ ନିଜନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମାତ୍ର ଏବେ ବୌଦ୍ଧ ଜିଲ୍ଲାରେ କରୋନା ଭୟରୁ ପ୍ରବାସୀ ଶ୍ରମିକଙ୍କ ପେଟର ଜ୍ୱାଳା ବଳିଗଲାଣି । ଗୋଟିଏ ପଟେ ସରକାର ଭ୍ୟାକ୍ସିନ ନବାହାରିବା ପର୍ଯ୍ୟନ୍ତ କରୋନା ସହିତ ବଞ୍ଚିବାକୁ ଅଭ୍ୟାସ କରିବା ସହ ନିଜର ଦୈନନ୍ଦିନ କାର୍ଯ୍ୟ କରିବାକୁ ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅନ୍ୟପଟେ ରାଜ୍ୟ ବାହାରେ ବିଭିନ୍ନ କଳକାରଖାନାରେ କାର୍ଯ୍ୟକରି ମାସିକ ମୋଟା ଅର୍ଥ ରୋଜଗାର କରୁଥିବା ଶ୍ରମିକମାନଙ୍କୁ ଏବେ ଘରେ ବସି ରହିବାକୁ ଆଉ ଧୈର୍ଯ୍ୟ ନାହିଁ । ଶିଳ୍ପ ବିହୀନ ବୌଦ୍ଧଜିଲ୍ଲାରେ କାମଧନ୍ଦା ଅଭାବ ହେଉଥବାରୁ ପ୍ରବାସୀଙ୍କ ଲେଉଟାଣୀ ପର୍ବ ଆରମ୍ଭ ହୋଇଗଲାଣି । ବୌଦ୍ଧ ଜିଲ୍ଲାରେ କୃଷି ହିଁ ଜିଲ୍ଲାବାସୀଙ୍କ ଆୟର ଏକମାତ୍ର ମାଧ୍ୟମ ଅଟେ । ମାତ୍ର ଜିଲ୍ଲାର ଅର୍ଦ୍ଧାଧିକ କୃଷି ଯୋଗ୍ୟ ଜମି ଆଜିବି ଜଳସେଚନରୁ ବଞ୍ôଚତ ରହିଛି । ଜିଲ୍ଲାର ୮୦ ପ୍ରତିଶତ ଅଧିବାସୀ ପରିବାର ପ୍ରତିପୋଷଣ ପାଇଁ କୃଷି ଓ ଦିନ ମଜୁରୀ ଉପରେ ନିର୍ଭରଶୀଳ ଥିବାବେଳେ ପ୍ରତିବର୍ଷ ସ୍ୱଳ୍ପ ବୃଷ୍ଟିପାତ, ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଚାଷୀ ପରିବାରମାନଙ୍କୁ କୃଷି କ୍ଷେତ୍ରରୁ ଦୂରେଇବାରେ ଲାଗିଛି । ବର୍ତ୍ତମାନ ସମାଜରରେ ସମ୍ମାନର ସହ ବଞ୍ଚିବା ପାଇଁ ଅଧିକ ରୋଜଗାର ଆଶାରେ ଶ୍ରମିକ ପରିବାରମାନେ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ବହାରେ କଳକାରଖାନା ଗୁଡିକ ପୁନଃ କାର୍ଯ୍ୟକ୍ଷମ ହେଉଥିବାବେଳେ ମାଲିକମାନେ ଶ୍ରମିକମାନଙ୍କୁ ଫେରାଇନେବାକୁ ଯୋଗାଯୋଗ କରୁଛନ୍ତି । ପରିବହନ ବ୍ୟବସ୍ଥା ସୁଧୁରିନଥିବାରୁ କମ୍ପାନୀ ମାଲିକମାନେ ଶ୍ରମିକଙ୍କ ପାଇଁ ଗାଡି ପଠାଉଥିବା ଦେଖାଯାଉଛି ।
ପ୍ରବାସୀ ଶ୍ରମିକମାନେ ମଧ୍ୟ କରୋନାକୁ ଆଉ ଭୟ ନକରି ନିଜର କର୍ମସ୍ଥଳୀକୁ ଫେରିଯିବାକୁ ଆଗଭର ହେଉଥିବା ଦେଖିବାକୁ ମିଳିଛି । ସରକାରୀ ତଥ୍ୟ ପ୍ରକାରେ ୯ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଘରକୁ ଫେରିବାକୁ ପଞ୍ଜିକୃତ କରିଥିବାବେଳେ ଜିଲ୍ଲାକୁ ଏପର୍ଯ୍ୟନ୍ତ ୪୪୮୦ ଜଣ ପ୍ରବାସୀ ଶ୍ରମିକ ଫେରିଛନ୍ତ । ମାତ୍ର ପ୍ରକୃତ ପକ୍ଷେ ଫେରିଥିବା ଶ୍ରମିକଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ବୋଲି ବେସରକାରୀ ଭାବେ ଆକଳନ କରାଯାଉଛି । ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଏପରିକି ମନରେଗାରେ ଆବଶ୍ୟକତା ଠାରୁ ଅଧିକ ଅର୍ଥ ଦିଆଯାଇଥିବା ଏବଂ ଅଧିକରୁ ଅଧିକ ପ୍ରକଳ୍ପ ମଞ୍ଜୁର କରାଯାଉଛି । ହେଲେ ପ୍ରବାସୀ ଶ୍ରମିକମାନେ କାମ ଧନ୍ଦା ଅଭାବରୁ ଅନ୍ୟ ରାଜ୍ୟକୁ କରୋନାକୁ ଭୟ ନକରି ଯାଉଥିବାରୁ ଯୋଜନା ପାଇଁ ଆସୁଥିବା ଅର୍ଥ ଏବଂ ପ୍ରକଳ୍ପ ଚୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାକୁ ବିଗତ ୪ ମାସରେ ୪୦ କୋଟି ଟଙ୍କା ର ଅନୁଦାନ କେବଳ ମନରେଗା ଯୋଜନାରେ ଆସିଥିବା ଡିଆରଡିଏ ପିଡି ଶଶାଙ୍କ ଶେଖର ଦାସ ସୂଚନା ଦେଇଛନ୍ତି । ଜିଲ୍ଲାରେ ମନରେଗା ପ୍ରକଳ୍ପ ଗୁଡିକ ଶ୍ରମିକ ଅଭାବରୁ ଆଗେଇ ପାରୁନଥିବା ଅନେକ ବିଭାଗ ସୂଚନା ଦେଉଥିବା କୁହାଯାଉଛି । ଜିଲ୍ଲାରେ ଗତ ୪ମାସରେ ୮ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମେସିନ ସାହାଯ୍ୟରେ ମନରେଗା କାର୍ଯ୍ୟ ହେବା, ମିଥ୍ୟା ମାଷ୍ଟରରୋଲ ପ୍ରସ୍ତୁତ କରି ଶ୍ରମିକମାନଙ୍କ ନାମରେ ଟଙ୍କା ଉଠାଣ ହେବା ଜିଲ୍ଲା ପାଇଁ ନୂଆ ଘଟଣା ହୋଇନଥିବାବେଳେ ଅଧିକ ଅର୍ଥ ଲୋଭରେ ଶ୍ରମିକମାନେ ରାଜ୍ୟ ବାହାରକୁ ଯାଉଥିବା କୁହାଯାଉଅଛି । ତେବେ ଆବଶ୍ୟକତା ପରିମାଣରେ କାମ ପାଉନଥିବାରୁ ବାଧ୍ୟ ହୋଇ ବାହାରକୁ ଯାଉଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking