35.1 C
Bhubaneswar
Tuesday, April 23, 2024
HomeUncategorizedତେଲେଙ୍ଗାନାରେ ଫସିଛନ୍ତି ୧୫୦ ଦାଦନ

ତେଲେଙ୍ଗାନାରେ ଫସିଛନ୍ତି ୧୫୦ ଦାଦନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ୫୦ଜଣ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟରେ ଫସି ରହିଛନ୍ତି । ଆସିବା ପାଇଁ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି । ଏହି ମାନେ ହେଲେ ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମାଲେଗାଁର ପଙ୍କୋଜ ସୁନାନୀ, କେଶବ ଗୌଡ଼, ଗଣପତି ଖମାରୀ, ପ୍ରଫୁଲ ବାଘ, ବୈଷ୍ଣବ ପାଣ୍ଡେଙ୍କ ସମେତ ୪୦ଜଣ ପୁରୁଷ ଓ ୧୦ଜଣ ମହିଳା, ୨ଟି ପିଲା କାମ କରିବାକୁ ଯାଇ ଆଉ ଫେରିପାରୁନାହାନ୍ତି । ସେମାନେ ତେଲେଙ୍ଗାନା ରାଜ୍ୟ କୋକାପେଟରେ କାମ କରୁଥିଲେ । ଲକଡାଉନ୍ ହେତୁ କମ୍ପାନୀ ବନ୍ଦ ହୋଇଯାଇଛି । କମ୍ପାନୀ ବସେଇ ଖାଇବାକୁ ନଦେବାରୁ ସେମାନେ ବହୁ ଦୁଃଖକଷ୍ଟରେ ୪୦ଦିନ କୌଣସିମତେ ଚଳିଯାଇଥିଲେ । ତେବେ ପାଖରେ ପଇସାପତ୍ର ସରିଯିବାରୁ ୩ଦିନ ଧରି ସେଠାରୁ ଫେରିଆସି ରାସ୍ତାରେ ଚାଲି ଚାଲି ଆସୁଥିବା ସମୟରେ ରାଙ୍ଗାରେଡ଼ି ଜିଲ୍ଲଳାର ନର୍ସିଂ ବ୍ଲକରେ ଥିବା ଏକ ଆର୍ମିସେଣ୍ଟର ପାଖରେ ଅଟକାଇ ଦିଆଯାଇଥିଲା । ଏସମ୍ପର୍କରେ ପଙ୍କୋଜ ସୁନାନୀ କହିଛନ୍ତି ତାଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ମିତ୍ରଭାନୁ ସୁନାନୀ କହିଛନ୍ତି, ଉକ୍ତ ଆର୍ମିସେଣ୍ଟରରେ ଅଜିତ ସାର୍ ଆମକୁ ଖାଇବାକୁ ଦେଉଛନ୍ତି ଏହାସହ ଆମ ପରିବାର ଲୋକେ ମାଲେଗାଁରେ ରେଜିଷ୍ଟ୍ରେସନ କରିଥିବା କଥା କହିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗଇପାଇଙ୍କ ଦୃଷ୍ଟିଆକର୍ଷଣ କରିବାରୁ ସେ କହିଥିଲେ ଆମେ ପ୍ରଥମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବୁ, ରାଜ୍ୟସରକାର ତେଲେଙ୍ଗାନା ସରକାରଙ୍କୁ ଜଣାଇ ସେମାନଙ୍କୁ ନିଜ ରାଜ୍ୟକୁ ଆଣିବା ବ୍ୟବସ୍ଥା ରହିଥିବା ଶ୍ରୀ ଗଇପାଇ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking