37.1 C
Bhubaneswar
Thursday, March 28, 2024
Homeଓଡିଶାଦାଦନ ଖଟି ଗାଁ’କୁ ଫେରୁଥିଲେ ଶିବାଜୀ ଆଉ ତା’ପରେ

ଦାଦନ ଖଟି ଗାଁ’କୁ ଫେରୁଥିଲେ ଶିବାଜୀ ଆଉ ତା’ପରେ

କନ୍ଧମାଳ : କନ୍ଧମାଳ ଜିଲ୍ଳାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ଟିଆଙ୍ଗିଆ ମଣ୍ଡାସରୁ ଗ୍ରାମର କନ୍ଦପତି ଦିଗାଲଙ୍କ ପୁଅ ଶିବାଜୀ ଦିଗାଲଙ୍କ ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇଥିବା ନେଇ ଫଟୋ ହ୍ୱାଟସଆପରେ ଭାଇରାଲ୍ ହୋଇଛି । ଶିବାଜୀ ଗତ ବର୍ଷ ମାଙ୍ଗାଲୁରୁ ଯାଇଥିଲେ । ସେଠାରେ ଶ୍ରୀକ୍ରୀଷ୍ଣା ବିଲଡିଙ୍ଗ୍ ଅପ୍ ମାର୍କେଟିଙ୍ଗ ନାମକ ଏକ ଘରୋଇ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତ ଜାନୁୟାରୀ ୧୩ ତାରିଖରେ ଯୁକ୍ତ ୨ ପରୀକ୍ଷା ଦେବା ନିମନ୍ତେ ଗ୍ରାମକୁ ଫେରୁଥିବା ନେଇ ବାପାଙ୍କୁ ଫୋନ୍ କରି ଜଣାଇଥିଲେ । କିନ୍ତୁ ନିର୍ଦ୍ଦିଷ୍ଟ ଦିନରେ ନ ପହଞ୍ôଚବାରୁ ବାପା କନ୍ଦପତି ଶିବାଜୀଙ୍କୁ ଯୋଗାଯୋଗ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କ ଫୋନ୍ ଆଉ ଲାଗିନଥିଲା । କନ୍ଦପତି ମାଙ୍ଗାଲୁରୁ ଯାଇ ଶ୍ରୀକ୍ରୀଷ୍ଣା ଅପ୍ ବିଲଡିଙ୍ଗ୍ ଅପ୍ ମାର୍କେଟର ମାଲିକ ସମିର ଖାଦରଙ୍କୁ ସାକ୍ଷାତ କରିଥିଲେ । ଶିବାଜୀ ଜାନୁୟାରୀ ମାସ ୧୩ ତାରିଖ ଦିନ ଘରକୁ ଯାଇଥିବା ନେଇ ମାଲିକ କହିଥିଲେ । ପରେ ମାଙ୍ଗାଲୁରୁ ରେଳବାଇ ପୁଲିସରେ ପୁଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ । ତେବେ ବାଟରେ ଅନ୍ୟ ଏକ ଷ୍ଟେସନରେ ପାଣି ଆଣିବା ପାଇଁ ଟ୍ରେନରୁ ଓହ୍ଲାଉଥିବା ବେଳେ ଟ୍ରେନ୍ ଛାଡି ଦେଇଥିଲା । ଫଳରେ ତାଙ୍କ ଗୋଡ ଖସିଯାଇଥିଲା । ସେ ଟ୍ରେନ୍ ଚକା ତଳେ ପଡି ପ୍ରାଣ ହରାଇଥିଲେ । ଶିବାଜୀଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ମାଙ୍ଗାଲୁରୁ ଜିଆରପି ପକ୍ଷରୁ ଏହି ସୂଚନା ଦିଆଯାଇଥିବା ନେଇ ଘୁ.ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ ଜୟକୃଷ୍ଣ ବେହେରା କହିଛନ୍ତି । ଟିଆଙ୍ଗିଆ ଅଞ୍ଚଳର ପ୍ରତାପ ଦିଗାଲ ମଧ୍ୟ ମାଙ୍ଗାଲୁରୁରେ ରହି କାମ କରନ୍ତି । ତାଙ୍କର ହ୍ୱାଟସଆପ୍ ନମ୍ବରକୁ ମାଙ୍ଗାଲୁରୁ ଜିଆରପି ପକ୍ଷରୁ ଶିବାଜୀଙ୍କ ମୃତ୍ୟୁର ଫଟୋ ଛଡାଯାଇଥିଲା । ପରେ ପ୍ରତାପ ନିଜ ପରିବାର ପାଖକୁ ସେହି ଫଟୋକୁ ଛାଡି ଶିବାଜୀଙ୍କ ଖବର ଦେଇଥିଲେ । ତାଙ୍କ ପୁଅର ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ ବରଂ ସମ୍ପୃକ୍ତ କମ୍ପାନୀର ମାଲିିକ ହିଁ ହତ୍ୟାକାରୀ ବୋଲି ଅଭିଯୋଗ କରି ରାଇକିଆ ପୁଲିସ୍ ଥାନାରେ ଗତ ୨୮ ତାରିଖ ଦିନ ଏକ ଏତଲା ଦେଇଥିବା ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking