34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକରୋନା କାଳରେ ଗଚ୍ଛିତ ଧନ ପାଲଟିଛି ଆଶାର ଆଲୋକ

କରୋନା କାଳରେ ଗଚ୍ଛିତ ଧନ ପାଲଟିଛି ଆଶାର ଆଲୋକ

ରାଉରକେଲା: ମଧ୍ୟବିତ ପରିବାରକୁ କନ୍ଦାଉଛି କରୋନା! ମଧ୍ୟବିତବର୍ଗ ବ୍ୟକ୍ତି ମାନେ ରଖିଥିବା ସଂଚିତ ଅର୍ଥ ଧିରେ ଧିରେ ଶେଷ ହେବାକୁ ବସିଛି । ଗୋଟିଏ ପଟେ ମଣିଷ ନିଜ ଜୀବନକୁ ରକ୍ଷା କରିବା ପାଇଁ ଯୁଦ୍ଧ କରୁଥିବା ବେଳେ, ଅନ୍ୟପଟେ ଜୀବନ ଜୀବିକା ପାଇଁ ସଂଘର୍ଷର ଲଢେଇ ଜାରି ରଖିଛି ।  କରୋନା ମହାମାରୀ ସୟରେ  ଅନେକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ କ୍ଷତିଗ୍ରସ୍ତ ହୋଇ ତା’ର ପ୍ରଭାବରେ ଅନେକ ଲୋକ ବେରୋଜଗାର ହୋଇଛନ୍ତି । ହେଲେ ପରବର୍ତି ମୂହୂର୍ତରେ ସରକାର ନୀତି ନିୟମ କୋହଳ କରିବା ପରେ ବ୍ୟବସାୟିକ ପ୍ରତିଷ୍ଠାନ  ଖୋଲିଥିଲେ ମଧ୍ୟ ଆର୍ଥିକ କାରବାର ମାନ୍ଦା ରହିଛି । ଯାହା କାରଣରୁ ନୂତନ ନିଯୁକ୍ତି ତ ଦୂରର କଥା, ଅନେକ ବ୍ୟବସାୟୀକ ସଂସ୍ଥା ଗୁଡ଼ିକରେ କର୍ମଚାରୀ ଛଟେଇ ହେବା ସାଙ୍ଗକୁ ଦରମା କାଟ ତଥା ଦରମା ମିଳିବାରେ ବିଳମ୍ବ ହେଉଛି ।
କରୋନା କାଳରେ ବିଶେଷ କରି ମଧ୍ୟବିତ ପରିବାରଙ୍କ ଆର୍ଥିକ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ଲୋକଙ୍କ ପୂର୍ବ ସଂଚିତ ଅର୍ଥ  ଧିରେ ଧିରେ ସରି  ଆସୁଥିବାରୁ ଗୋଟିଏ ପଟେ ଅର୍ଥର ଚିନ୍ତା ଘାରିଥିବା ବେଳେ, ଅନ୍ୟପଟେ ଧାର କରଜ ମୁଣ୍ଡାଇ ଆଗକୁ କିପରି ପରିବାର ପୋଷଣ କରିବେ ତାହାକୁ ନେଇ ଦୁଶ୍ଚିତାରେ ଦିନ ବିତାଉଛନ୍ତି ଦକ୍ଷିଣ ରାଉରକେଲାର କିଛି ମଧ୍ୟବିତ ପରିବାର । କରୋନା ବେଳାରେ କର୍ମଚାରୀଙ୍କ ଦରମା କାଟ କରି ଦିଆ ଯାଉଛି, ଯାହା ଫଳରେ ପାଂଚ ପ୍ରାଣୀ କୁଟୁମ୍ବ ଚଳାଉଥିବା ବ୍ୟକ୍ତି ଜଣଙ୍କୁ ବାଧ୍ୟବାଧକତାରେ ନିଜର ଭବିଷ୍ୟନିଧି ପାଣ୍ଡି(ପିଏଫ୍‌) ଟଙ୍କା ଉଠାଣ କରିବାକୁ ପଡ଼ୁଛି ! କିଛି ବ୍ୟକ୍ତି ବ୍ୟାଙ୍କରେ ରଖିଥିବା ୫/୧୦ ବର୍ଷିଆ ଜମାକୁ ଘର ଖର୍ଚ୍ଚ ଚଳାଇବା ପାଇଁ  ମଧ୍ୟ ଉଠାଇ ନେଉଛନ୍ତି ।  ସେହିପରି  ରାଉରକେଲା ସମେତ ରାଜଗାଙ୍ଗପୁର, ବୀରମିତ୍ରପୁର, ବଣାଇଁ, କୋଇଡ଼ା  ଆଦି ଅଂଚଳରେ ରହୁଥିବା ବହୁ ଯୁବକ ଓ ଯୁବତୀ ରାଉରକେଲାର ବିିଭିନ୍ନ ବେସରକାରୀ କାର୍ଯ୍ୟାଳୟ, ଘରୋଇ ପ୍ରତିଷ୍ଠାନ ଓ  ବିଭିନ୍ନ ଉଦ୍ୟୋଗରେ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ, ବର୍ତମାନ ଅଧିକାଂଶ  କାର୍ଯ୍ୟରୁ ଛଟେଇ ହୋଇ ଘରେ ବସି ରହିଛନ୍ତି, ଯାହା ଦ୍ୱାରା ଘର ଖର୍ଚ୍ଚ ତୁଲାଇବା ସମ୍ଭବପର ହୋଇ ପାରୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking