27.1 C
Bhubaneswar
Thursday, April 25, 2024
Homeଓଡିଶାମନରେଗାରେ ରେ ମହାଦୁର୍ନୀତ

ମନରେଗାରେ ରେ ମହାଦୁର୍ନୀତ

କଳାହାଣ୍ଡି -ମନରେଗା ରେ ମନ୍ ମାନି l ଯେତେ ଯାହା କଲେବି କଳାହାଣ୍ଡି ଜିଲ୍ଲା ର ପିଛା ଛାଡୁନି ଦୂର୍ନିତି l
ଏପରି କି ଏଠି କାମ ଧନ୍ଦା ନପାଇ ବାହାର ରାଜ୍ଯ କୁ ଜାଉଛନ୍ତି ଦାଦନ ଖଟି l ତେବେ କରୋନା କାଳରେ କାମ ନାହିଁ, ହାତ ବାନ୍ଧି ବସିଛନ୍ତି ଜିଲ୍ଲାର ହଜାର୍ ହଜାର୍ ଶ୍ରମିକ l

ହେଲେ ସରକାର କହୁଛନ୍ତି ମନରେଗା ଯୋଜନାରେ ଗାଁ ଗାଁରେ ଚାଲିଛି କାମ l କିନ୍ତୁ ବାସ୍ତବରେ ଲୋକଙ୍କ ପାଖରେ ଅପହଞ୍ଚ ହୋଇ ରହିଯାଉଛି ସରକାରୀ ଯୋଜନା l ମନମାନି କରୁଛନ୍ତି ବ୍ଲକ୍ ସ୍ତରିୟ, ପଞ୍ଚାୟତ ସ୍ତରିୟ ଅଧିକାରୀ ଓ କର୍ମଚାରୀ l ଚଞ୍ଚକତା କରି ଶ୍ରମିକ ମାନଙ୍କ ଦଳିଲ ଦସ୍ତାବିଜ୍ କୁ ନେଇ, ମେସିନ୍ ଦ୍ବାରା କାମ କରାଇ ଟଙ୍କା ଉଠାଉଛନ୍ତି ଅଧିକାରୀ ଓ କର୍ମଚାରୀ l କେବଳ ଫଳକ ଲଗାଇ ଏମ୍.ଜି.ଏନ୍.ଆର୍.ଇ.ଜି.ଏ ର କାମ ଦେଖା ଯାଉଛି l ଏଭଲି ଏକ ହରିଲୁଟ ଘଟଣା କୁ ନେଇ ଅଭିଯୋଗ କରିଛନ୍ତି ଗାଁ ଲୋକେ l ଏନେଇ ପଞ୍ଚାୟତ ଠୁ ବ୍ଲକ୍ ପର୍ଯ୍ଯନ୍ତ ଅଭିଯୋଗ କଲେ ମଧ୍ଯ ସୁଣୁ ନାହାନ୍ତି କେହି l

ଏହି ଫଳକ ଟିକୁ ଭଲ ଭାବରେ ନଜର ପକାନ୍ତୁ l ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଆଉ ତାପରେ ଫଳକରେ କିଛି ଲେଖାନାହି ! କେତେ ଟଙ୍କା ଅଟକଳ ମୂଲ୍ଯରଲେଖା ନା କଉଠୁ ରୁ କଉ ପର୍ଯ୍ୟନ୍ତ ରାସ୍ତା କାମ l ଚାଲିଛି ତାହାବି ବୋର୍ଡ଼ରେ ଲେଖାହୋଇ ନାହିଁ ! କିନ୍ତୁ ଏକାମ ଚାଲିଛି ଖଙ୍ଗାରଗୁଡା ଠାରୁ ସାନକୁଟ୍ରୁପର୍ଯ୍ୟନ୍ତ l ତେବେ ଏହି ମନରେଗା କାମକୁ ଶ୍ରମିକ ଙ୍କ ଜରିଆରେ ନକରି ମେସିନ ଦ୍ବାରା କାର୍ଯ୍ଯ କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଅନ୍ଯପଟେ ପଞ୍ଚାୟତ କାର୍ଯ୍ଯ ନିର୍ବାହି ସଂସ୍ଥା ଦ୍ବାରା ଏହି ମନରେଗା କାର୍ଯ୍ଯ ଚାଲିଥିବା ବେଳେ ସ୍ଥାନୀୟ ଗ୍ରାମ୍ ରୋଜଗାର ସେବକ ମହାଶୟ ଙ୍କୁ ପଚାରୀବାରୁସେ ଆମ ଫୋନକୁ ଉଠାଉ ନାହାନ୍ତି lଆମେକଳମପୁର ବ୍ଲକ ର ମନରେଗା ରେ କାମ କୁ ନେ ଗଣମାଧ୍ୟମରେ ବାରମ୍ବାର ଖବର  ପ୍ରସାରଣ କରୁଥିଲେ ମଧ୍ୟ ପ୍ରଶାସନ ଚିରନିଦ୍ରାରେ ସୋଇ ଥୀଲାଭଳି ଜାଣି ଶୁଣି ଚୁପରହିଯାଉଛନ୍ତି , ଜାହାରୀ ଫଳରେ କର୍ମଚାରିମାନେ ଠିକାଦାର ମାନଙ୍କ ସହିତ ସଲାସୁତୁରା ହୋଇ ମାଳା ମାଲ ହୋଉଛନ୍ତି , ଯଦି ଏଥିପ୍ରତି ପ୍ରଶାସନ ଭିଜିଲାନ୍ସ ତଦନ୍ତ କରି ଏହାର ଲୁଚିଥିବା ଦୁର୍ନୀତିକୁ ଲୋକଲୋଚନ ଆଣିପାରିବ ତାହେଲେ ଅଞ୍ଚଳବାସି ବହୁତ ଖୁସି ଅନୁଭବ କରନ୍ତେ ବୋଲି ଦାବି ହେଉଛି !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking