37.1 C
Bhubaneswar
Thursday, March 28, 2024
Homeଓଡିଶାମେଟ୍ରୋ ରେଳ ସେବା ବ୍ୟବସ୍ଥା ନେଇ କୌଣସି ପ୍ରସ୍ତାବ ନାହିଁ

ମେଟ୍ରୋ ରେଳ ସେବା ବ୍ୟବସ୍ଥା ନେଇ କୌଣସି ପ୍ରସ୍ତାବ ନାହିଁ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ମଧ୍ୟରେ ଏବେ ମେଟ୍ରୋ ରେଳ ସେବା ବ୍ୟବସ୍ଥା ନେଇ କୌଣସି ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ନ ଥିବା ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି । କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରାଯାଇ ନଥିବାରୁ କୌଣସି ଅର୍ଥ କୌଣସି କମ୍ପାନୀକୁ ଦିଆଯାଇ ନାହିଁ ।

ତେବେ ବିଧାୟକ ଶ୍ରୀ ରାଉତରାୟ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଜଣେ ଟାଣୁଆ ମନ୍ତ୍ରୀ ଓ ସେ ସତ କହିବେ ବୋଲି ବିଶ୍ୱାସ କରନ୍ତି କିନ୍ତୁ ମନ୍ତ୍ରୀ ବିଧାନସଭାରେ କଞ୍ଚା ମିଛ କହୁଛନ୍ତି । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହନ୍ତି ତାହା କରନ୍ତି କିନ୍ତୁ ଟିକେ ବିଳମ୍ବରେ କରନ୍ତି । ସେ କହିଥିଲେ ୫ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମେଟ୍ରୋ ରେଳ ପାଇଁ ସର୍ଭେ ନିମନ୍ତେ ହାଇଦ୍ରାବାଦର ଏକ କମ୍ପାନୀକୁ ୨ କୋଟି ୬୫ ଲକ୍ଷ ଦିଆଯାଇଛି । ଏ ପର୍ଯ୍ୟନ୍ତ କାହିଁକି ପ୍ରୋଜେକ୍ଟ ରିପୋର୍ଟ ଆସିନାହିଁ, ଆଗାମୀ ବଜେଟରେ ଏଥିପାଇଁ ଅର୍ଥ ବରାଦ ହେବକି ଓ ଏ ନେଇ କାହିଁକି କେନ୍ଦ୍ର ସରକାରଙ୍କୁ ଲେଖାଯାଇ ନାହିଁ ବୋଲି ବିଧାୟକ ଶ୍ରୀ ରାଉତରାୟ ପଚାରିଥିଲେ ।

ଏଥିରେ ମନ୍ତ୍ରୀ ଶ୍ରୀ ଜେନା ଉତ୍ତର ରଖି କହିଥିଲେ ଯେ ୨୦୧୩ ମସିହାରେ କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଲୋଚନା ହୋଇଥିଲା ଓ ଭାରତ ସରକାର ଏବଂ ଓଡିଶା ସରକାର ମିଳିତ ସର୍ଭେ କରାଇବା ପାଇଁ ଚାହିଁଥିଲେ। ସେଥିପାଇଁ ଭାରତ ସରକାର ଓଡିଶାକୁ ୧୨ ଲକ୍ଷ ୬୧ ହଜାର ଟଙ୍କା ଦେଇଥିଲେ ଓ ପରେ ହାଇଦ୍ରାବାଦର ବାଲାଜୀ ରେଲ ରୋଡ଼ ସିଷ୍ଟମ ଲିମିଟେଡ଼କୁ ସର୍ଭେ ପାଇଁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ପ୍ରଥମ ପର୍ଯ୍ୟାୟରେ କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ରେଳ ପାଇଁ ଫିଜିବିଲିଟି ଆସିଲା ନାହିଁ ଓ ପରେ ଏହାକୁ ଜଟଣୀ ପର୍ଯ୍ୟନ୍ତ ବୃଦ୍ଧି କରି ରିପୋର୍ଟ ଦେବା ପାଇଁ କୁହାଯାଇଥିଲା । ମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ସର୍ଭେ କମ୍ପାନୀକୁ ୫୨ ଲକ୍ଷ ଟଙ୍କା ଦିଆଯାଇଛି । କମ୍ପାନୀ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ ୨୦୪୧ ଯାଏଁ କଟକ-ଭୁବନେଶ୍ୱର କିମ୍ବା କଟକ-ଖୋର୍ଦ୍ଧା ମଧ୍ୟରେ ମେଟ୍ରୋ ରେଳ ଚଳାଇବା ପାଇଁ ଫିଜିବିଲିଟି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking