ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର :ମାଟ୍ରିକ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ଫେବୃଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୮୯୧ ପରୀକ୍ଷାର୍ଥୀ ।ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବୋର୍ଡ଼ ଅନେକ ପଦକ୍ଷେପ ଗ୍ରହଣ କରିଛି । ମାଟ୍ରିକ୍ ପରୀକ୍ଷା ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ହୋଇଛି ତ୍ରିସ୍ତରୀୟ ସୁରକ୍ଷା । ହଜାରେଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ପର୍ଯ୍ୟବେକ୍ଷକ ରହି ତଦାରଖ କରିବେ । ଫ୍ଲାଇଂ ସ୍କ୍ୱାର୍ଡ଼, ବୋର୍ଡ଼ ଓ ଜିଲ୍ଲା ପ୍ରଶାସନ ଭଳି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
https://onakhabar.com/2020/02/17/women-dead-2/