36.7 C
Bhubaneswar
Tuesday, April 16, 2024
Homeଓଡିଶାମେସ୍କୋ କାରଖାନାର ୪ ମାସର ବାକିଆ ପାଉନା ପାଇଁ  ଓ କାର୍ଯ୍ୟ ବନ୍ଦଥିବାଥିବା ପାଇଁ ରାଜ୍ୟ...

ମେସ୍କୋ କାରଖାନାର ୪ ମାସର ବାକିଆ ପାଉନା ପାଇଁ  ଓ କାର୍ଯ୍ୟ ବନ୍ଦଥିବାଥିବା ପାଇଁ ରାଜ୍ୟ ସରକାର ଙ୍କୁ ଦାୟୀ କଲେ ଶ୍ରମିକ

ଯାଜପୁର : ଜିଲ୍ଲାର କଳିଙ୍ଗ ନଗର ମେସ୍କୋ କାରଖାନା ର ୱାର୍କର ମାନେ ୪ମାସର ବକିଆ ପାଉନା ଓ କାର୍ଯ୍ୟବନ୍ଦ ପାଇଁ ରାଜ୍ୟ ସରକାର ଙ୍କୁ ଦାୟୀ କରିଥିଲେ। ସେଥିପାଇଁ ଆଜି ମେସ୍କୋ ଷ୍ଟିଲ ଵାର୍କର ଇୟୁନିୟନ ଏକ ପଦଯାତ୍ରା କରି ଯୁଗ୍ମ ଶ୍ରମ ଅଫିସ ଆଗରେ ବିକ୍ଷୋଭ କରି ଏକ ଦାବି ପତ୍ର ଦେଲେ  ଯୁଗ୍ମ ଶ୍ରମ କାର୍ଯ୍ୟ ଳୟରେ। ଶ୍ରମିକ ନେତା ବିଦ୍ୟାଧର ମହାନ୍ତି କହିଛନ୍ତି ଯେ ଶ୍ରମିକଙ୍କ ର ସମସ୍ତ ଅସୁବିଧା ମେସ୍କୋ କାରଖାନା ରେ ହେଉଥିବା କେବଳ ରାଜ୍ୟ ସରକାର ଦାୟୀ। ଯଦି ଯଥା ଶୀଘ୍ର ଶ୍ରିମିକ ଙ୍କ ଦୁଖଃ ନବୁଝନ୍ତି ବାଧ୍ୟା ହୋଇ ରାଜ ରାସ୍ତାକୁ ଅବରୋଧ କରିବେ ବୋଲି କହିଛନ୍ତି ଶ୍ରମିକ ନେତା ବିଦ୍ୟାଧର ମହାନ୍ତି।

ସି.ଆଇ.ଟି.ୟୁ.ର ୫୧ତମ ପ୍ରତିଷ୍ଠା ଦିବସ

ଯାଜପୁର : ସି.ଆଇ.ଟି.ୟୁ.ର ୫୧ତମ ପ୍ରତିଷ୍ଠା ଦିବସ ଭାରତର ଟ୍ରେଡ଼୍ ୟୁନିୟନ କେନ୍ଦ୍ର ସି.ଆଇ.ଟି.ୟୁ.ର ପ୍ରତିଷ୍ଠା ୧୯୭୦ମସିହା ମଇମାସ ୩୦ ତାରିଖରେ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସାରା ଦେଶରେ ସି.ଆଇ.ଟି.ୟୁ. ୫୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏଣୁ ସି.ଆଇ.ଟି.ୟୁ. ଯାଜପୁରଜିଲ୍ଲା କମିଟି ପକ୍ଷରୁ ଆଜି ଅପରାହ୍ନ ତିନିଘଟିକା ସମୟରେ କରୋନା ମହାମରି ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଜିଲ୍ଲା କାର୍ଯ୍ୟଳୟ ସମ୍ମୁଖରେ ସିଆଇଟିୟୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ ଶ୍ରମିକ ଶ୍ରେଣୀର ଲାଲ୍ ପତାକାକୁ ଉତ୍ତୋଳନ କରିବା ପରେ ସହିଦ୍ ବେଦୀରେ ପୁଷ୍ପ ଅର୍ପଣ କରିଥିଲେ । ପରେ ଅନ୍ୟ ସାଥୀମାନେ ମଧ୍ୟ ପୁଷ୍ପ ଦେଇଥିଲେ । ସେଠାରେ ଏକ ପ୍ରତିବାଦ ସଭା ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ନିର୍ମାଣ ଶ୍ରମିକ ସଂଘ ପାଚିକା ସଂଘ, ଉଠାଦୋକାନି ସଂଘ, ରେଲୁୱେ ହକର ସଂଘ ସାମିଲ ହୋଇଥିଲେ । ନିର୍ମାଣ ଶ୍ରମିକ ସଂଘ ତରଫରୁ ଧିରେନ୍ଦ୍ର ବେହେରା, ସନ୍ତୋଷ ବରାଳ, ମହିଳା ନେତ୍ରୀ ଲାଲ୍‌ମଣି ମୁଣ୍ଡା, ବିଜୟଲକ୍ଷ୍ମୀ ମହାନ୍ତି, ରବିନ୍ଦ୍ର ପାତ୍ର, ମାଧବ ବେହେରା, ଶନ୍ତୋଷ କୁମାର ପୃଷ୍ଠି, ମାଳତୀ କୁଡ଼ୁ, ଦିଲ୍ଲିପ୍ ଦାସ, ଅନିଲ ସାହା, ଚନ୍ଦନ ମଲ୍ଲିକ ପ୍ରମୁଖ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଅଜି ସି.ଆଇ.ଟି.ୟୁ ୫୦ବର୍ଷ ଅତିକ୍ରମକରି ୫୧ବର୍ଷରେ ପାଦ ଦେଇଛି ଏବଂ ସାରା ଦେଶରେ ଏକ ଲଢ଼ୁଆ ସଂଗଠନ ଭାବରେ ଉଭାହୋଇଛି ଓ ସାଲିସ୍ ବିହିନ ସଂଗ୍ରାମ ଚାଲୁ ରଖିଛି । ଅଜି ସମଗ୍ର ବିଶ୍ୱ ତଥା ଆମ ଦେଶ ତଥା ରାଜ୍ୟର ପ୍ରବାସୀ ଶ୍ରମିକ ବେକାର ହୋଇଛନ୍ତି । ଶ୍ରମ ଆଇନ୍ କୁ କେନ୍ଦ୍ର ସରକାର ସଂସୋଧନ କରି ଆଠଘଣ୍ଟା ପରିବର୍ତ୍ତେ ୧୨ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ କରିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking