କେବେ ସରିବ ମେଘା ଜଳ ପ୍ରକଳ୍ପ କାମ

କୋରାପୁଟ : ଜିଲ୍ଲାରେ ଜଳ ସଙ୍କଟ ଲୋକଙ୍କୁ କରୁଛି ହନ୍ତସନ୍ତ। ମେଘା ଜଳ ପ୍ରକଳ୍ପ ଅବଧି ସମୟ ସରିଲା ହେଲେ ସରିଲାନି ନିର୍ମାଣ କାମ। ନିର୍ମାଣ କାର୍ଯ୍ୟରେ ମନ୍ଥର ଯୋଗୁଁ ପ୍ରକଳ୍ପ କାମ ଅଧାରେ ଅଟକିଲା। ଠିକାଦାରଙ୍କ ସ୍ଥାଣୁତା ଯୋଗୁଁ ଅଧାରେ ଅଟକିଛି ପ୍ରକଳ୍ପ କାମ। କେବେ ସରିବ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଉ କେବେ ପାଣି ମୁନ୍ଦାଏ ପାଇବେ ତାହାକୁ ଅନାଇ ବସିଛନ୍ତି କୋରାପୁଟ ଜିଲ୍ଲାର ତିନିଟି ବ୍ଲକର ଦେଢ଼ ଲକ୍ଷରୁ ଉର୍ଦ୍ଧ ଲୋକ। କେଉଁଠି ରହିଛି ସମସ୍ୟା କାହିଁକି ତ୍ୱରାନ୍ୱିତ ହେଉନି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ।

ଲକ୍ଷ୍ୟ ଥିଲା କୋରାପୁଟ ଜିଲାର ତିନିଟି ବ୍ଲକ ର ଦେଢ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କ ଜଳ ସଙ୍କଟ ଦୁରହେବ।ମୁନ୍ଦାଏ ପାଣି ପାଇଁ ଆଉ ଡହଳ ବିକଳ ହେବାକୁ ପଡିବନି କି ମହିଳା ଙ୍କୁ ମାଇଲ ମାଇଲ ଚାଲିବାକୁ ପଡିବନି।କୋରାପୁଟ ଜିଲା ର କୋଟପାଡ଼,ଜୟପୁର ଏବଂ ବୋରିଗୁମ୍ମା ବ୍ଲକର ୫୧ଟି ପଞ୍ଚାୟତ ର ଲୋକଙ୍କ ଜଳ କଷ୍ଟ କୁ ଆଖି ଆଗରେ ରଖି ରାଜ୍ୟସରକାର ୨୦୧୭ ମସିହାରେ ମୁରାନ ଠାରେ ମେଘା ଜଳ ପ୍ରକଳ୍ପ ଆରମ୍ଭ କରିଥିଲେ।ଏଥି ପାଇଁ ମୁମ୍ବାଇ ର JMC ପ୍ରଜେକ୍ଟ ଇଣ୍ଡିଆ ଏବଂ କିଡି କମ୍ପାନୀ କୁ ନିର୍ମାଣ ଦାଇତ୍ୱ ମିଳିଥିଲା।ଆଉ ଏଥିପାଇଁ ୩୧୬କୋଟି ଟଙ୍କା ବ୍ୟୟ ଅଟକଳ ମୂଲ୍ୟ କରାଯାଇଥିଲା।ଆରମ୍ଭରୁ କାର୍ଯ୍ୟ ଠିକ ଠାକ ଚାଲିଥିଲା।୨୦୧୯ ଫେବୃୟାରୀ ରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୨୦ ଅଗଷ୍ଟ ରେ ସରିବା କଥା।ହେଲେ ଦୁଃଖର ବିଷୟ ଅବଧି ସମୟ ସରିଲା ପରେ ଭି ପ୍ରକଳ୍ପ କାର୍ଯ୍ୟ ସରିବ କଣ ୩୦ ପ୍ରତିଶତ ମଧ୍ୟ କାମ ଆଗେଇନି। ଜଳକଷ୍ଟ ଦୂର ହେବା ଆଶା ରଖିଥିବା ଲୋକଙ୍କ ଆଶା ଏବେ ମୌଳିଯାଉଛି। ପାଣି ମୁନ୍ଦାଏ ପାଇଁ ପୂର୍ବ ପରି ଡହଳ ବିକଳ ହେଉଥିବା ବେଳେ ଠିକାଦାର କିନ୍ତୁ ଅବଧି କୁ ଏକ ବର୍ଷ ବଢ଼େଇ ଦେଲେ।ଫଳ ରେ ଲୋକଙ୍କ ଜଳ କଷ୍ଟ ଯେମିତି କି ସେମିତି ରହିଗଲା। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ବଢୁଛି ଅସନ୍ତୋଷ।
ବୋରିଗୁମ୍ମା ବ୍ଲକ ର ୨୮ ଟି ପଞ୍ଚାୟତ, କୋଟପାଡ଼ ବ୍ଲକ ର ୧୬ଟି ଏବଂ ଜୟପୁର ବ୍ଲକ ର ୭ଟି ପାଞ୍ଚୟତ। ମୋଟ ୫୧ଟି ପଞ୍ଚାୟତ ର ଦେଢଲକ୍ଷ ରୁ ଉର୍ଦ୍ଧ ଲୋକ ଖରାଦିନେ ନାହିଁନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି।ପାନୀୟ ଜଳର ବିକଳ୍ପ ବ୍ୟବସ୍ତା ନଥିବାରୁ କିଏ ନଦୀରୁ ପାଣି ଆଣୁଛନ୍ତି ତ ଆଉ କିଏ ଝରଣା ରୁ ଆଣୁଛି ପାଣି।ଫଳରେ ଦୂଷିତ ପାଣି ପିଇ ଅନେକ ସମୟ ରେ ଝାଡା ବାନ୍ତି ଭଳି ରୋଗ ରେ ଆକ୍ରାନ୍ତ ମଧ୍ୟ ହୋଇପଡୁଛନ୍ତି ଗ୍ରାମଞ୍ଚଳ ରୋ ଲୋକେ।ଏହି ମେଘା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିଲେ ସ୍ୱଚ୍ଛ ପାଣି ମୁନ୍ଦାଏ ପାଇବେ ଆଉ ଦୀର୍ଘ ଦିନ ର ଜଳ କଷ୍ଟଦୁରହେବ ବୋଲି ଆଶା ରଖିଥଲେ ଲୋକେ। ଅନେକ ସ୍ଥାନରେ ଟେଙ୍କ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇପଡି ଥିବା ବେଳେ ହଜାର ହଜାର ପାଇପ କେତେକ ସ୍ଥାନରେ ପଡିରହିଛି।ଅନ୍ୟ ପଟେ ଠିକାଦାର ଚିରାଚରିତ ଢଙ୍ଗ ରେ ବର୍ଷା ଆଉ କରନା ର ଆଳ ଦେଖାଇ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ଚେଷ୍ଟା କରିଛନ୍ତି।ଆଉ ନିର୍ମାଣ କାର୍ଯ୍ୟ ସାଙ୍ଗକୁ ପାଇପ ପିଛା ପ୍ରାୟ ୫୦ ପ୍ରତିଶତ କାର୍ଯ୍ୟ ସମାପନ ହୋଇଛି।ଆସନ୍ତା ୨୦୨୧ଅଗଷ୍ଟ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସରିବ ଆଉ ଲୋକଙ୍କୁ ଜଳ ଯୋଗାଇ ଦିଆଯିବା ପାଇଁ ଲକ୍ଷ ରଖିଥିବା ଠିକା ସଂସ୍ଥା ତରଫରୁ ଦୃଢକ୍ତି ଦିଆଯାଇଛି।

ଏହି ଅଞ୍ଚଳ ଗୁଡିକରେ ଦୀର୍ଘ ଦିନ ଧରି ପାଣି ସମସ୍ୟା ଲାଗିରହିଥିବା ବେଳେ ଏହାକୁ ନେଇ ଅନେକ ଆନ୍ଦୋଳନ ମଧ୍ୟ ହୋଇଥିଲା।ରାଜ୍ୟ ସରକାର ଏହାର ସମାଧାନ ପାଇଁ ମୁରାନ ଠାରେ ମେଘା ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ।ହେଲେ ଏହି ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ କେବେ ସରିବ ଆଉ ଲୋକଙ୍କ ଜଳ କଷ୍ଟ କେବେ ଦୂର ହେବ ତାହା ଦେଖିବାକୁ ବାକିରହିଲା।

LEAVE A REPLY

Please enter your comment!
Please enter your name here