26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସାଧାରଣ ଧର୍ମଘଟ ସମର୍ଥନରେ ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ସଭା ଓ ଶୋଭାଯାତ୍ରା

ସାଧାରଣ ଧର୍ମଘଟ ସମର୍ଥନରେ ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ସଭା ଓ ଶୋଭାଯାତ୍ରା

ଯାଜପୁର: ଆଜି ଏସ ୟୁ ସି ଆଇ (କମ୍ୟୁନିଷ୍ଟ ), AIKKMS, AIDYO ଓ AIDSOପକ୍ଷରୁ AIUTUC ସମେତ ୧୦ଟି କେନ୍ଦ୍ରୀୟ ଟ୍ରେଡ଼ୟୁନିଅନ ପକ୍ଷ୍ୟରୁ କେନ୍ଦ୍ର ବିଜେପି ସରକାର ଙ୍କ ଜନ ବିରୋଧୀ ଶ୍ରମିକ, କୃଷକ ନୀତି ବିରୁଦ୍ଧରେ ଦିଆ ଯାଇଥିବା ସାଧାରଣ ଧର୍ମଘଟ କୁ ସମର୍ଥନ କରି ଏକ ଶୋଭାଯାତ୍ରା ରେଳ, ବ୍ୟାଙ୍କ, ବୀମା, ବିଦ୍ୟୁତ, ଇସ୍ପାତ, ଟେଲିକମ, କୋଇଲା ର ଘରୋଇ କରଣ ବନ୍ଦ କର, ନୂତନ ଜାତୀୟ ଶିକ୍ଷା ନୀତି 2020 ବାତିଲ କର, ୧୪,୩୭୯ଟି ସ୍କୁଲ ଓ ୧୪ଟି ବି.ଇଡି କଲେଜ ବନ୍ଦ ନିଷ୍ପତି ପ୍ରତ୍ୟାହାର କର,କୃଷକ ବିରୋଧୀ କୃଷି ନୀତି ପ୍ରତ୍ୟାହାର, ବେକାରଙ୍କୁ କର୍ମ ନିଯୁକ୍ତି,ଦରଦାମ ବୃଦ୍ଧି ବନ୍ଦ କରିବା,ବିଦ୍ୟୁତ ଶୁଳ୍କ ବୃଦ୍ଧି ବନ୍ଦ ଆଦି ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ । ଏହି ଧର୍ମଘଟକୁ ସମର୍ଥନ କରି ଯାଜପୁର ରୋଡ ର ସମସ୍ତ ଦୋକାନ ବଜାର ,ଅଫିସ ଦପ୍ତର ବନ୍ଦ ରହିଥିଲା । ଏ ଆଇ ୟୁ ଟି ୟୁ ସି ର ରାଜ୍ୟ କମିଟି ସଭ୍ୟ କମ୍ରେଡ ସୁରେଶ ପ୍ରଧାନ ଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଗୋପବନ୍ଧୁ ଛକ ନିକଟରେ ଅନୁଷ୍ଠିତ ହୋଇ ଥିଲା ଏହି ପ୍ରତିବାଦ ସଭାରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ର ରାଜ୍ୟ କମିଟି ସଭ୍ୟ କମ୍ରେଡ ବିଜୟାନନ୍ଦ ମଲ୍ଲିକ, କମ୍ରେଡ କେଦାରନାଥ ସାହୁ,ଜିଲ୍ଲା କମିଟି ସଭ୍ୟ ନୃସିଂହ ମହାନ୍ତ, ଆଇନିଜୀବି ସୁଧାଂଶୁ ଦାସ, କୋରେଇ ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ ମେଘନାଦ ମଲ୍ଲିକ, ଦାନଗଦି ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ ବିଜୟ ଜେନା,କମ୍ରେଡ ଶରତ ଜେନା , କମ୍ରେଡ ରାଧାକାନ୍ତ ଜେନା, କମ୍ରେଡ ହୃଷୀକେଶ ସିଂ,ରାଜକିଶୋର ମହାନ୍ତ, କାର୍ତିକ ହାଲଦାର,ଧୂର୍ବ ପଣ୍ଡା, କାଳନ୍ଦୀ ଓଝା, ଅଶୋକ ମହାରଣା, ସନ୍ତୋଷ ସାହୁ,ଅନୁଷ୍ୟୟା ହାଲଦାର ପ୍ରଭୃତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ l ଆଗାମୀ ଦିନରେ ଏହି ଆନ୍ଦୋଳନ କୁ ଆହୁରି ଜୋରଦାର କରାଯିବ ବୋଲି ବକ୍ତା ମାନେ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking