28.1 C
Bhubaneswar
Friday, March 29, 2024
Homeଓଡିଶାଦାନଗଦୀ ମେଡିକାଲରେ ନର୍ସଙ୍କ ନାମରେ ଅଭିଯୋଗ

ଦାନଗଦୀ ମେଡିକାଲରେ ନର୍ସଙ୍କ ନାମରେ ଅଭିଯୋଗ

ଯାଜପୁର : ଦାନଗଦୀ ବ୍ଲକ ଅନ୍ତର୍ଗତ ବାଘୁଆପାଳ ଗ୍ରାମର ଦରାଇ ହେମ୍ବ୍ରମ ତାଙ୍କ ପତ୍ନୀ କୋଇଲି ହେମ୍ବ୍ରମ ଗର୍ଭବତୀ ଥିବାରୁ ଗତ ୨୩ ତାରିଖରେ ଦାନଗଦୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଡିମିସନ ହେଇ ଥିଲା। ସେଠି ଡିୟୁଟିରେ ଥିବା ଜୈନିକ ନର୍ସ ଚିକିତ୍ସା ରେ ଅବହେଳା କରିଥିଲେ। ଅବହେଳା ରୁ କୋଇଲି ଙ୍କୁ ବହୁତ ଯନ୍ତ୍ରଣା ହେଉଥିଲା , ନର୍ସ ଙ୍କୁ ଦୁରାଇ ଜଣାଇଥିଲେ ତାଙ୍କ ପତ୍ନୀ ଯନ୍ତ୍ରଣା କଥା ।ନର୍ସ କର୍ନପାତ କରିନଥିଲେ ମୋବାଇଲିରେ ଫିଲ୍ମି ଦେଖୁଥିଲେ । ବାରମ୍ବାର କହିବାରୁ କହିଛନ୍ତି ଯେ ତୁମେ ଘରୋଇ ହସପିଟାଲ ଯାଜପୁର ରୋଡ ପ୍ରଭାକେୟାର କୁ ନେଇଯା ଗାଡି ଦେବି ସେଠି ଚିକିତ୍ସା ଭଲହେବ।
ଏଭଳି କହିଲେ ନର୍ସ ଦୀର୍ଘ ୫/୬ଘଣ୍ଟା ବିତିଗଲା ଯନ୍ତ୍ରଣା ହେଉଥାଏ କୋଇଲି ଙ୍କ କଥା ଜୈନିକ ନର୍ସ ସୁଣି ନଥିଲେ। ସନ୍ଧ୍ୟା ୭ଟା ସମୟ ହେଲାପରେ ଯନ୍ତ୍ରଣା ପିଲା ପ୍ରସବ ହୋଇଥିଲା ପାଖକୁ ଆସିନଥିଲେ ନର୍ସ। ପ୍ରସବ ପରେ ଦୁରାଇ ଜୈନିକ ନର୍ସ କୁ କାକୁତି ମିନତି ହୋଇ କି ଡାକିଲା ପରେ ଆସି କହିଲେ ପିଲା ଟିର ବହୁତ ଅବସ୍ଥା ଗୁରୁତର ଅଛି ତାକୁ ପ୍ରଭାକେୟାର ନେଇଯାଅ ସେସବୁକୁ ଦୂରାଇ ନସୁଣି କଟକ ନେଇଥିଲେ।କଟକ ରେ ଡାକ୍ତର ପିଲାର ମୃତ୍ୟୁ ଘୋଷଣା କରିଲେ,ପିଲା ମୃତ୍ୟୁ ପାଇଁ ଦାୟୀ ଜୈନିକ ନର୍ସ ବୋଲି କହିଛନ୍ତି ଦୁରାଇ। ଜୈନିକ ନର୍ସ ଙ୍କ ନାମରେ ଅନେକ ଅଭିଯୋଗ ଆସିଛି ତାକୁ କାହିଁକି ଘଣ୍ଟ ଘୋଡାଉଛନ୍ତି ସିଡିଏମଓ , କାହା ଛାତ୍ର ଛାୟା ତଳେ ରହି ନର୍ସ ଙ୍କୁ ସୁରକ୍ଷା ଦେଉଛନ୍ତି। ପ୍ରଭାକେୟର ଛତ୍ର ଛାୟା ତଳେ ନା ରାଜନେତା ଛତ୍ର ଛାୟା ତଳେ ରହି ଘଣ୍ଟ ଘୋଡାଉଛନ୍ତି ସିଡିଏମ । ଆଉ ଘଣ୍ଟ ନଘୋଡାଇ ଜୈନିକ ନର୍ସ ବିରୋଧରେ କାର୍ଯ୍ୟ ନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking