40.1 C
Bhubaneswar
Thursday, April 25, 2024
Homeସ୍ୱାସ୍ଥ୍ୟମେଡିକାଲ ଛାତ୍ରଙ୍କ ଫି' ଛାଡ଼ ପାଇଁ ଏବିଭିପିର ଦାବି

ମେଡିକାଲ ଛାତ୍ରଙ୍କ ଫି' ଛାଡ଼ ପାଇଁ ଏବିଭିପିର ଦାବି

ବ୍ରହ୍ମପୁର  : ମେଡିକାଲ ବିଦ୍ୟାର୍ଥୀଙ୍କର ଫି ଛାଡ କରିବା ପାଇଁ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ମେଡିକାଲ ଛାତ୍ର ଆୟାମ ମେଡିଭିଜିଅନ ଏମକେସିଜୀ ଶାଖା ପକ୍ଷରୁ ଦକ୍ଷିଣାଂଚଳ ଅରଡିସି ଟି ଆଓ ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହିତ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି।
ସାମ୍ପ୍ରତିକ କରୋନା ମହାମାରୀ ସମୟ ରେ ସମ୍ପୂର୍ଣ୍ଣ ସମାଜ ଆଜି ଆର୍ଥିକ ଅନଟନ ଭିତରେ ଗତି କରୁଛି । କରୋନା ମହାମାରୀ ଦ୍ୱାରା ଘରର ଆର୍ଥିକ ମେରୁଦଣ୍ଡବି ଭଙ୍ଗିପଡିଛି । ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ମେଡିକାଲ ବିଦ୍ୟାର୍ଥୀ ଆୟାମ ମେଡିଭିଜିଅନ ଓଡ଼ିଶା ଶାଖା ପକ୍ଷରୁ ଓଡ଼ିଶାର ସମସ୍ତ ମେଡିକାଲ କଲେଜର 3000 ରୁ ଅଧିକା ବିଦ୍ୟାର୍ଥୀ ମାନଙ୍କୁ ନେଇ କରାଯାଇଥିବା ସର୍ଭେ ରେ ୯୫ ପ୍ରତିଶତ ଛାତ୍ର ଛାତ୍ରୀଙ୍କର ଘରର ପରିସ୍ଥିତି ସଂଗୀନ ଦେଖିବାକୁ ମିଳିଛି , ଗାର୍ଡିଆନ୍ ଚାକିରି ହରାଇଥିବା ତଥ୍ୟ ସାମ୍ନାକୁ ଆସିଛି । ତେଣୁ କୋର୍ସର ଫି କିଛି ପ୍ରତିଶତ ଛାଡ କରିବା ପାଇଁ ମେଡିଭିଜିଅନ ନେତୃତ୍ୱରେ ଓଡ଼ିଶାର ସମସ୍ତ ସରକାରୀ ମେଡିକାଲ କଲେଜ ର ଛାତ୍ର ସଂସଦ ସଭାପତି ଓ ସମ୍ପାଦକ ମିଳିତ ଭାବ ରେ ମେଡିକଲ୍ କଲେଜ ଡିନ୍ ,ମାନନୀୟ ରାଜ୍ୟପାଳ, ସ୍ଵାସ୍ଥ୍ୟ ବିଭାଗର ମନ୍ତ୍ରୀ ପାଖରେ ଦାବି ପତ୍ର ପ୍ରଦାନ କରାଯାଇଛି। ସୋସିଆଲ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମ ଯଥା ଟୁଇଟର , ଫେସବୁକ ମାଧ୍ୟମରେ ମଧ୍ୟ ଏହି ଦାବି ଜୋର ଧରିଛି ।ଏହି ଅନଲାଇନ ଆନ୍ଦୋଳନରେ ଏମକେସିଜି, କଟକର ଏସ୍ସିବି ,ସମ୍ବଲପୁରର ବୁର୍ଲା ସମେତ ସମସ୍ତ ସରକାରୀ ମେଡିକାଲ ବିଦ୍ୟାର୍ଥୀ ମାନେ ଅଂଶ ଗ୍ରହଣ କରିଛନ୍ତି ।
ଏହି ମେଡିକାଲ ବିଦ୍ୟାର୍ଥୀ ଫି ଛାଡ଼ କରିବା ପାଇଁ ଆଜି ଏଵିଭିପିର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ,ଏମକେସିଜୀର ଡାକ୍ତରୀ ଛାତ୍ର ବିଭୁନନ୍ଦନ ଷଡ଼ଙ୍ଗୀ, ଅଙ୍କିତ ପାଣି , ଲଳିତ କୁମାର, ଅକ୍ଷୟ କୁଣ୍ଡୁ ପ୍ରମୁଖ ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଏହା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯିବ ସହିତ ସରକାର ଏହି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking