39.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରବାସୀ ଫେରନ୍ତାଙ୍କ ନିକଟକୁ ମିଡିଆ ମନା

ପ୍ରବାସୀ ଫେରନ୍ତାଙ୍କ ନିକଟକୁ ମିଡିଆ ମନା

ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡିଆଙ୍କ ଫେରିବା ନେଇ ଆଇଟି ସଚିବ ମନୋଜ ମିଶ୍ର ଏକ ନୂତନ ସୂଚନା ପ୍ରଦାନ କରିଛନ୍ତି । ତେବେ ସେମାନଙ୍କ ନିକଟକୁ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରବାସୀ ଫେରନ୍ତାଙ୍କ ପହଞ୍ଚିବା ସ୍ଥଳକୁ ଯିବା ପାଇଁ ମିଡିଆକୁ ମନା କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ରେଳ ଷ୍ଟେସନ କିମ୍ବା ଚେକ ପଏଣ୍ଟକୁ ଯିବା ପାଇଁ ମିଡିଆକୁ ବାରଣ କରାଯାଇଛି । ଏହାକୁ ବାଦ ଦେଲେ କ୍ୱାରେଣ୍ଟିନ ଓ ଆଇସୋଲେସନ କେନ୍ଦ୍ରକୁ ମଧ୍ୟ ମିଡିଆକୁ ମନା ରହିଛି । ତେବେ ଏଥିରେ ସଂକ୍ରମଣ ଆଶଙ୍କା ରହିଥିବାରୁ ମିଡିଆକୁ ରାଜ୍ୟ ସରକାର ମନା କରିଥିବା ଗାଇଡ ଲାଇନରେ ଦର୍ଶାଯାଇଛି । ତେବେ ସେମାନଙ୍କୁ ପ୍ରବାସୀଙ୍କ ସଂପର୍କିତ ଫଟୋ ଓ ସମ୍ବାଦ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ମିଡିଆକୁ ଏହା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking