ନୂଆଦିଲ୍ଲୀ: ଦେଶରେ ଟମାଟୋ ଦର ଆକାଶଛୁଆଁ ହେବା ପରେ ମ୍ୟାକ୍ଡୋଲ୍ଡସ୍ ବର୍ଗର୍ରୁ ଟମାଟୋକୁ ହଟାଇ ଦେଇଛି । ସିଜିନାଲ୍ ଇସ୍ୟୁ ଯୋଗୁଁ କିଛି ସମୟ ପାଇଁ ଏପରି କରାଯାଇଥିବା ମ୍ୟାକ୍ଡୋନାଲ୍ଡସ୍ ଇଣ୍ଡିଆର ନର୍ଥ ଆଣ୍ଡ୍ ଇଷ୍ଟ୍ ଫ୍ରାଞ୍ଚାଇଜି ପକ୍ଷରୁ ଶୁକ୍ରବାର କୁହାଯାଇଛି । ଏଥିରେ କୁହାଯାଇଛି ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ଆମକୁ ଉନ୍ନତ ମାନର ଟମାଟୋ ନମିଳିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଫ୍ରାଞ୍ଚାଇଜି କହିଛି, ଏହାର ସମାଧାନ ଖୋଜା ଯାଉଛି ଏବଂ ଖୁବ୍ଶୀଘ୍ର ଏହାକୁ ଆମ ଆଇଟମ୍ରେ ସାମିଲ କରାଯିବ । ଅନ୍ୟପକ୍ଷରେ ଭୀଷଣ ବର୍ଷା କାରଣରୁ ଦେଶରେ ଟମାଟୋର ମୂଲ୍ୟ ୨୫୦ ଟଙ୍କାରେ ପହଞ୍ଚିଛି । ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଧାମରେ ଟମାଟୋ କେଜି ପିଛା ୨୫୦ ଟଙ୍କା ହୋଇଛି । ସେହିପରି ଉତ୍ତରକାଶୀ ଜିଲ୍ଲାରେ ଏହା କେଜି ପ୍ରତି ୧୮୦ରୁ ୨୦୦ ଟଙ୍କା ଦରରେ ବିକ୍ରି ହେଉଛି ।