39.1 C
Bhubaneswar
Tuesday, April 23, 2024
Homeଓଡିଶାଡ୍ୟୁଟି କରିବାକୁ ଯାଇ ଆକ୍ରମଣର ଶୀକାର ହେଲେ ମହିଳା ପୋଲିସ

ଡ୍ୟୁଟି କରିବାକୁ ଯାଇ ଆକ୍ରମଣର ଶୀକାର ହେଲେ ମହିଳା ପୋଲିସ

ମୟୂରଭଞ୍ଜ : ମଦରୁ ମହାଭାରତ। ବେଆଇନ ମଦ ବିକ୍ରିକୁ ବିରୋଧ କରି ସାପ୍ତାହିକ ହାଟରେ ଆକ୍ରମଣର ଶିକାର ହେଲେ ମହିଳା ପୋଲିସ କର୍ମଚାରୀ। ଘଟଣାସ୍ଥଳରେ ଉପସ୍ଥିତ ମହିଳାମାନେ ଆକ୍ରମଣକାରୀଙ୍କୁ ଅଟକାଇବା ବଦଳରେ ମହିଳା ପୋଲିସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ହେଉଥିବା ଦେଖି ମଜା ଉଠାଉଥିବା ଭଳି ଅମାନବିକ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ମିଳିତ ଆକ୍ରମଣର ଶିକାର ହୋଇ ଆହତ ସତ୍ତ୍ୱେ ଦେଖାଇଲେ ସାହସ। କର୍ତ୍ତବ୍ୟ ଆଗରେ ହାରମାନିଲା ଆଘାତର ଯନ୍ତ୍ରଣା। ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଫେରାର ହୋଇଯାଇଥିବା ବେଳେ ଅନ୍ୟଜଣଙ୍କୁ ଧରି ଥାନାକୁ ଆଣିବାରେ ସଫଳ ହୋଇ ଏବେ ସବୁରି ମୁହଁରେ ପ୍ରଶଂସିତ ହେଉଛନ୍ତି ଆହତ ମହିଳା ପୋଲିସ କର୍ମଚାରୀ। ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି। ତେବେ ମଦ ଭଳି ବେଆଇନ ନିଶା କାରବାର ଚଳାଇ ଟଙ୍କା ରୋଜଗାର ପାଇଁ ପୋଲିସକୁ ମଧ୍ୟ ଆକ୍ରମଣ କରିବାକୁ ପଛାଉନାହାନ୍ତି। ଏଭଳି ସଙ୍ଗୀନ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ସାପ୍ତାହିକ ହାଟରେ। ସ୍ଥାନୀୟ ଅଞ୍ଚଳର ଦୁଇଜଣ ଆଦିବାସୀ ମହିଳା ନିଜଘରେ ମହୁଲି ମଦ ରାନ୍ଧି ବେଆଇନ ଭାବରେ ସାପ୍ତାହିକ ହାଟରେ ବିକ୍ରି କରୁଥିବାରୁ ବିଶୋଇ ଥାନାର ମହିଳା ହାବିଲଦାର ଖବରପାଇ ଥିଲେ।
ଖବର ଅନୁଯାୟୀ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ହାବିଲଦାର ମଞ୍ଜୁଲତା ସାହୁ ସେମାନଙ୍କୁ ପ୍ରଥମେ ବେଆଇନ ମଦବିକ୍ରି ନ କରିବାକୁ ପରାମର୍ଶ ଦେବା ସହିତ ଚେତାବନୀ ଦେଇଥିଲେ। ପୁଣି ଦ୍ଵିତୀୟ ଥର ଆସି ମଦ ଜବତ କରିବାକୁ ଚାହିଁବାରୁ ହଠାତ ମଦ ବିକ୍ରି କରୁଥିବା କପୁରା ମାରାଣ୍ଡି ଓ ଅନ୍ୟ ଜଣେ ମହିଳା ଦୁହେଁ ମିଶି ମଞ୍ଜୁଲତାଙ୍କୁ ଠେଙ୍ଗା ଦ୍ୱାରା ଆକ୍ରମଣ କରି ଗୁରୁତର କରି ପକାଇଥିଲେ। ଆକ୍ରମଣ ଏତେ ଯୋରଦାର ଥିଲା ଯେ ସାଙ୍ଗରେ ଥିବା ଓ.ଏ.ପି ଜବାନ ପ୍ରଦୀପ ସିଂ ମଧ୍ୟ ମଞ୍ଜୁଲତାଙ୍କୁ ଆକ୍ରମଣରୁ ରକ୍ଷା କରିପାରି ନଥିଲେ। ତେବେ ଦୁଇ ମହିଳାଙ୍କ ପ୍ରବଳ ଆକ୍ରମଣ ସତ୍ତ୍ୱେ ମଞ୍ଜୁଲତା ଜଣକୁ ଧରି ଥାନାକୁ ଆଣିବାକୁ ସକ୍ଷମ ହୋଇଥିଲେ। ତୁରନ୍ତ ମଞ୍ଜୁଲତାଙ୍କୁ ବିଶୋଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଲାଗି ପଠାଯାଇଛି ଆକ୍ରମଣରେ ମଞ୍ଜୁଲତାଙ୍କ ଦେହସାରା ମାଡ ବାଜିବା ସହିତ ତାଙ୍କ ବାମ କାନରେ ଗୁରୁତର ଆଘାତ ପାଇଛି। ଏ ବାବଦରେ ବିଶୋଇ ଥାନାରେ ଏକ ମାମଲା ରୁଜୁ ହେବା ସହିତ ଅନ୍ୟ ଅଭିଯୁକ୍ତା ମହିଳାଙ୍କୁ ମଧ୍ୟ ପୋଲିସ ଖୋଜୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking