34.1 C
Bhubaneswar
Friday, March 29, 2024
Homeଓଡିଶାଓଭରବ୍ରିଜ ନିର୍ମାଣ ଦାବିରେ ଆମରଣ ଅନଶନ ପ୍ରତ୍ୟାହାର  

ଓଭରବ୍ରିଜ ନିର୍ମାଣ ଦାବିରେ ଆମରଣ ଅନଶନ ପ୍ରତ୍ୟାହାର  

ମୟୂରଭଞ୍ଜ :  ଓଭରବ୍ରିଜ ନିର୍ମାଣ ଦାବିରେ ବିଶୋଇ ୟୁଥ କ୍ଲବ ପକ୍ଷରୁ ଆମରଣ ଅନଶନ। ବିଶୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ। ତେବେ ମୟୂରଭଞ୍ଜ ଜିଲ୍ଲା ୪୯ନଂ ଜାତୀୟ ରାଜପଥର ବିଶୋଇ ଛକରେ ଓଭରବ୍ରିଜ ନିର୍ମାଣ ଦାବିରେ ଜାରୀ ରହିଥିଲା ଆମରଣ ଅନଶନ। ବିଶୋଇ ଅଞ୍ଚଳର ଦେବବ୍ରତ ସି, ମାଧବ ମହାନ୍ତ ,ରାମ କୁମାର ସୋରେନ, ସୁଶାନ୍ତ କୁମାର ମହାନ୍ତି ଙ୍କ ସହିତ ବିଶୋଇ ବ୍ଲକକୁ ଲାଗିଥିବା ପ୍ରତ୍ୟେକ ଗ୍ରାମର ଗ୍ରାମବାସୀମାନେ ମଧ୍ୟ ଆମରଣ ଅନଶନରେ ସାମିଲ ହୋଇଥିଲେ l ବିଶୋଇ ବ୍ଲକଛକ ଜାତୀୟ ରାଜପଥ ଉପରେ ଓଭରବ୍ରିଜର ଆବଶ୍ୟକତା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ଏନଏଚଏଇ କତ୍ତୃପକ୍ଷ ସେଠାରେ ଓଭରବ୍ରିଜ଼ ନିର୍ମାଣ ନ କରିବାରୁ ଜନସାଧାରଣ ବହୁ ସମସ୍ୟାର ସମୁଖୀନ ହେଉଛନ୍ତି l
ବ୍ଲକଛକ ଜାତୀୟ ରାଜପଥକୁ ଲାଗି ଟ୍ରେଜେରି ଅଫିସ, ବାଳିକା ଉଚ୍ଚ ବିଦ୍ୟାଳୟ, ଶିଶୁ ମନ୍ଦିର, ବିଶୋଇ ଉଚ୍ଚ ବିଦ୍ୟାଳୟ, ତହସିଲ କାର୍ଯ୍ୟାଳୟ ସମେତ ବ୍ଲକ ଅଞ୍ଚଳର ସମସ୍ତ ମୁଖ୍ୟ ଅଫିସ ଅବସ୍ଥିତ l ଏହି ସବୁକୁ କେନ୍ଦ୍ର କରି ପୂର୍ବରୁ ବିଶୋଇ ଗ୍ରାମବାସୀବୃନ୍ଦ ରାସ୍ତା ଅବରୋଧ କରି ତାଙ୍କର ଦାବି ଉପସ୍ଥାପନ କରିଥିଲେ l ରାସ୍ତା ଅବରୋଧ ଶୁଣି ନିଜେ ମୟୁରଭଞ୍ଜ ଲୋକସଭା ସାଂସଦ ମାନ୍ୟବର ବିଶେଶ୍ୱର ଟୁଡୁ ଘଟଣାସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାଇ ଥିଲେ ଏବଂ 2020 ମସିହା ଜାନୁୟାରୀ ମାସ ସୁଦ୍ଧା ଓଭରବ୍ରିଜର କାମ ଆରମ୍ଭ ହେବାର ପ୍ରତିଶୃତି ଦେଇଥିଲେ l କିନ୍ତୁ ପ୍ରତିଶୃତି ପ୍ରତିଶୃତିରେ ହିଁ ରହି ଯାଇଛି । ଯାହାଫଳରେ ସ୍ଥାନୀୟ ଯୁବଗୋଷ୍ଠୀ ଏବଂ ଗ୍ରାମବାସୀ ଦେବବ୍ରତ ସି ଙ୍କ ନେତୃତ୍ୱରେ ଆମରଣ ଅନଶନରେ ଗତକାଲି ଠାରୁ ବସିଥିଲେ l ତେବେ ଆଜି ଅନଶନ ସ୍ଥଳରେ ବିଶୋଇ ତହସିଲଦାର ଚନ୍ଦ୍ରଶେଖର ଘରେଇ , NHI ଇଞ୍ଜିନିୟର କପିଲ ପ୍ରସାଦ ,ବିଶୋଇ ଥାନା ଭାରପ୍ରାପ୍ତ ଅଧିକାରୀ ସୋଇଲେନ୍ଦ୍ର ଭୂଷଣ ନାଏକ, BDO ଫିରୋଜ ଖାଁନ , ବୁଝାଶୁଝା କରିବା ସହିତ ୩ମାସ ପରେ ଓଭରବ୍ରିଜ ନିର୍ମାଣକାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ମାନେ ଆମରଣ ଅନଶନ ପ୍ରତ୍ୟାହାର କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking