22.1 C
Bhubaneswar
Sunday, January 23, 2022
Homeଓଡିଶାଆଜି ଠାରୁ ଆରମ୍ଭ ହେଲା ଶ୍ରୀରାମ ଚନ୍ଦ୍ର ଭଞଦେବ ବିଶ୍ବବିଦ୍ୟାଳୟ ରେ ପାଠପଢା

ଆଜି ଠାରୁ ଆରମ୍ଭ ହେଲା ଶ୍ରୀରାମ ଚନ୍ଦ୍ର ଭଞଦେବ ବିଶ୍ବବିଦ୍ୟାଳୟ ରେ ପାଠପଢା

ମୟୂରଭଞ୍ଜ(ଘାସିରାମ ବେହେରା) ବିଶ୍ୱ ମହାମାରୀ କରୋନା ସବୁକ୍ଷେତ୍ରରେ କାୟବିସ୍ତାର କରି ମାନବ ସମାଜକୁ ଅସ୍ତବ୍ୟସ୍ତ କାରିରଖିଥିଲା। ଏହାର ସଫଳ ମୁକାବିଲା କରିବାକୁ ଯାଇ ସବୁ ସ୍ତରରେ କଟକଣା ଲାଗୁ କରିଥିଲେ ସରକାର। ମାତ୍ର ଏବେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଦିନକୁଦିନ ହ୍ରାସ ପାଉଥିବାରୁ ବହୁ ବିଚାରବିମର୍ଶ ପରେ ବିଶ୍ବବିଦ୍ୟାଳୟ ଗୁଡିକ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ସରକାର। ତେବେ କରୋନା ପାଇଁ ପାଖାପାଖି ୧୦ ମାସ ବନ୍ଦ ରହିଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସମେତ ଜିଲ୍ଲାରେ ଥିବା ମହାବିଦ୍ୟାଳୟଗୁଡ଼ିକ ଖୋଲା ହୋଇ ଆଜିଠାରୁ ଆରମ୍ଭ ହୋଇଛି ଶ୍ରେଣୀରେ ପାଠପଢ଼ା । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟରେ ଖୋଲାଯାଇଛି ସମସ୍ତ ବିଭାଗ ଗୁଡିକ । ଶ୍ରେଣୀ ଗୃହଗୁଡ଼ିକ ସହିତ ହଷ୍ଟେଲ ପରିସରକୁ ବିଶୋଧିତ କରାଯିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୁରତ୍ତ୍ବ କୁ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ କେବଳ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ କରାଯାଉଛି । ବିଶ୍ବବିଦ୍ୟାଳୟର ୨୩ଟି ବିଭାଗରୁ ପିଜିରେ ଅନ୍ତିମ ବର୍ଷରେ ପ୍ରାୟ ୬ ଶହ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ସେହିପରି ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ ପାଠପଢ଼ା ନେଇ ଆବଶ୍ୟକ ବ୍ୟବସ୍ଥା ହୋଇଥିବା ମଧ୍ୟ ଜଣାପଡିଛି ।ଗତକାଲି ବିଶ୍ବବିଦ୍ୟାଳୟର କୁଳପତି ଓ ବିଭାଗୀୟ ଅଧିକାରୀମାନେ ଶ୍ରେଣୀଗୃହ ଓ ହଷ୍ଟେଲ ଅବସ୍ଥା ଅନୁଧ୍ୟାନ କରିଛନ୍ତି। କରୋନାରୁ ସୁରକ୍ଷିତ ରହିବା ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କୁଳପତି ପ୍ରଫେସର କିଶୋର ବସା ପ୍ରକାଶ କରିଛନ୍ତି। ଦୀର୍ଘ ୧୦ ମାସପରେ ଶ୍ରେଣୀଗୃହକୁ ଫେରିବାକୁ ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ସାହିତ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking