16.1 C
Bhubaneswar
Friday, January 28, 2022
Homeଓଡିଶାହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ । ବିଧାୟିକାଙ୍କୁ ଚଲାଇ ବୁଲି...

ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ । ବିଧାୟିକାଙ୍କୁ ଚଲାଇ ବୁଲି ଦେଖାଇଲେ

 ମୟୂରଭଞ୍ଜ୍ଜ(ଘାସିରାମ ବେହେରା)-ହାତୀ ଉପଦ୍ରବ ରେ ଅତିଷ୍ଠ ହଇ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଅବରୋଧ ।ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ତାଟ ନିକଟରେ ।ଗତ ଏକ ମାସ ହେଲାଣି ତାଟ,କୁଂଜିଆ ,ବିଉଁରିଆ,ନାକୁଡ଼ା ମତା,ପ୍ରଭୁତି ଗ୍ରାମ ମାନଙ୍କରେ ହାତୀ ଉପଦ୍ରବ ବ୍ୟାପକ ପନି ପରିବା ,ଘର ଦ୍ୱାର ସହିତ କଦଳୀ ବଗିଚା ନଷ୍ଟ କରିବା ସହିତ ୫ରୁ ଅଧିକଘର ଭାଙ୍ଗିସାରି ଲେଣି ହାତୀ ପୋଲ ।ଯାହାକୁ ନେଇ ଆଜି ଦିନ ୧୦.୩୦ ଘଟିକା ସମୟରୁ ଦୁଧିଆଣି ରେଞ୍ଜ ଅଫିସ ଘେରାଓ କରିବା ସହିତ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଅଞ୍ଚଳ ବାସୀ ।ତେବେ ଏତେ ସବୁ ଘଟଣା ହେଉଥିଲେ ବି ବନବିଭାଗ ହାତୀ ଘଉଡେଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣକରୁ ନଥିବାରୁ ଗ୍ରାମବାସୀ ଅତିଷ୍ଠ ହଇ ଆଜି ସକାଳ ୨୨୦ ନାମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।ସେହିପରି ଏହି ରେଞ୍ଜରେ କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କୁ ଅବହେଳା ପାଇଁ ଏପରି ପ୍ରତେକ ଦିନ ହଉ ଥିବାରୁ ତୁରନ୍ତ ଏଠାରୁ ତାଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି । ସେହିପରି କ୍ଷତିପୂରଣ ମଧ୍ୟ ଯଥା ଶୀଘ୍ରଯୋଗାଇବା ପାଇଁ ଦାବି କରି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking