ହିତାଧିକାରୀଙ୍କ  ସ୍ୱଚ୍ଛଭାରତ ମିଶନ(ଗ୍ରାମୀଣ) ପାଇଖାନା ନିର୍ମାଣ  ଅର୍ଥ ବାଟମାରଣା ଓ କାର୍ଯ୍ୟରେ ଅନିୟମିତତା

ମୟୁରଭଞ୍ଜ (ଘାସିରାମ ବେହେରା)- ସ୍ଵଛ ଭାରତ ମିଶନ(ଗ୍ରାମୀଣ) ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି। ଜଳପରିମଳ ବିଭାଗ ଯନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ବୈଷୟିକ ତତ୍ତ୍ୱାବଧାନରେ ନିର୍ମାଣ ହେଉଛି ପାଇଖାନା। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଠିକାଦାରଙ୍କୁ ନିର୍ମାଣ ଦାୟିତ୍ବ ଦେଇଛି ବିଭାଗ। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଯାଞ୍ଚ କରୁଛନ୍ତି ବିଭାଗୀୟ ଯନ୍ତ୍ରୀ, ଜିଓ ଟେଗ କରୁଛନ୍ତି ପଞ୍ଚାୟତ ରୋଜଗାର ସେବକ। ଉଠାଯାଉଛି ଫୋଟ। ଏତେ ପ୍ରକ୍ରିୟା ସତ୍ତ୍ୱେ ହେଉଛି ଅନିୟମିତତା। ତେବେ ବାସ୍ତବରେ ହେଉଥିବା ଦୁର୍ନୀତିକୁ ରୋକିବାରେ ବିଫଳ ହେଉଛି ବିଭାଗ ନା ନିର୍ମାଣ ଦାୟିତ୍ବରେ ଥିବା ଗୋଷ୍ଠୀ, ଅନୁଷ୍ଠାନ କିମ୍ବା ଠିକାଦାରଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ପାଇବା ଲୋଭରେ ନୀରବ ପ୍ରୋତ୍ସାହନ ଦେଉଛନ୍ତି ତାକୁନେଇ ଲାଗିରହିଛି ଚର୍ଚ୍ଚା। ସେହିପରି ଗାଁ ଗୁଡିକରେ ସବୁ ପରିବାରରେ ପାଇଖାନା ନିର୍ମାଣ ହୋଇନଥିବା ସହିତ ଅନେକର ନିର୍ମାଣ ଅସମ୍ପୂର୍ଣ୍ଣ ଥିଲେ ବି କାଗଜପତ୍ରରେ ସମ୍ପୂର୍ଣ୍ଣ ଦର୍ଶାଇ ହିତାଧିକାରୀଙ୍କ ଅର୍ଥ ହଡପ କରାଯାଇ ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା କରାଯାଉଛି କାହା ସ୍ୱାର୍ଥରେ ବୋଲି ଅଭିଯୋଗ ହେଉଛି।
ସରକାର ସ୍ଵଛ ଭାରତ ମିଶନ ଯୋଜନାରେ ପ୍ରତି ପରିବାରକୁ ପାଇଖାନା ନିର୍ମାଣ ପାଇଁ ବାର ହଜାର ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦେଉଛନ୍ତି। ହେଲେ ଯୋଜନା କେବଳ କାଗଜ କଲମରେ ସୀମିତ। ପାଇଖାନା ନିର୍ମାଣରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ । ପାଇଖାନାରେ ପେନ ନାହଁ, କବାଟ ନାହିଁ,ଓ ସେପ୍ଟି ଟାଙ୍କି ମଧ୍ୟ ନାହଁ । ଏଭଳି ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉମାଦେଇପୁର ଗ୍ରାମ ପଞ୍ଚାୟତ ମହାନ୍ତିପୋଡାସିଆ ଗ୍ରାମରେ । ଦାୟିତ୍ବରେଥୁବା ଜଳ ଓ ପରିମଳ ବିଭାଗରଯନ୍ତ୍ରୀ -ତିକୱାଲ ଖାନ,ଦୀପକ କୁମାର ରାଉତ ଓ କିଛି ଠିକାଦାର ମିଳିତ ସହଯୋଗରେ ମିଶିଅର୍ଥ ହଡ଼ପ କରୁଥିବା ହିତାଧିକାରୀଅଭିଯୋଗ ଆଣିଛନ୍ତି । ତାସହିତ ବହୁ ହିତାଧୁକାରୀ ଅଭିଯୋଗ କରିଛନ୍ତି,ପାଇଖାନାନିର୍ମାଣ ଲାଗି ହିତାଧୁକାରୀଙ୍କୁ ସରକାରୀ ସହାୟତା ଭାବେ ୧୨ହଜାର ଟଙ୍କା ଅନୁମୋଦନ ହୋଇଛି ।ଏହି ଅର୍ଥରେ ପାଇଖାନା ଘର ଆକାର ୩ଫୁଟରେ ଓସାର ୪ଫୁଟ ଲମ୍ବ, ଉଚ୍ଚତା ୬ଫୁଟ ସହିତ ୨ଟି ସେଫଟି ଟାଙ୍କି ହେବାର ନିୟମ ରହିଛି। କିନ୍ତୁ ବିଭାଗୀୟ ଯନ୍ତ୍ରୀଙ୍କ ନିରାବତାର ସୁଯୋଗ ନେଇ ଠିକାଦାରମାନେ ମନଇଛା କାର୍ଯ୍ୟ କରି ହିତାଧିକାରୀଙ୍କ ଟଙ୍କାକୁ ଆତ୍ମସାତ କରି ନେଉଛନ୍ତି ।ଏପରିକି ପାଇଖାନା ନିର୍ମାଣ ନ କରି ଯନ୍ତ୍ରୀ ଓ କଣ୍ଟ୍ରାକ୍ଟର ଟଙ୍କାକୁ ହଡପ କରି ଦେଉଛନ୍ତି। ଆଉ କୋଉଠି ସମ୍ପୂର୍ଣ୍ଣ ନିର୍ମାଣ ସରିଥିଲେ ସୁଧ୍ୟା ହିତାଧିକାରୀଙ୍କୁ ଟଙ୍କା ମିଳୁନି ।
ଏପରିକି ବହୁ ପାଇଖାନାରେ କବାଟମଧ୍ୟ ଲାଗି ନାହିଁ ।ହିତାଧୁକାରୀ ମାନେ କହିଲେ ଠିକାଦାର ଶୁଣୁନଥିବା ଅଭିଯୋଗ ହୋଇଛି । କିଛି ପାଇଖାନାରେ କବାଟ ଲଗେଇ ଫୋଟ ଉତ୍ତୋଳନ ପରେ କବାଟ ଖଲି ନେଇଛନ୍ତି ବୋଲି ଅଭିଯୋଗ ଆସିଛି । ଅନ୍ୟପକ୍ଷରେ୧୨ ହଜାର ଟଙ୍କାରେ କଣ ଢ଼ଳେଇ ଘର ମାର୍ବଲ ପକେଇ କରିଦେବି  ବୋଲି ଠିକାଦାର କହୁଥିବା ଅଭିଯୋଗ କରି କହିଛନ୍ତି ହିତାଧିକାରୀ।
ବର୍ଷା ଦିନରେ ଏହି ପାଇଖାନାରେ ବସିଲେ ନିଜ ଉପରେ ଯାକି ହୋଇ ଜୀବନ ମଧ୍ୟଚାଲିଯିବ ବୋଲି ବହୁ ହିତାଧୁକାରୀ ଅଭିଯୋଗ କରି କହନ୍ତି । ତେବେ ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ କ୍ୟାମେରା ସାମ୍ନାରେ କିଛି କହିବାକୁ ମନାକରିଥିଲେ। ଯାହା ପରୋକ୍ଷରେ ବିଭାଗ ଦୁର୍ନୀତିକୁ ସ୍ୱୀକାର କରୁଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଅନିୟମିତତା ସାମ୍ନାକୁ ଆସିବା ସହିତ ନିମ୍ନମାନର କାମ କରୁଥିବା ଠିକାଦାର ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।