37.1 C
Bhubaneswar
Thursday, March 28, 2024
Homeଓଡିଶାବିଜୁ ମହିଳା ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଶପୁତ୍ତଳିକା ଦାହ

ବିଜୁ ମହିଳା ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଶପୁତ୍ତଳିକା ଦାହ

 ମୟୂରଭଞ୍ଜ : ଓଡ଼ିଶାର ଗର୍ବ ଓ ଗୌରବ ପ୍ରବାଦପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ। ତାଙ୍କୁ ଓଡ଼ିଶାବାସୀ ଆଜିବି ଭଲ ପାଇବା ସହିତ ସମ୍ମାନ କରନ୍ତି। ତାଙ୍କର ନାମକୁନେଇ ପ୍ରତ୍ୟେକଟି ଓଡ଼ିଆ ଗର୍ବିତ। ସେ ରାଜନୀତିର ଉର୍ଦ୍ଧ୍ବରେ କୌଣସି ଦଳର ନୁହଁ ଓଡ଼ିଶାର। କିନ୍ତୁ ରାମନାମ ଜପି ନିଜକୁ ନେତା ଭାବୁଥିବା କିଛି ଦଳୀୟ ଭାବାପନ୍ନ ନେତା ପ୍ରବାଦପୁରୁଷ ବିଜୁବାବୁଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଚର୍ଚ୍ଚାରେ। ଆଉ ଏହାର ସୂତ୍ରପାତ ହୋଇଥିଲା ବାରିପଦା ସହରରେ ଥିବା ମୂର୍ଗାବାଡ଼ି ସ୍ଥିତ ପ୍ରୟାସ ହଲରେ ଆୟୋଜିତ ହୋଇଥିବା ଦିଶା ବୈଠକରେ। ଏଠାରେ ଆଲୋଚନାରେ ଭାଗନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ସୁଜାତା ମୁର୍ମୁ ପ୍ରବାଦପୁରୁଷ ବିଜୁବାବୁଙ୍କୁ କଟାକ୍ଷ କରିଥିବା ଅଭିଯୋଗ ଆଣି ପ୍ରତିବାଦ କରିଥିଲେ ବିଜେଡିର ରାଜ୍ୟସଭା ସାଂସଦ ମମତା ମହାନ୍ତ। ଯାହାକୁନେଇ କଡଲେଉଟାଉଛି ମୟୂରଭଞ୍ଜ ରାଜନୀତି। ଆଉ ସାଧାରଣ ଲୋକଙ୍କ ବଦଳରେ ନେତାଙ୍କ ମହଲରେ ସୃଷ୍ଟି ହୋଇଛି ଆଲୋଡନ। ପ୍ରତିବାଦରେ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ ସାଙ୍ଗକୁ ଉତ୍ତେଜନା। ସେତିକିରେ କଥା ଅଟକିନି ଆଗକୁ ବଢ଼ିବା ସହିତ କଟୁ କଟାକ୍ଷ କରିଥିବା ବ୍ୟକ୍ତିଙ୍କୁ ପ୍ରତିବାଦ ଜଣାଇ  ବିଜୁ ମହିଳା ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେହି ନେତାଙ୍କର କୁଶପୁତ୍ତଳିକା ଦାହ କରାଯାଇ ଜଣାଇଛନ୍ତି ଆଜିବି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତି ରହିଥିବା ଭଲ ପାଇବା। ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବିଜେଡିର ବିଭିନ୍ନ ଛାମୁଆ ସଙ୍ଗଠନର କର୍ମକର୍ତ୍ତା ସାମିଲ ହୋଇଥିଲା ବେଳେ ବହୁ ସଂଖ୍ୟାରେ ମହିଳାମାନେ ଅଂଶ ଗ୍ରହଣ କରି ପ୍ରତିବାଦ ସହ କୁଶପୁତ୍ତଳିକା ଦାହ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking