28.1 C
Bhubaneswar
Wednesday, April 24, 2024
Homeଓଡିଶାକରୋନାକୁ ନେଇ ଘରେ ଘରେ ଭତ୍ତାବଣ୍ଟନର ନୂଆ ନିୟମକୁ ମାନିଲେ ବ୍ଲକ କର୍ମଚାରୀ

କରୋନାକୁ ନେଇ ଘରେ ଘରେ ଭତ୍ତାବଣ୍ଟନର ନୂଆ ନିୟମକୁ ମାନିଲେ ବ୍ଲକ କର୍ମଚାରୀ

ବିଶ୍ୱ ମହାମାରୀ ସାଜି ଆତଙ୍କ ଖେଳାଇଛି କରୋନା। ଏହି ମାରାତ୍ମକ ଭାଇରସ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ବିଶ୍ୱ ଚିନ୍ତିତ। ତେବେ ଏହାର ମୁକାବିଲା ପାଇଁ ପଛରେ ପଡିନଥିବା ଭାରତ ସରକାରଙ୍କ ସମେତ ପ୍ରାଦେଶିକ ସରକାର କଠୋର ମାନଭାଵ ପୋଷଣ କରିଛନ୍ତି। ଆଉ ସାରାରାଜ୍ୟରେ ଲାଗୁକରିଛନ୍ତି ଲକଡାଉନ ବ୍ୟବସ୍ଥା। କରୋନା ସଂକ୍ରମଣର ସଫଳ ମୁକାବିଲା କରିବା ପାଇଁ ଲୋକଙ୍କୁ ନିଜନିଜ ଘରେ ରହିବା ସହିତ ଜନଗହଳି ସ୍ଥାନକୁ ନ ଯିବା ପାଇଁ ବାରଣ କରି ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ରରେ ସତର୍କସୂଚନା ପ୍ରଚାର କରାଯାଉଛି। ଜୀବନ ବଞ୍ଚାଇବା ପାଇଁ ଲୋକେ ସରକାରଙ୍କ ପରାମର୍ଶ ଗ୍ରହଣ କରିଛନ୍ତି। ସେହିପରି ଜନଗହଳି ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାସିକ ଅସହାୟ ଭତ୍ତା, କଣ୍ଟୋଲ ସାମଗ୍ରୀ ଘରେଘରେ ସରକାରୀ କର୍ମଚାରୀ ପହଞ୍ଚାଇବେ ବୋଲି ଗଣମାଧ୍ୟମରେ ପ୍ରକାଶପାଇବା ସହିତ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ନିହାତିଜରୁରୀ କାମନଥିଲେ ଘରୁ ନ ବାହାରିବାକୁ ସରକାରଙ୍କ ପକ୍ଷରୁ ଜାରୀ ପରାମର୍ଶରେ କୁହାଯାଇଛି । ସାଧାରଣ ଲୋକମାନେ ମାନି ଘରୁ ବାହାରୁନାହାନ୍ତି । କିନ୍ତୁ ଏହାର ବ୍ୟତିକ୍ରମ ଆଜି ରାସଗୋବିନ୍ଦପୁର ବ୍ଲକର ନଳଗଜା ପଞ୍ଚାୟତ ଅଫିସରେ ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ରୋକିବା ଦିଗରେ ବଳିଷ୍ଠପଦକ୍ଷେପ ନେଇ ହିତାଧିକାରୀଙ୍କୁ ଅଗ୍ରୀମ ଆଗାମୀ ୩ମାସର ଭତ୍ତାକୁ ମିଶାଇ ଚଳିତ ମାସର ଭତ୍ତା ଯୋଗାଇ ଦେଉଛନ୍ତି। କିନ୍ତୁ ହିତାଧିକାରୀଙ୍କ ଘରେ ପହଞ୍ଚାଇବାର ପୂର୍ବ ଘୋଷଣାକୁ ପାଳନ କରାନଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ସରକାରୀ କର୍ମଚାରୀ ବାଣ୍ଟୁଥିବା ଦେଖିବାକୁ ମିଳିଛି। ତାହା ମଧ୍ୟ ନିର୍ଦ୍ଧାରିତ ସାମାଜିକ ଦୂରତା ପାଳନ କରାନଯାଇ। ତେବେ ସରକାର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ବିପୁଳ ଅର୍ଥଖର୍ଚ୍ଚ କରି କାର୍ଯ୍ୟରତ କର୍ମଚାରୀଙ୍କ ଦ୍ଵାରା ଜନସଚେତନତା ସୃଷ୍ଟି କରୁଥିବା ବେଳେ ଜନତା ସଚେତନ ହେଲେ ସିନା କିନ୍ତୁ ସରକାରୀ କର୍ମଚାରୀ ଏଥିରୁ ବାଦପଡିବା ବ୍ୟବସ୍ଥା ଏବଂ ବ୍ୟବସ୍ଥାପିକା ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି। ପ୍ରକାଶଯୋଗ୍ୟ ଭତ୍ତା ବାଣ୍ଟିବାକୁ ଆସିଥିବା ବିଇଓ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚ ହିତାଧିକାରୀଙ୍କୁ ଡାକି ଭତ୍ତା ଦେଉଥିବା ଅଭିଯୋଗ କରିଛନ୍ତି ଭତ୍ତା ନେବାକୁ ଆସିଥିବା ସ୍ଥାନୀୟ ଲୋକମାନେ। ଅନ୍ୟପଟେ ବଡାମପୁର ପଞ୍ଚାୟତରେ ବିଇଓ ଓ ସରପଞ୍ଚ ଗୋଟିଏ ସ୍କୁଲରେ ଲୋକଙ୍କୁ ଡାକି ଭତ୍ତା ଦେଉଥିବାର ଦେଖିବାକୁ ମିଳିଛି । ଯଦିଓ ନିୟମର କିଛି ପରିବର୍ତ୍ତନ ଆଣି ଭତ୍ତା ଦେବାର ବ୍ୟବସ୍ଥା ହୋଇଛି ସତ କିନ୍ତୁ ଭତ୍ତା ଦେବା ସ୍ଥାନରେ ସାମାଜିକ ଦୂରତ୍ୱନଥିବା ସହ ହ୍ୟାଣ୍ଡୱାସ ବ୍ୟବସ୍ଥା କରାନଯାଇ ଉଦ୍ଦେଶ୍ୟମୁଳକ ବ୍ୟତିକ୍ରମ କରାଯାଇଥିବାରୁ ଅସହାୟ ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ନିଜନିଜ ଭତ୍ତା ସଂଗ୍ରହ କରିବାପାଇଁ ହିତାଧିକାରୀଙ୍କ ମଧ୍ୟରେ ଭିଡ ପରିଲକ୍ଷିତ ହୋଇଛି । ତେବେ ଏନେଇ ରାସଗୋବିନ୍ଦପୁର ବିଡ଼ିଓଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ନ ହେବାରୁ ଫୋନରେ ଯୋଗାଯୋଗ କରିବାରୁ ବିଡ଼ିଓ ଡାକ୍ତର ଅରୁଣ କୁମାର ଖଣ୍ଡା କହିଥିଲେ ଘରେଘରେ ଦେବାର ବ୍ୟବସ୍ଥା ରହିଛି କିନ୍ତୁ ବାସ୍ତବରେ ତାହା ସମ୍ଭବ ନୁହେଁ କହିବା ସହିତ କହିଥିଲେ ଘରକୁଘର ଟଙ୍କା ନେବାରେ ବିପଦ ଆଶଙ୍କା ଥିବାରୁ ଏଭଳି ଦିଆଯାଇଛି । ତାହା ସହିତ ସାମାଜିକ ଦୂରତା ରଖାଯାଇ ଭତ୍ତା ଦିଆଯାଇଛି । ଅନ୍ୟ ପଞ୍ଚାୟତରେ ଘରେଘରେ ଭତ୍ତା ଦିଆଯାଉଥିବା କଥା କହିବାରୁ କହିଥିଲେ ଆସନ୍ତା କାଲି ସେ ନେଇ ପଦକ୍ଷେପ ନେବାକୁ ଧ୍ୟାନ ଦେବୁ । କିନ୍ତୁ ପ୍ରକୃତରେ ସାମାଜିକ ଦୂରତା ପାଳନ ପ୍ରତି ବିଶେଷ ଗୁରୁତ୍ୱ ଦେବା ବଦଳରେ ଶିଘ୍ର ରାଜକାର୍ଯ୍ୟ ଶେଷକରି ଫେରିବା ପାଇଁ ଉପସ୍ଥିତ ସରକାରୀ କର୍ମଚାରୀମାନେ ବ୍ୟଗ୍ର ହୋଇ ପଡ଼ିଥିବାରୁ ଭତ୍ତା ନେବାକୁ ଆସିଥିବା ହିତାଧିକାରୀମାନେ ଭିଡିଭିଡି ଛିଡା ହୋଇଥିବା ଦେଖାଯାଇଥିଲେ ସୁଦ୍ଧା ଅଣଦେଖା କରିବା ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ସହିତ ବ୍ୟତିକ୍ରମ ପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି। ତେବେ ସରକାରୀ କର୍ମଚାରୀ ହୋଇ ସରକାରଙ୍କ ଆଦେଶକୁ ଅବମାନନା କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ? ସରକାରଙ୍କ ଆଦେଶ
କୁ ଜନସାଧାରଣ ଅବମାନନା କରୁଥିଲେ ବିଭିନ୍ନ ଦଣ୍ଡରେ ଦଣ୍ଡିତ ହେଉଥିବାର ନଜିର ଦେଖିବାକୁ ମିଳୁଥିବା ବେଳେ ଭତ୍ତା ବଣ୍ଟନ ପାଇଁ ଘୋଷଣା ହୋଇଥିବା ମାର୍ଗଦର୍ଶିକାକୁ ବେଖାତିର କରିଥିବା କର୍ମଚାରୀଙ୍କ ବିରୋଧରେ ସରକାରୀ ସ୍ତରରେ କି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉଛି ଦେଖିବାକୁ ବାକି ରହିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking