26.1 C
Bhubaneswar
Friday, March 29, 2024
Homeଓଡିଶାଗୋରୁମହିଷାଣୀ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା

ଗୋରୁମହିଷାଣୀ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା

ମୟୁରଭଞ୍ଜ -‘କରୋନା’ ସଂକ୍ରମଣ ଦିନକୁଦିନ ହୁ ହୁ ହୋଇ ବୃଦ୍ଧି ପାଉଛି । ମୟୁରଭଞ୍ଜ ଜିଲ୍ଲାର ପ୍ରଥମ ଥର ପାଇଁ ରାଇରଙ୍ଗପୁର ବ୍ଲକରେ କ୍ରୋଧାନ୍ୱିତ ଏଣ୍ଟ୍ରି ମାରିଛି । ରାଇରଙ୍ଗପୁର ବ୍ଲକର କୁଲେଇଶିଳା ପଞ୍ଚାୟତର ଗୋରୁମହିଷାଣୀ ଆଖପାଖରେ ୩ଜଣ ସ୍ଥାନୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସାନପାଖଣା ପଞ୍ଚାୟତରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।      କୁଲେଇଶିଳା ପଞ୍ଚାୟତର ମୁଖ୍ୟ ବଜାର ହେଉଛି ଗୋରୁମହିଷାଣୀ । ଏହାମଧ୍ୟ ଲୌହଖଣି ଅଞ୍ଚଳ । ଓଡ଼ିଶା ସିମାନ୍ତ ଏହି ଖଣିଖାଦାନ ଅଂଚଳକୁ ଦୈନନ୍ଦିନ ବିଭିନ୍ନ ପ୍ରାନ୍ତରରୁ ଲୋକ ଆସିଥାନ୍ତି । ତେଣୁ ସ୍ଥାନୀୟ ଜନତାଙ୍କ ଜୀବନ ଓ ଜୀବିକାକୁ ନେଇ କୁଲେଇଶିଳା ସରପଞ୍ଚ କରୋନାକୁ ମାତ୍ ଦେବା ପାଇଁ ସଟଡାଉନ୍ ଘୋଷଣା କରିବା ପଥ ଆପଣେଇଥାନ୍ତି । ତେବେ କୋଭିଡ-୧୯ ରେଗୁଲେସନ ୨୦୨୦ ଅନୁଯାୟୀ ସ୍ବତନ୍ତ୍ର ଭାବେ କ୍ଷମତାପ୍ରାପ୍ତ କୁଲେଇଶିଳା ସରପଞ୍ଚ ରାମଚନ୍ଦ୍ର ନାଏକ ଅଞ୍ଚଳବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଶୁକ୍ରବାର ଜୁଲାଇ ୧୦ ତାରିଖ ଦିବା ୧୧ଘଟିକାରୁ ଜୁଲାଇ ୧୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ  ସଟଡାଉନ୍ ଜାରି କରିଛନ୍ତି । ଜନସାଧାରଣ ଏହାକୁ ପାଳନ କରିବା ଏବଂ ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।
-ଘାସିରାମ ବେହେରାଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking