28.1 C
Bhubaneswar
Thursday, March 28, 2024
Homeଓଡିଶାଶିମିଳିପାଳ ଅଭୟାରଣ୍ୟରୁ ୩ଶିକାରୀ ଓ ୩ କାଠଚୋର ଗିରଫ

ଶିମିଳିପାଳ ଅଭୟାରଣ୍ୟରୁ ୩ଶିକାରୀ ଓ ୩ କାଠଚୋର ଗିରଫ

ମୟୂରଭଞ୍ଜ : ଶିମିଳିପାଳ ଉତ୍ତର ବନଖଣ୍ଡ ଉପରେ ପଶୁ ଶିକାରୀ ଏବଂ କାଠ ମାଫିଆଙ୍କ ନଜର ।ଶିମିଳିପାଳ ଉତ୍ତର ବନ୍ୟାପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ଗୁରୁଗୁଡ଼ିଆ ରେଞ୍ଜର ଉତ୍ତରାସ ନିକଟରେ ଥିବା ରିଜର୍ଭ ଜଙ୍ଗଲରେ ବନବିଭାଗ କର୍ମଚାରୀ ଗତକାଲି ପେଟ୍ରୋଲିଂ କରୁଥିବା ସମୟରେ ୭ କେଜି କୁଟୁରା ମାଂସ ସହିତ ୩ ଜଣ ପଶୁ ଶିକାରୀ ଗିରଫ । ଗିରଫ ଶିକାରୀମାନେ ଉତ୍ତରାସ ଗାଁର ବାସିନ୍ଦା ହେଇଥିବା ବେଳେ ଘଟଣାସ୍ଥଳୀରୁ ୨ଟି ଧନୁ ,୪ତୀର ଓ କୁରାଢୀ ଜବତ କରିଛି ବନବିଭାଗ।

ଏମାନଙ୍କୁ ଧରିବା ପାଇଁ ଉତ୍ତର ଶିମିଳିପାଳର ACF ପ୍ରଦୀପ ଦେ ସ୍ୱତନ୍ତ୍ର ଟିମ ଗଠନ କରିବା ସହିତ ନିଜେ ମଧ୍ୟ ଉପସ୍ଥିତ ରହି ପଶୁ ଶିକାରୀଙ୍କୁ ନିୟନ୍ତ୍ରଣ କରିବା ଦିଗରେ ସକ୍ରିୟ ରହିଛନ୍ତି । ଏଥି ସହିତ ଚହଲା ରେଞ୍ଜ ଅଧିନରେ ପେଟ୍ରୋଲିଂ କରୁଥିବା କୋର ଏରିଆରୁ କାଠ କାଟୁଥିବା ସମୟରେ ୩ ଜଣ କାଠ ମାଫିଆକୁ ଧରିବାରେ ସଫଳ ହେଇଛି ବନବିଭାଗ । ତାଙ୍କ ଠାରୁ ଧନୁତୀର , କୁରାଡ଼ି ସହିତ ଚିରାକାଠ ମଧ୍ୟ ଜବତ ହେଇଛି । ଏବେ ଉତ୍ତର ଶିମିଳିପାଳ ଅଭୟାରଣ୍ୟରେ ପେଟ୍ରୋଲିଂ କଡାକଡ଼ି କରାଯାଇଥିବାର acf ପ୍ରଦୀପ ଦେ ଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking