27.1 C
Bhubaneswar
Tuesday, March 19, 2024
Homeଓଡିଶାତାମିଲନାଡୁରେ ଫସିଛନ୍ତି ମୟୁରଭଞ୍ଜର ଦାଦନ ଶ୍ରମିକ

ତାମିଲନାଡୁରେ ଫସିଛନ୍ତି ମୟୁରଭଞ୍ଜର ଦାଦନ ଶ୍ରମିକ

ମୟୂରଭଞ୍ଜ: ସାରା ବିଶ୍ୱ ପାଇଁ କରୋନା ଯେତିକି ଆତଙ୍କ ରଚାଉଛି ସାଧାରଣ ଲୋକଙ୍କ ଜୀବନଧାରଣ ଦିଗରେ ତାଠାରୁ ଅଧିକ ସମସ୍ୟା ସୃଷ୍ଟି କରୁଛି। ମହାମାରୀର ରୂପ ନେଇଥିବା କରୋନା ଭାଇରସର ସଂକ୍ରମଣ ରୋକିବାକୁ ସରକାରୀ ସ୍ତରରେ ଗ୍ରହଣ କରାଯାଇଛି କଡା ପଦକ୍ଷେପ। ସାରା ଦେଶରେ ଲକଡାଉନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି ଭାରତ ସରକାର। ଏହାର ସୁଦୂରପ୍ରସାରୀ ପ୍ରଭାବ ପଡିଛି ସାଧାରଣ ଜନଜୀବନ ଉପରେ। ସରକାରଙ୍କ ଏହି କଡା ଆଭିମୁଖ୍ୟ ଯୋଗୁଁ ଦ୍ରୁତ ସଂକ୍ରମଣକୁ ଅନେକାଂଶରେ ପ୍ରତିହତ କରିବାରେ ସଫଳତା ମଧ୍ୟ ମିଳିଥିବା ବାରି ହୋଇ ପଡୁଛି। ତେବେ କର୍ମ ସନ୍ଧାନରେ ବାହାର ରାଜ୍ୟକୁ ଯାଇ ବିଭିନ୍ନ କଳକାରଖାନାର କାର୍ଯ୍ୟବନ୍ଦ ଯୋଗୁଁ ନିୟୋଜିତ କର୍ମଚାରୀ ଓ ଶ୍ରମିକମାନେ ଘରକୁ ଫେରି ନ ପାରି କିଏ କୋଉଠି ଅଟକି ରହିଛନ୍ତି। ଫଳରେ ଭୋକଉପାସରେ ପଡିବି ଘରକୁ ଫେରି ବଞ୍ଚିବାର ରାହା ଖୋଜୁଛନ୍ତି। ଆମେ ଦେଖାଉଥିବା ଭାଇରାଲ ଭିଡିଓ ଚିତ୍ର ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ୨୦ରୁ ଅଧିକ ଯୁବଶ୍ରମିକ ତାମିଲନାଡୁ ତ୍ରିପୁର ଅଞ୍ଚଳରେ ଅଟକି ରହିଥିବାର ଦୃଶ୍ୟ। ଲକଡାଉନ ଘୋଷଣା ଯୋଗୁଁ ଉତ୍ପାଦନ ବନ୍ଦ ହେବାରୁ ଅଂକୁର ଟେକ୍ସଟାଇଲରେ ଫସି ରହିଛନ୍ତି 20 ଜଣଶ୍ରମିକ। ଫସି ରହିଥିବା ସମସ୍ତ ଶ୍ରମିକ ମୟୁରଭଞ୍ଜ ଜିଲ୍ଲାର ବାରିପଦା, ସାରସକଣା ଅଞ୍ଚଳର ବୋଲି ସେମାନେ କହୁଥିବା ଭିଡିଓରୁ ଜଣାପଡ଼ିଛି। ତେବେ ଲକଡାଉନ ପରିସ୍ଥିତି କାରଣରୁ କାରଖାନା ବନ୍ଦ ହୋଇଥିବାରୁ ସେମାନଙ୍କ ପାଖରେ ଯାହାବି ଟଙ୍କାପଇସା ଥିଲା ସରିଗଲାଣି, ଖାଇବୁ କଣ ବଞ୍ଚିବୁ କେମିତି ଆମକୁ ଏଠୁ ଉଦ୍ଧାର କର ବୋଲି ବାଷ୍ପରୁଦ୍ଧ କଣ୍ଠରେ ରାଜ୍ୟ ସରକାରଙ୍କ ସହାୟତା ପାଇଁ ଆକୁଳନିବେଦନ କରି କହୁଛନ୍ତି। ଏମିତିକି ବର୍ତ୍ତମାନର ପରିସ୍ଥିତିରେ ଜୀବନ ବଞ୍ଚାଇବାକୁ କମ୍ପାନୀର ମାଲିକ ସେମାନଙ୍କୁ ଟଙ୍କାପଇସା ଦେବା ଦୂରର କଥା ଖାଇବାକୁ ମଧ୍ୟ ଦେଉନାହାନ୍ତି । ନିରୁପାୟ ଏହି ଯୁବଶ୍ରମିକମାନେ ହତାଶ ହୋଇ ଉଦ୍ଧାର କରିବାକୁ ଏବେ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରି ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking