40.1 C
Bhubaneswar
Thursday, April 25, 2024
Homeଓଡିଶାଖଟିଆରେ ବୁହାହେଲା ପ୍ରସୂତି ଓ ନବଜାତ କନ୍ୟା

ଖଟିଆରେ ବୁହାହେଲା ପ୍ରସୂତି ଓ ନବଜାତ କନ୍ୟା

ମୟୁରଭଞ୍ଜ: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଗ୍ରାମକୁ ରାସ୍ତା ନ ଥିବାରୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ । ଗ୍ରାମଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଅଟକିଲା ଆମ୍ବୁଲାନ୍ସ । ପ୍ରସୂତୀଙ୍କୁ ଆଣିବାରେ ବିଳମ୍ବ ହେବାରୁ ଘରେ କଲେ ପ୍ରସବ । ଆମ୍ବୁଲାନ୍ସ କର୍ମଚାରୀ ପ୍ରସୂତୀ ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ନେଇ ଯିବା ବୋଲି ଅଡିବସିବାରୁ ଶେଷରେ ଦୁଇ କିଲୋମିଟର ଖଟିଆରେ ବୁହା ହେଲେ ମାଆ ଓ ନବଜାତ ଶିଶୁକନ୍ୟା । ଏଭଳି ଘଟଣା ସାମ୍ନାକୁ ଆସିଛି କପ୍ତିପଦା ବ୍ଲକ ଅଧିନ ବିଦ୍ୟାଧରନଗର ପୁରୁଣାଡିହି ଗାଁରେ। ସୂଚନା ଅନୁଯାୟୀ, ବିଦ୍ୟାଧରନଗର ପୁରୁଣାଡ଼ିହି ଗ୍ରାମର ଲୁଦୁରା ଡିଗିଙ୍କ ସ୍ତ୍ରୀ ମାନି ଡିଗିଙ୍କର ଗୁରୁବାର ପ୍ରସବ କାଳୀନ ଯନ୍ତ୍ରଣା ହେବାରୁ ସ୍ୱାମୀ ଲୁଦୁରା ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଏବଂ ଆମ୍ବୁଲାନ୍ସ ଆସି ଗ୍ରାମ ଠାରୁ ଦୁଇ କିଲୋମିଟର ଦୂରରେ ଅଟକି ରହିଥିଲା। ଗାଡି ଯିବାପାଇଁ ରାସ୍ତା ନ ଥିବାରୁ ଆଗକୁ ଯାଇ ପାରିନଥିଲା ।

ଫଳରେ ପ୍ରସୂତିଙ୍କୁ ଆମ୍ବୁଲାନ୍ସ ନିକଟକୁ ନେଇ ଆସିବା ପାଇଁ ଚାଳକ ନୀଳମାଧବ ମହାନ୍ତି ଲୁଦୁରାଙ୍କୁ କହିଥିଲେ । ମାତ୍ର ପ୍ରସୂତିଙ୍କୁ ଆଣିବାରେ ବିଳମ୍ବ ହେବାର ଦେଖି ଆମ୍ବୁଲାନ୍ସ ଚାଳକ ନୀଳମାଧବ ଚାଲି ଚାଲି ଲୁଦୁରାଙ୍କ ଘରେ ପହଞ୍ଚିବା ବେଳକୁ ମାନି ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇ ସାରିଥିଲେ । କିନ୍ତୁ, ମା ଓ ପିଲାର ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ ବୋଲି ଆମ୍ବୁଲାନ୍ସ ଚାଳକ ଲୁଦୁରାଙ୍କୁ କହିଥିଲେ । ମାତ୍ର ସେମାନେ ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ରହିଥିବା ବେଳେ ଅନ୍ୟ କେହି ନ ଥିଲେ । ଫଳରେ ନୀଳମାଧବ ଅନ୍ୟ ଜଣେ ମହିଳାଙ୍କୁ ଡକାଇ ଶେଷରେ ଏକ ଖଟିଆରେ ମା ଓ ପିଲା ଦୁଇ କିଲୋମିଟର ବୋହା ହୋଇ ଆମ୍ବୁଲାନ୍ସ ନିକଟକୁ ଆସିବା ପରେ ଉଭୟ ମାଆ ଓ ଛୁଆଙ୍କୁ ସାଳଚୁଆ ପ୍ରାଥମିକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ମାଆ ଓ ଶିଶୁକନ୍ୟା ସୁସ୍ଥ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking